Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ

ଅର୍ଗସ ବ୍ୟୁରୋ : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଆରମ୍ଭରୁ ସରଗରମ ରହିବ ଗୃହ ।  ନିଜ ନିଜ ରଣନୀତି ଅନୁସାରେ ସରକାରଙ୍କୁ ଘେରିବେ ବିରୋଧୀ। ବିଜେପି ଆଦିବାସୀଙ୍କ ଜମି ହସ୍ତାନ୍ତର କ୍ୟାବିନେଟ ନିଷ୍ପତ୍ତି ଓ ଚାଷୀ ଚାଷ ପ୍ରସଙ୍ଗ ଏବଂ କଂଗ୍ରେସ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗ କୁ ଗୃହ ରେ ଉଠାଇବା ସମ୍ଭାବନା ରହିଛି।

ଅଧିକ ପଢନ୍ତୁ : ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ

ବିଜେଡି ମଧ୍ୟ ବିରୋଧୀ ଉଠାଉଥିବା ସମସ୍ତ ପ୍ରସଙ୍ଗକୁ  ମୁକାବିଲା ପାଇଁ ତୟାର କରିଛି । ସେହିପରି ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚ ଶିକ୍ଷା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the second day of the Assembly winter session | Argus News