Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ହେଉଛି ବିଶ୍ବ ପ୍ରେସ ସ୍ବାଧୀନତା ଦିବସ

National

ଆଜି ହେଉଛି ବିଶ୍ବ ପ୍ରେସ ସ୍ବାଧୀନତା ଦିବସ

Ritu Das
Browse all articles by Ritu Das
·2 years ago·1 min read
ଆଜି ହେଉଛି ବିଶ୍ବ ପ୍ରେସ ସ୍ବାଧୀନତା ଦିବସ

ଅର୍ଗସ ବ୍ୟୁରୋ: ପ୍ରତିବର୍ଷ ମେ' ମାସ ୩ ତାରିଖରେ ପାଳିତ ହୁଏ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ। ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ ସ୍ବାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରାଯାଇଥିଲା। ଚଳିତବର୍ଷ ଏହି ଦିବସର ବିଷୟ ରହିଛି `ଗ୍ରହ ପାଇଁ ପ୍ରେସ': ପରିବେଶ ସଙ୍କଟ ସାମ୍ନାରେ ସାମ୍ବାଦିକତା।  ବାକ ସ୍ବାଧୀନତା ଅଧିକାରର ରକ୍ଷା ଓ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ। ଏହି କଥା ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସ୍ବାଧୀତା ଦିବସ ପାଳିତ ହେଉଛି। 

ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ। ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ। ସାମ୍ବାଦିକତା କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇଥିବା। ବ୍ୟକ୍ତିଙ୍କୁ ଏ ଅବସରରେ ସମ୍ମାନିତ କରାଯାଏ। ସ୍କୁଲ, କଲେଜ, ସରକାରୀ ସଂସ୍ଥା ଓ ଅନ୍ୟ ଶୈକ୍ଷିକ ଅନୁଷ୍ଠାନରେ ପ୍ରେସ ସ୍ବାଧୀନତା ଉପରେ ବତ୍କୃତା, ନିବନ୍ଧ ଓ କ୍ବିଜ ପ୍ରତିଯୋଗିତା ଆୟୋଜିତ ହୁଏ। ଲୋକଙ୍କୁ ବାକ ସ୍ବାଧୀନତା ସମ୍ପର୍କରେ ବୁଝାଏ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Today is World | Argus News