Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟ୍ରେନ୍ ଇଞ୍ଜିନ୍‌ରେ ପ୍ଲେନ୍ ଭଳି ରହିବ 'ବ୍ଳାକ ବକ୍ସ'; ଦୁର୍ଘଟଣା ହେଲେ ଜଣାପଡ଼ିଯିବ କାରଣ

National

Black Box in Trains / ଟ୍ରେନ୍ ଇଞ୍ଜିନ୍‌ରେ ପ୍ଲେନ୍ ଭଳି ରହିବ 'ବ୍ଳାକ ବକ୍ସ'; ଦୁର୍ଘଟଣା ହେଲେ ଜଣାପଡ଼ିଯିବ କାରଣ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଟ୍ରେନ୍ ଇଞ୍ଜିନ୍‌ରେ ପ୍ଲେନ୍ ଭଳି ରହିବ 'ବ୍ଳାକ ବକ୍ସ'; ଦୁର୍ଘଟଣା ହେଲେ ଜଣାପଡ଼ିଯିବ କାରଣ
Railways to Record Engine and Pilot Activity

Key Points

ଟ୍ରେନ୍‌ର ଇଞ୍ଜିନ୍‌ରେ ୬ଟି ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ସହ ଭଏସ୍ ରେକର୍ଡର ଲଗାଯାଉଛି । ରେଲୱେ ବୋର୍ଡର ନିର୍ଦ୍ଦେଶ ଅନୁସାରେ, ଇଞ୍ଜିନର ଆଗ ଓ ପଛରେ ଗୋଟିଏ ଗୋଟିଏ କ୍ୟାମେରା ଓ ଚାଳକ କ୍ୟାବିନ୍‌ରେ ୪ଟି କ୍ୟାମେରା ଲଗା ଯାଉଛି ।
ନୂଆଦିଲ୍ଲୀ: ଦେଶରେ ଟ୍ରେନ୍ ଦୁର୍ଘଟଣା ବଢ଼ୁଥିବା ବେଳେ ଅନେକ ଥର ଷଡ଼ଯନ୍ତ୍ର ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । ଯାହାକୁ ନେଇ ଟ୍ରେନ୍‌ରେ 'ବ୍ଳାକ ବକ୍ସ' ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହ ଫଳରେ ଟ୍ରାକ୍‌ରେ ଦୌଡ଼ୁଥିବା ଟ୍ରେନ୍ ଓ ଲୋକ ପାଇଲଟଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ । ଏଥିସହ ରେଳ ଦୁର୍ଘଟଣା ପରେ କାରଣ ଜାଣିହେବ ।

ଟ୍ରେନ୍ ଦୁର୍ଘଟଣାର ସତ ଜାଣିବା ପାଇଁ ଉତ୍ତର ମଧ୍ୟ ରେଲୱେ ଆଧୁନିକ ପର୍ଯ୍ୟବେକ୍ଷଣ ପ୍ରଣାଳୀ କାର୍ଯ୍ୟକ୍ଷମ କରିଛି । ଯେଉଁଥିରେ ଟ୍ରେନ୍‌ର ଇଞ୍ଜିନ୍‌ରେ ୬ଟି ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି ସହ ଭଏସ୍ ରେକର୍ଡର ଲଗାଯାଉଛି । ରେଲୱେ ବୋର୍ଡର ନିର୍ଦ୍ଦେଶ ଅନୁସାରେ, ଇଞ୍ଜିନର ଆଗ ଓ ପଛରେ ଗୋଟିଏ ଗୋଟିଏ କ୍ୟାମେରା ଓ ଚାଳକ କ୍ୟାବିନ୍‌ରେ ୪ଟି କ୍ୟାମେରା ଲଗା ଯାଉଛି ।

ଏଥିସହ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ…ଭୂସ୍ଖଳନରେ ୩୨ ରାସ୍ତା ବନ୍ଦ…ସବୁ ନଦୀ ବିପଦସଙ୍କେତ ଉପରେ 

