Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୃଥିବୀକୁ ବଞ୍ଚାଇବା ଆମ ଦାୟିତ୍ବ, ଜାଣନ୍ତୁ କଣ ରହିଛି ଉପାୟ

National

ପୃଥିବୀକୁ ବଞ୍ଚାଇବା ଆମ ଦାୟିତ୍ବ, ଜାଣନ୍ତୁ କଣ ରହିଛି ଉପାୟ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ପୃଥିବୀକୁ ବଞ୍ଚାଇବା ଆମ ଦାୟିତ୍ବ, ଜାଣନ୍ତୁ କଣ ରହିଛି ଉପାୟ

ଅର୍ଗସ ବ୍ୟୁରୋ : ପୃଥିବୀ ବିନା ଆମର ସତ୍ତା ଅସମ୍ଭବ । ଏହାକୁ କିପରି ସୁରକ୍ଷିତ ରଖିବା ତାହାର ଦାୟିତ୍ବ ସମ୍ପୁର୍ଣ୍ଣ ଆମର । ଏକ ସୁସ୍ଥ ତଥା ସୁନ୍ଦର ପୃଥିବୀ ଗଢି ତୋଳିବାର ଦାୟିତ୍ବ ହେଉଛି ଆମର । ସେଥିପାଇଁ ପ୍ରତବର୍ଷ ଏପ୍ରିଲ ୨୨ ତାରିଖକୁ ବିଶ୍ବ ପୃଥିବୀ ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ ରହିଛି ପ୍ଲାନେଟ ବନାମ ପ୍ଲାଷ୍ଟିକ ।(planet vs plastic) । ଅର୍ଥାତ ପୃଥିବୀକୁ କିପରି ଆମେ ସମ୍ପୁର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା । 

କେବଳ ଯେ ପ୍ଲାଷ୍ଟିକ ମୁକ୍ତ କରିବା ତା ନୁହେଁ, ଆହୁରି ଅନେକ ବିଷୟ ଉପରେ ଆମକୁ ଧ୍ୟାନ ଦେବାକୁ ପଡିବ । ଯେମିତିକି ପ୍ରଦୂଷଣ ମୁକ୍ତ, ଜୈବବିବିଧତା, ଜଳବାୟୁ ପରିବର୍ତ୍ତନ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ଆମର ଏକ ଅନିୟମିତତା ତଥା ଅପ୍ରାକୃତିକ ଜୀବନଶୈଳୀ ଯୋଗୁଁ ପୃଥିବୀର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ଯେଉଁଥିପାଇଁ ଆମେ ସମସ୍ତେ ଦାୟୀ । କେବଳ ବର୍ତ୍ତମାନର କିଛିଟା ସୁଖ ପାଇଁ ଅତ୍ୟଧିକ ପରିମାଣରେ ଜଙ୍ଗଲ ସଫା କରି ଆମେ ବିପଦକୁ ଡାକି ଆଣୁଛନ୍ତି  । ଯାହା ଭବିଷ୍ୟତ ପାଇଁ ଅତ୍ୟନ୍ତ ଭଙ୍କର ସ୍ଥିତି ଉପୁଯାଇପାରେ । ତେଣୁ ଏସବୁ ପାଇଁ ସଚେତନତା ନିଶ୍ଚିତ ଆବଶ୍ୟକ । 

ଅଧିକ ପଢନ୍ତୁ ଦେଶ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୁଗ ବଦଳିବା ସହ ଆମର ଚାଲିଚଳନି ବ୍ୟବହାର ସବୁ ବଦଳିବାରେ ଲାଗିଛି। ଯେଉଁଠି ଅତ୍ୟଧିକ ଅତ୍ୟାଧୁନିକ ଜିନିଷ ବ୍ୟବହାର କରିବା ପୃଥିବୀ ପାଇଁ କାଳ ସାଜିଛି। ଯେମିତିକି କ୍ଷେତ ପାଇଁ ଅଧିକ ରାସାୟନିକ ସାର , କଳକାରଖାନାର ଅନର୍ଗଳ ବାହାରୁଥିବା ଦୂଷିତ ଧୁଆଁ, ଜଙ୍ଗଲ ସଫା, ଜଳର ଅପ ବ୍ୟବହାର  ଆହୁରି ଅନେକ କିଛି । ଏସବୁର ପରିମାଣ ଆମକୁ ଅନେକ ମାତ୍ରାରେ କମାଇବାକୁ ପଡିବ । ଯେଉଁଠି ଆମର ସୁନ୍ଦର ସବୁଜିମା ପୃଥିବୀ ତାର ସତ୍ତା ହରାଇ ବସିଛି । ଯାହାକୁ ପୁଣିଥରେ ସବୁଜ ସୁନ୍ଦର କରିବାର ଆବଶ୍ୟକତା ରହିଛି । ତେଣୁ ଏହିସବୁ ବିଷୟରେ ଧ୍ୟାନ ଦେଲେ ଆମେ ଆମର ପୃଥିବୀକୁ ବଞ୍ଚାଇ ପାରିବା । 

Sponsored
Today is World Earth Day. It is our responsibility to save the earth | Argus News