Delhi Pollution / ଦୀପାବଳି ପୂର୍ବରୁ ବିଷ ବଳୟରେ ରାଜଧାନୀ

Key Points
ଦେଶର ରାଜଧାନୀ ଦିଲ୍ଲୀରେ ହାଲ୍ ବେହାଲ୍।
ବାୟୁରୁ ନେଇ ଜଳ ଦିଲ୍ଲୀର ସବୁ କିଛି ବିଷାକ୍ତ ।
ଯମୁନା ନଦୀ ଜଳରେ ଭାସୁଛି ବିଷାକ୍ତ ଫେଣ।
ଦୀପାବଳି ପୂର୍ବରୁ ଦିଲ୍ଲୀ-NCRରେ ସ୍ମଗ୍ ଆଟାକ୍
ଦୀପାବଳି ପୂର୍ବରୁ ବିଷ ବଳୟରେ ରାଜଧାନୀ। ଦେଶର ରାଜଧାନୀ ଦିଲ୍ଲୀରେ ହାଲ୍ ବେହାଲ୍। ବାୟୁରୁ ନେଇ ଜଳ ଦିଲ୍ଲୀର ସବୁ କିଛି ବିଷାକ୍ତ । ଯମୁନା ନଦୀ ଜଳରେ ଭାସୁଛି ବିଷାକ୍ତ ଫେଣ। ଦୀପାବଳି ପୂର୍ବରୁ ଦିଲ୍ଲୀ-NCRରେ ସ୍ମଗ୍ ଆଟାକ୍ । ଏୟାର କ୍ବାଲିଟି ଇଣ୍ଡେକ୍ସ ଭାଙ୍ଗିଲା ରେକର୍ଡ । ୪୨୬ ଯାଏଁ ପହଞ୍ଚିଲା ଏୟାର କ୍ବାଲିଟି ଇଣ୍ଡେକ୍ସ । ଅକ୍ଷରଧାମ ପାଲଟିଲା ଅଣନିଃଶ୍ବାସୀ ଅଞ୍ଚଳ ।
ଗତ ପାଞ୍ଚ ଦିନ ଧରି ଦିଲ୍ଲୀ ବାୟୁର ଗୁଣବତ୍ତା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଅନେକ ଅଞ୍ଚଳରେ ଏକ୍ୟୁଆଇ ୩୦୦ ଅତିକ୍ରମ କରିଛି। ଆନନ୍ଦ ବିହାରରେ, ଏକ୍ୟୁଆଇ ୪୦୦ ପାଖାପାଖି ପହଞ୍ଚିଛି। ରାଜଧାନୀ ବ୍ୟତୀତ, ଗାଜିଆବାଦ, ନୋଏଡା ଏବଂ ଗୁରୁଗ୍ରାମରେ ମଧ୍ୟ ଏକ୍ୟୁଆଇ ଖରାପ ବର୍ଗରେ ରେକର୍ଡ କରାଯାଇଛି। ଆଗାମୀ ଦିନରେ ଦିଲ୍ଲୀ ପାଇଁ ସମାନ ବାୟୁ ଗୁଣବତ୍ତା ନେଇ ପୂର୍ବାନୁମାନ କରାଯାଇଛି। ଶନିବାର ଦିନ ଲଗାତାର ପଞ୍ଚମ ଦିନ ପାଇଁ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ବର୍ଗରେ ରହିଛି। ଦୀପାବଳି ପୂର୍ବରୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ଯୋଗୁଁ, ରାଜଧାନୀର ନଅଟି ମନିଟରିଂ ଷ୍ଟେସନ ଅତ୍ୟନ୍ତ ଖରାପ ବର୍ଗ ସହ ରେଡ୍ ଜୋନରେ ରହିଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଶନିବାର ଅପରାହ୍ନ ୪ଟାରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୬୮ ରେକର୍ଡ କରାଯାଇ ଥିଲା, ଯାହା ଖରାପ ବର୍ଗରେ ରହିଥାଏ। ଗାଜିଆବାଦରେ ୩୨୪ର ଏକ୍ୟୁଆଇ ଅତ୍ୟନ୍ତ ଖରାପ ରେକର୍ଡ କରାଯାଇଥିଲା। ନୋଏଡା