ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଆଜି ନ୍ୟାୟ ଯାତ୍ରାର ତୃତୀୟ ଦିନ
·2 years ago·1 min read

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଆଜି ନ୍ୟାୟ ଯାତ୍ରାର ତୃତୀୟ ଦିନ । ଝାରସୁଗୁଡାରେ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ । ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ନ୍ୟାୟ ଯାତ୍ରା ବେଳେ ବିଜେଡିକୁ ରାହୁଲ ଗାନ୍ଧି ସାଙ୍ଘାତିକ ଆକ୍ରମଣ କରିଥିଲେ । ସେ କହିଥିଲେ ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇ ଯାଇଥିବା ବେଳେ ବେରୋଜଗାରୀ ବଢ଼ିଛି। ଗତ ୪୦ ବର୍ଷରେ ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ ଥିବା କହିଥିଲେ।
ଅଧିକ ପଢନ୍ତୁ : ଓଡ଼ିଶାରେ ଜାରି ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା
ସେ ଆହୁରି ମଧ୍ୟ କହିଥିଲେ ବାହାର ରାଜ୍ୟରୁ ଓଡ଼ିଶାକୁ ଲୁଟିବାକୁ 30 କୋଟିପତି ଆସିଛନ୍ତି। ତେଣୁ ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାରକୁ ଚାଲି ଯାଇଥିବା ବେଳେ ବାହାରୁ 30ଜଣ ରାଜ୍ୟ ଭିତରକୁ ଆସିଛନ୍ତି। ସେମାନେ ଓଡ଼ିଶାକୁ ଲୁଟି ନିଜେ କୋଟିପତି ହେଉଛନ୍ତି। ଓଡ଼ିଶା ଏକ ଆଦିବାସୀବହୁଳ ରାଜ୍ୟ । ମାତ୍ର ଏଠାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଥିବା ପରି ଆରୋପ ଲଗାଇଛନ୍ତି ରାହୁଲ ଗାନ୍ଧି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: