Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Accident News / ଦେଖୁ ଦେଖୁ ନଦୀକୁ ଖସିପଡ଼ିଲା ବସ୍ ୧୬ ମୃତ

Rashmita Mishra
Browse all articles by Rashmita Mishra
·3 months ago·2 min read
ଦେଖୁ ଦେଖୁ ନଦୀକୁ ଖସିପଡ଼ିଲା ବସ୍ ୧୬ ମୃତ
Bus Accident

Key Points

ଯାତ୍ରୀଙ୍କୁ ଧରି ନଦୀରେ ବୁଡ଼ିଗଲା ବସ୍‌ ଛଟପଟ ହୋଇ...
ଯାତ୍ରୀଙ୍କୁ ଧରି ନଦୀରେ ବୁଡ଼ିଗଲା ବସ୍‌
ବସ୍‌ ଭିତରେ ଚିତ୍କାର କରି ବସ୍‌ ସହ ସବୁ ବୁଡ଼ିଗଲେ ସବୁ ଯାତ୍ରୀ
ଲୋକମାନେ ଦେଖୁଥିଲେ କେହି ଅଟକାଇ ପାରିଲେ ନାହିଁ

ମୃତ୍ୟୁ... କେତେବେଳେ ବି ଆସିପାରେ । କାହାକୁ କିଛି ନକହି ଅଚାନକ । ଆଉ କ୍ଷଣିକରେ ସବୁ କିଛି ନେଇ ଚାଲିଯାଏ । ଯେମିତି ଏହି ଦୁର୍ଘଟଣାରେ ଦେଖିବାକୁ ମିଳିଛି । ଅଚାନକ ଏକ ବସ୍ ଆସିଲା ନଦୀ ଭିତରେ ପଶିଗଲା । ବସ୍‌ ଭିତରେ ଭର୍ତ୍ତି ହୋଇ ରହିଥିଲେ ଯାତ୍ରୀ । ରାସ୍ତାରୁ ନଦୀକୁ ଧସେଇ ପଶିଲା ବସ୍‌ । ଧିରେ ଧିରେ ନଦୀରେ ପୁରା ବୁଡ଼ିଗଲା । ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ବସ୍‌ଟି ଯାତ୍ରୀ ମାନଙ୍କୁ ଧରି ଅଚାନକ ଆସି ନଦୀ ଭିତରେ ଧସେଇ ପଶିଗଲା । ବସ୍‌କୁ କେହି ଅଟକାଇ ପାରିଲେ ନାହିଁ। ଛଟପଟ ହୋଇ ଯାତ୍ରୀ ମାନଙ୍କର ମୃତ୍ୟୁ ହୋଇଯାଇଛି । କିଛି ଯାତ୍ରୀଙ୍କ ଭାଗ୍ୟ ଭଲ ଥିଲା ସେମାନେ ପାଣି ଭିତରୁ ପହଁରି ବାହାରି ଆସିଛନ୍ତି । ଆଉ କିଛି ଜଣ ଏବେବି ନିଖୋଜ ଅଛନ୍ତି ।

ବସଟି ଆସିଲା ସିଧା ନଦୀରେ ବୁଡ଼ି ଗଲା । ଆଉ କ୍ଷଣିକରେ ପାଣିରେ ଯାତ୍ରୀଙ୍କୁ ଧରି ବୁଡ଼ି ଯାଉଛି ବସ୍ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ପରିବେଶ ।
ସୂଚନା ମୁତାବକ ବାଂଲାଦେଶର ପଦ୍ମା ନଦୀରେ ବସ ଖସିପଡିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି ।

ବୁଧବାର ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟ୍ ସମୟରେ ଘଟିଛି ଏହି ଘଟଣା। ଏକ ଯାତ୍ରୀବାହୀ ବସ ଫେରିରେ ଚଢ଼ିବାକୁ ଅପେକ୍ଷା କରିଥିବା ବେଳେ ଏହି ଅଘଟଣ ଘଟିଥିଲା । ପଛପଟୁ ଜୋରରେ ଧକ୍କା ହେବାରୁ ବସଟି ଭାରସାମ୍ୟ ହରାଇ ଗଭୀର ନଦୀ ମଧ୍ୟକୁ ଖସି ପଡିଥିଲା । ଯାତ୍ରୀ ମାନେ ବସ୍‌ ସହ ପାଣିରେ ବୁଡ଼ି ଯାଇଥିଲେ। ଫଳରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ନଖୋଜ ରହିଛନ୍ତି ।

ସେପଟେ ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଏବଂ ନୌସେନା ପକ୍ଷରୁ ବ୍ୟାପକ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଉଦ୍ଧାରକାରୀ ଦଳ ନଦୀ ମଧ୍ୟରୁ ବସଟିକୁ ଉଦ୍ଧାର କରିବା ପରେ ସେଥିରୁ ୧୬ ଜଣଙ୍କ ଶବ ମିଳିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । କିଛି ଯାତ୍ରୀ ପହଁରି କୂଳକୁ ଆସିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରହିଛି ।

ପଢନ୍ତୁ ଏହି ଖବର: ଆନ୍ଧ୍ରରେ ଭୟଙ୍କର ଦୁର୍ଘଟଣା, ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...ଚାଲିଗଲା ୧୨ ଜୀବନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bus Accident | Bus Falls Into River, 16 Dead in Tragic Accident | Argus News