ଏଥିସହ ଭଏସ୍ ରେକର୍ଡରକୁ ଲୋକୋ ପାଇଲଟ୍ ଓ ସହାୟକ ଲୋକୋ ପାଇଲଟଙ୍କ କଥାବାର୍ତ୍ତା ରେକର୍ଡ କରିବ । ବାହାରେ ଲାଗିଥିବା କ୍ଯାମେରା ରେଲୱେ ଟ୍ରାକ୍‌ ଓ ସମମୁଖ ଭାଗର ଗତିବିଧି କଏଦ କରିବ । କ୍ୟାବିନ୍‌ରେ ଲାଗିଥିବା ୪ଟି କ୍ୟାମେରା ଚାଳକ ଦଳର ଗତିବିଧି ରେକର୍ଡ କରିବ । ରେଲୱେର ଅଧିକାରୀଙ୍କ ଅନୁସାରେ, କୌଣସି ଦୁର୍ଘଟଣା ଅଥବା ଅସାମାନ୍ୟ ସ୍ଥିତିରେ ଏହି ରେକର୍ଡିଂ ଆଧାରରେ ସହଜରେ ସଠିକ୍ କାରଣ ଖୋଜିବା ସମ୍ଭବ ହୋଇ ପାରିବ ।

୨୬ ଟ୍ରେନ୍‌ରେ ପରୀକ୍ଷଣ

ସୂତ୍ର ଅନୁସାରେ, ଏହି ପ୍ରଣାଳୀ ବିମାନର 'ବ୍ଳାକ ବକ୍ସ' ଭଳି କାମ କରିବ ଏବଂ ତଦନ୍ତ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିବ । ବିଦେଶୀ ଜ୍ଞାନକୌଶଳ ବଦଳରେ ଅଧିକ ସୁରକ୍ଷିତ ସ୍ଵଦେଶୀ ପ୍ରଣାଳୀର ଉପଯୋଗ କରାଯିବ । ଉତ୍ତର ମଧ୍ୟ ରେଲୱେର ମୁଖପାତ୍ର ଶଶିକାନ୍ତ ତ୍ରିପାଠୀ କହିଛନ୍ତି, "ରେଲୱେ ବୋର୍ଡର ନିର୍ଦ୍ଦେଶ ଅନୁସାରେ, ଏବେ ୨୬ ଟ୍ରେନ୍‌ରେ ଏହି ଜ୍ଞାନକୌଶଳର ପରୀକ୍ଷଣ ଆରମ୍ଭ କରାଯିବ ।"

ଏଥିସହ ପଢ଼ନ୍ତୁ: ଦୁଷ୍କର୍ମ ପରେ ପୋଖରୀରେ ବୁଡ଼଼ାଇ ନାବାଳିକାକୁ ହତ୍ୟା; ପୋଲିସ ଗୁଳିରେ ଦୁଷ୍କର୍ମକାରୀ ନିହତ 

କିଛି ମାସ ତଳେ ଗାଜିଆବାଦରେ ଏକ ସ୍ଳିପର୍ ମଡ୍ୟୁଲ୍‌ର ଖୁଲାସା ପରେ ସୋନିପତ ରେଲୱ ଷ୍ଟେସନ ନିକଟରୁ ଏକ ଗୁପ୍ତ କ୍ୟାମେରା ଜବତ ହୋଇଥିଲା । ରେଲୱେ ଟ୍ରାକ୍‌ରେ ଲାଗିଥିବା ସିସିଟିଭି କ୍ଯାମେରା ଫିଡ୍ ପାକିସ୍ତାନ ପହଞ୍ଚୁଥିବା ତଦନ୍ତରେ ଆଶଙ୍କା କରାଯାଇଥିଲା । ଯାହାପରେ ରେଲୱେ ସୁରକ୍ଷାର ସମୀା କରି ବିଦେଶୀ ବିଶେଷ କରି ଚୀନ ଉପକରଣ ବଦଳରେ ସ୍ଵଦେଶୀ ଜ୍ଞାନକୌଶଳ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Indian Railways to Install Black Box in Train Engines Like Aircraft | Argus News | Argus News