Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ

Swayangprajna Mishra
Browse all articles by Swayangprajna Mishra
·1 year ago
ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ

ଅର୍ଗସ ବ୍ୟୁରୋ : ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନର ଦ୍ବିତୀୟ ଦିନ । ଜାତୀୟ ସ୍ତରରେ ପାଳିତ ହେଉଛି ଉତ୍କଳକେଶରୀଙ୍କ ଜୟନ୍ତୀ । ବର୍ଷ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅଧିକ ପଢନ୍ତୁ : ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ

 ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, କୃଷି, ଶିଳ୍ପାୟନ କ୍ଷେତ୍ରରେ ଡକ୍ଟର ମହତାବଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉତ୍କଳକେଶରୀଙ୍କ ଯୋଗଦାନକୁ ମନେପକାଇଥିଲେ ରାଷ୍ଟ୍ରପତି।  ମୁଖ୍ୟମନ୍ତ୍ରୀ କହିଲେ, ହୀରକୁଦ ବନ୍ଧ ପାଇଁ ମହତାବଙ୍କୁ କେବେ ଭୁଲିହେବନି । ଉତ୍କଳକେଶରୀଙ୍କୁ ଓଡ଼ିଆ ଅସ୍ମିତାର ଜୀବନ୍ତ ପ୍ରତିଧ୍ଵନୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the second day of the 125th birth anniversary of Harekrishna Mahatava | Argus News