Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ

National

ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ

ଅର୍ଗସ ବ୍ୟୁରୋ : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ । ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ଜାତୀୟ କାର୍ଯ୍ୟକ୍ରମ । ଏନେଇ ଶୀତ ଅଧିବେଶନ ପୂର୍ବରୁ ହୋଇଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସର୍ବସମ୍ମତି କ୍ରମେ ସଂସଦର ମିଳିତ ଅଧିବେଶନ ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ । ଆଜିଠାରୁ ଆରମ୍ଭ ହେଉଥିବା ସମ୍ବିଧାନ ଦିବସ ଉତ୍ସବ ବର୍ଷବ୍ୟାପୀ ଚାଲିବ ।

୨୬ ନଭେମ୍ବର ୧୯୪୯ରେ ଭାରତର ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା ।  ଯାହା ୨୬ ଜାନୁଆରୀ ୧୯୫୦ରେ କାର୍ଯ୍ୟକାରୀ ହୋଇଥିଲା । ରାଷ୍ଟ୍ରପତିଙ୍କ ନେତୃତ୍ୱରେ ସଂସଦର ସେଣ୍ଟ୍ରାଲ ହଲରେ ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ସଂସ୍କୃତ ଓ ମୈଥିଲି ଭାଷାରେ ସମ୍ବିଧାନ ଉନ୍ମୋଚନ ହେବ। ୱେବସାଇଟ୍, 'constitution75.com' ମଧ୍ୟ ଲୋକାର୍ପିତ ହେବ । ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାର ବର୍ଷବ୍ୟାପୀ ଉତ୍ସବ କରିବାକୁ ଘୋଷଣା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today will be the 75th anniversary of the constitution | Argus News