|
logo
Live
Argus News App
GET APP

Argus News - ଆନ୍ଧ୍ରରେ ଭୟଙ୍କର ଦୁର୍ଘଟଣା, ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...ଚାଲିଗଲା ୧୨ ଜୀବନ

Accident

Accident News / ଆନ୍ଧ୍ରରେ ଭୟଙ୍କର ଦୁର୍ଘଟଣା, ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...ଚାଲିଗଲା ୧୨ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·6 days ago·1 min read
ଆନ୍ଧ୍ରରେ ଭୟଙ୍କର ଦୁର୍ଘଟଣା, ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...ଚାଲିଗଲା ୧୨ ଜୀବନ
Accident

Key Points

ଆନ୍ଧ୍ରରେ ହୃଦୟବିଦାରକ ଘଟଣା
ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା
ଆନ୍ଧ୍ରରେ ୧୨ ଜଣ ଜୀବନ୍ତ ଜଳିଗଲେ
ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର ମାର୍କାପୁରମ୍ ଜିଲ୍ଲାରେ ଏକ ଘରୋଇ ବସ୍ ଏବଂ ଟିପ୍ପର ଲରି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ବସ୍‌ରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏପର୍ଯ୍ୟନ୍ତ ପ୍ରାୟ ୧୮ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ୍ ସୂଚନା ଦେଇଛି ।

ସୂଚନା ଅନୁସାରେ, ସକାଳ ପ୍ରାୟ ୬ଟା ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ହରିକୃଷ୍ଣ ଟ୍ରାଭେଲ୍ସର ବସ୍‌ଟି ତେଲେଙ୍ଗାନାର ନିର୍ମଳରୁ ନେଲୋର ଅଭିମୁଖେ ଯାଉଥିଲା । ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯାଇଥିଲା ଏବଂ ଅନେକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପ୍ରାୟ ୨୦ ଜଣ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ସମଗ୍ର ଘଟଣାର ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ପଢ଼ନ୍ତୁ: ବିମାନବନ୍ଦରରେ ବଡ଼ ଅଘଟଣ; ଟ୍ରକ୍‌କୁ ଧକ୍କା ଦେଲା ଏୟାର କାନାଡ଼ା ଏକ୍ସପ୍ରେସ୍ ବିମାନ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident News: ଆନ୍ଧ୍ରରେ ଭୟଙ୍କର ଦୁର୍ଘଟଣା, ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...ଚାଲିଗଲା ୧୨ ଜୀବନ | Argus News