Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂକୁ ପୁରିବ ୧ ବର୍ଷ

National

କାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂକୁ ପୁରିବ ୧ ବର୍ଷ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
କାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂକୁ ପୁରିବ ୧ ବର୍ଷ

ଅର୍ଗସ ବ୍ୟୁରୋ : କାଲି ପ୍ରଥମଥର ପାଇଁ ଭାରତ national space day ବା ଜାତୀୟ ଅନ୍ତରୀକ୍ଷ ଦିବସ ପାଳନ କରିବାକୁ ଯାଉଛି । କାରଣ କାଲି ଦିନରେ ହିଁ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ଏବଂ ରୋଭର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫଳ ଭାବେ ଲ୍ୟାଣ୍ଡ କରିଥିଲା। ସାରା ବିଶ୍ବରେ ପ୍ରଥମ ଥରପାଇଁ ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିଥିଲା ଚନ୍ଦ୍ରଯାନ ୩ ର ବିକ୍ରମ । ଯେଉଁ ମୁହୁର୍ତ୍ତ ସାରା ଦେଶକୁ ଗୌରବାନ୍ବିତ କରିଥିଲା । ହେଲେ ଆପଣ ଜାଣିଛନ୍ତି କି, ବର୍ଷେ ଭିତରେ ଚନ୍ଦ୍ରଯାନ ୩ କେଉଁ କେଉଁ ତଥ୍ୟ ଚନ୍ଦ୍ରପୃଷ୍ଠରୁ ସଂଗ୍ରହ କରିଛି ?

୧- ଲ୍ୟାଣ୍ଡ ହେବାର ୩ ଦିନ ପରେ ଏକ ଭାଇବ୍ରେସନରୁ ଲ୍ୟାଣ୍ଡର ଜାଣିବାକୁ ପାଇଥିଲା ପୃଥିବୀ ଭଳି ସେଠାରେ ମଧ୍ୟ ଭୁକମ୍ପ ବା ମୁନ କୁଇକ୍ସ ହୋଇଥାଏ ।
୨- ଚନ୍ଦ୍ରପୃଷ୍ଠର ଓପରି ଭାଗର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ । ଏବଂ ଏହା ଭିତରର ତାପମାତ୍ରା -୧୦ ଡିଗ୍ରୀ ସେଲସିୟସ ।
୩- ଚନ୍ଦ୍ରରେ ସଲଫର ଭଳି ରସାୟନ ପଦାର୍ଥ ରହିଛି । ଯାହା ଚନ୍ଦ୍ରର ସ୍ଥିତି, ଇତିହାସ ଏହାର ଭୂବିଜ୍ଞାନକୁ ବୁଝିବାରେ ସାହାଯ୍ୟ କରିବ ।
୪- ଚନ୍ଦ୍ରଯାନରେ ପ୍ଲାଜମାର ମାତ୍ରା କମ ରହିଛି । ଯାହା ଆଗାମୀ ଦିନରେ ଯାତ୍ରୀଙ୍କୁ ସେଠାରେ ରହିବାରେ ସହାୟକ ହୋଇପାରେ ବିଲ ସୂଚନା ରହିଛି ।
୫- ପୂର୍ବରୁ ଚନ୍ଦ୍ର ସମ୍ପୁର୍ଣ୍ଣ ଭାବେ ମେଗମାର ମହାସାଗର ଥିବା ଅନୁମାନ । କାରଣ ଦକ୍ଷିଣ ପୃଷ୍ଠର ମାଟି ମେଗମାର ମାଟି ଥିଲା । 

ଅଧିକ ପଢନ୍ତୁ : ଲଞ୍ଚ ହେବ ଚନ୍ଦ୍ରଯାନ-୪ , ସୂଚନା ଦେଲା ଇସ୍ରୋ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tomorrow, Chandrayaan-3 will complete 1 year of landing | Argus News