Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ବିହାରରେ ନୀତିଶ କୁମାରଙ୍କ ଶକ୍ତି ପରୀକ୍ଷା

National

ଆଜି ବିହାରରେ ନୀତିଶ କୁମାରଙ୍କ ଶକ୍ତି ପରୀକ୍ଷା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ବିହାରରେ ନୀତିଶ କୁମାରଙ୍କ ଶକ୍ତି ପରୀକ୍ଷା

ଅର୍ଗସ ବ୍ୟୁରୋ : ଆଜି ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ହେବ ଶକ୍ତି ପରୀକ୍ଷା। କିନ୍ତୁ ଏହା ପୂର୍ବରୁ ବିହାରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଫ୍ଲୋର ଟେଷ୍ଟରେ ବିଜୟୀ ହେବା ନେଇ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଥିବା ବେଳେ ବିରୋଧୀ ଶିବିରରେ ଜାରି ରହିଛି ହଲଚଲ। ପ୍ରଥମେ କଂଗ୍ରେସ ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଯାଇଥିଲା ଏବଂ ବର୍ତ୍ତମାନ ଆରଜେଡି ବିଧାୟକମାନଙ୍କୁ ତେଜସ୍ୱୀ ଯାଦବଙ୍କ ଘରେ ବ୍ୟାରିକେଡ୍ କରାଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ଥିବାବେଳେ ସପ୍ତାହେ ହେଲା ତେଲଙ୍ଗାନାରେ ରହିଥିବା କଂଗ୍ରେସ ବିଧାୟକ ରବିବାର ପାଟନା ଫେରିଛନ୍ତି। ସେଠାରୁ ସେମାନେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭବନକୁ ଯାଇଛନ୍ତି।

ଅଧିକ ପଢନ୍ତୁ : ଉତ୍ତରପ୍ରଦେଶ: 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବଜେଟ୍

ସେମାନେ ତେଜସ୍ବୀଙ୍କ ଘରେ ସୋମବାର ପର୍ଯ୍ୟନ୍ତ ରହିବା ବ୍ୟବସ୍ଥା ହୋଇଛି। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ ମହାମେଣ୍ଟରୁ ଓହରି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରି ନୂଆ ସରକାର ଗଢ଼ିବା ପରେ ଆସ୍ଥାଭୋଟ ଆବଶ୍ୟକ ହୋଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନ୍‌ଡିଏର ୧୨୮ ବିଧାୟକ ରହିଥିବାରୁ ସେମାନେ ସୁବିଧାରେ ଆସ୍ଥାଭୋଟ ଜିତିଯିବେ। ତେବେ ଟ୍ରଷ୍ଟ ଭୋଟ ପୂର୍ବରୁ ବିଭାଜନ ଆଶଙ୍କାରେ କଂଗ୍ରେସର ୧୯ ବିଧାୟକ ତେଲଙ୍ଗାନାରେ ରହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today Nitish Kumar's power test in Bihar for vote | Argus News