ଏବଂ ଗୁରୁଗ୍ରାମ ଯଥାକ୍ରମେ ୨୯୮ ଏବଂ ୨୫୮ର ଏକ୍ୟୁଆଇ ସହିତ ଖରାପ ବର୍ଗରେ ରହିଛି। ରାଜଧାନୀର ୩୮ଟି ମନିଟରିଂ ଷ୍ଟେସନ ମଧ୍ଯରୁ ନଅଟିରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ବର୍ଗରେ ରେକର୍ଡ କରାଯାଇଛି, ଯେତେବେଳେ କିଛି ସ୍ଥାନ ଗୁରୁତର ବର୍ଗ ଆଡ଼କୁ ଗତି କରୁଛି।
ଏଥିସହ ପଢ଼ନ୍ତୁ: ଆର୍ଥିକ ସଂକଟରୁ ରକ୍ଷା କରି ଭବିଷ୍ୟତ ସୁଧାରିବ ସୁନା
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ତଥ୍ୟ ଅନୁଯାୟୀ, ଆନନ୍ଦ ବିହାରରେ ସର୍ବାଧିଆକ ବାୟୁ ଗୁଣବତ୍ତା ସୂଚକାଙ୍କ ୩୮୯ ରେକର୍ଡ କରାଯାଇଛି, ଏହା ପରେ ୱାଜିରପୁର (୩୫୧), ବାୱାନା (୩୦୯), ଜାହାଙ୍ଗୀରପୁରୀ (୩୧୦), ଓଖଲା (୩୦୩), ବିବେକ ବିହାର (୩୦୬), ଦ୍ବାରକା (୩୧୦) ଏବଂ ସିରି ଫୋର୍ଟ (୩୦୭) ରହିଛି। ଆଗାମୀ ଦିନରେ ଦିଲ୍ଲୀରେ ଏହିପରି ସମାନ ବାୟୁ ଗୁଣବତ୍ତା ରହିବ ବୋଲି ପୂର୍ବାନୁମାନ କରାଯାଇଛି । CPCB ଅନୁସାରେ, ୦-୮୦ ମଧ୍ଯରେ ବାୟୁ ଗୁଣବତ୍ତା ସୂଚକାଙ୍କକୁ ଭଲ, ୫୧ରୁ ୧୦୦ ସନ୍ତୋଷଜନ ୧୦୧ରୁ ୨୦୦ ମଧ୍ୟମ, ୨୦୧ରୁ ୩୦୦ ଖରାପ, ୩୦୧ ରୁ ୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୧ରୁ ୫୦୦ ଗମ୍ଭୀର ଶ୍ରେଣୀ ଭାବେ ବିବେଚନା କରାଯାଏ।
ଉଲ୍ଲେଖନୀୟ ଯେ, ଶନିବାର ଦିଲ୍ଲୀରେ ସର୍ବାଧିଯକ ତାପମାତ୍ର ମାତ୍ରା ୩୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ଠାରୁ ୦.୯ ଡିଗ୍ରୀ ଅଧିକ, ଯେତେବେଳେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୧.୨ ଡିଗ୍ରୀ ଅଧିକ ୧୯.୬ ଡିଗ୍ରୀ ସେଲସିୟସ୍ ଥିଲା। ଅନ୍ତର୍ଜାତୀୟ ପାଣିପାଗ ବିଭାଗ (IMD) ରବିବାର ଆକାଶ ସଫା ରହିବାର ପୂର୍ବାନୁମାନ କରିଛି। ସର୍ବାଧି କ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୯ ଡିଗ୍ରୀ ସେଲସିୟସ୍ ରହିବ।
ଅଧିକ ପଢ଼ନ୍ତୁ ଭାରତ ଖବର...
📱 Get Argus News App
✨Related Topics
Explore more stories