|
logo
Live

Argus News - ଆସନ୍ତାକାଲି ମହାରାଷ୍ଟ୍ରରେ ଶପଥଗ୍ରହଣ ଉତ୍ସବ

National

ଆସନ୍ତାକାଲି ମହାରାଷ୍ଟ୍ରରେ ଶପଥଗ୍ରହଣ ଉତ୍ସବ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆସନ୍ତାକାଲି ମହାରାଷ୍ଟ୍ରରେ ଶପଥଗ୍ରହଣ ଉତ୍ସବ

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ମହାରାଷ୍ଟ୍ରରେ ଶପଥଗ୍ରହଣ ଉତ୍ସବ । ସେଥିପାଇଁ ଆଜି ବିଜେପି ବିଧାୟକ ଦଳ ବୈଠକ ହେବାକୁ ଯାଉଛି । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ନିର୍ବାଚନ ରେଜଲ୍ଟ ଆସିବାର ୧୧ ଦିନ ବିତିଛି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏହାକୁ ନେଇ ସପ୍ତାହରୁ ଅଧିକ ସମୟ ଧରି ଦ୍ବନ୍ଦ୍ବ ଲାଗି ରହିଛି । କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହେବେ, ଆଜି ତାହା ସ୍ପଷ୍ଟ ହେବାକୁ ଯାଉଛି ।

ଅଧିକ ପଢନ୍ତୁ : ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଶପଥ ଗହଣ କରିବେ । ଏହାପରେ ମନ୍ତ୍ରିମଣ୍ଡଳ ଗଠନ କରାଯିବ । ମହାୟୁତି ମେଣ୍ଟ ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ୨୩୦ ଜିତିଛି । ବିଜେପି ସର୍ବାଧିକ ୧୩୨ଟି ଆସନ ପାଇଥିବାବେଳେ ଶିବସେନା ୫୭ ଏବଂ ଏନସିପିକୁ ୪୧ଟି ଆସନ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆସନ୍ତାକାଲି ମହାରାଷ୍ଟ୍ରରେ ଶପଥଗ୍ରହଣ ଉତ୍ସବ | Argus News