Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indian Railways Fine / ଟ୍ରେନ୍ ବିଳମ୍ବ ହେଲେ ଏମିତି ଶାସ୍ତି, ରେଳବାଇ ଉପରେ ୯ ଲକ୍ଷ ଜରିମାନା

Santosh Kumar Sahoo
Browse all articles by Santosh Kumar Sahoo
·5 months ago·3 min read
ଟ୍ରେନ୍ ବିଳମ୍ବ ହେଲେ ଏମିତି ଶାସ୍ତି, ରେଳବାଇ ଉପରେ ୯ ଲକ୍ଷ ଜରିମାନା
Indian Railways

Key Points

୭ ବର୍ଷ ପରେ ନ୍ୟାୟ
ଭାରତୀୟ ରେଳବାଇକୁ କଞ୍ଜୁମର କୋର୍ଟର ଶିକ୍ଷା
ଭାରତୀୟ ରେଳବାଇକୁ ୯ ଲକ୍ଷ ଟଙ୍କାର ଜରିମାନା
ଭାରତୀୟ ରେଳବାଇ ଉପରେ ୯ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଲେ କଞ୍ଜୁମର୍‌ କୋର୍ଟ । ଟ୍ରେନ୍‌ ବିଳମ୍ବ ପାଇଁ ଭାରତୀୟ ରେଳବାଇକୁ ମିଳିଛି ଏହି ଶିକ୍ଷା । ଏମିତିକି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ । ଆଉ ସାତ ବର୍ଷ ପରେ କଞ୍ଜୁମର କୋର୍ଟ ରେଳବାଇ ଉପରେ ୯ ଲକ୍ଷ ଟଙ୍କାର ଏକ ବଡ଼ ଜରିମାନା ଲଗାଇଛନ୍ତି ।

ଛାତ୍ରୀ ସମୃଦ୍ଧିର ଅଭିଯୋଗ ଆଧାରରେ ସାତ ବର୍ଷ ପୂର୍ବେ ୨୦୧୮ରେ ଏହି ଜରିମାନା ଲଗାଯାଇଥିଲା । ସେ ଅଭିଯୋଗ କରିଥିଲେ ଯେ ସେ ଏକ ଟ୍ରେନ୍ ଟିକେଟ୍ ବୁକ୍ କରିଥିଲେ ଏବଂ ଟ୍ରେନ୍ ଅଢ଼େଇ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା । ଯାହା ଫଳରେ ସେ ତାଙ୍କର NEET ପରୀକ୍ଷା ଦେଇପାରିନଥିଲେ । ସେ ଦିନ ରାତି ଏକ କରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ଆଉ ଟ୍ରେନ୍‌ ବିଳମ୍ବ ହେବା ଯୋଗୁଁ ତାଙ୍କର ବର୍ଷ ବର୍ଷର ପ୍ରସ୍ତୁତି ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସେ କୋର୍ଟରେ ଆବେଦନ କରିଥିଲେ ।

ଜରିମାନା ପରେ କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ରେଳବାଇ କ୍ଷତିପୂରଣ ଦେବାରେ ବିଳମ୍ବ କରନ୍ତି, ତେବେ ଗ୍ରାହକଙ୍କୁ ଦିଆଯାଇଥିବା ରାଶି ଉପରେ ୧୨ ପ୍ରତିଶତ ସୁଧ ଦେବାକୁ ପଡିବ । କଞ୍ଜୁମର କୋର୍ଟଙ୍କ ଏହି ପଦକ୍ଷେପ ପରେ ରେଳବାଇ ପ୍ରଶାସନ ମଧ୍ୟରେ ହଇଚଇ ସୃଷ୍ଟି କରିଛି ।

ସମ୍ପୂର୍ଣ୍ଣ ମାମଲା ଏପରି ଥିଲା 

କୋତୱାଲି ଥାନା ଅଞ୍ଚଳର ପିକୌରା ବକ୍ଷ ଅଞ୍ଚଳର ବାସିନ୍ଦା ସମୃଦ୍ଧି NEET ପାଇଁ ପ୍ରସ୍ତୁତି କରୁଥିଲେ । ସେ NEET ପରୀକ୍ଷା ଫର୍ମ ମଧ୍ୟ ପୂରଣ କରିଥିଲେ ଏବଂ ତାଙ୍କ ପରୀକ୍ଷା କେନ୍ଦ୍ର ଲକ୍ଷ୍ନୌର ଜୟନାରାୟଣ ପିଜି କଲେଜରେ ପଡ଼ିଥିଲା । ପରୀକ୍ଷା ଦେବା ପାଇଁ ଛାତ୍ରୀ ଜଣକ ବସ୍ତିରୁ ଇଣ୍ଟରସିଟି ସୁପରଫାଷ୍ଟ ଟ୍ରେନ ପାଇଁ ଟିକେଟ ବୁକ୍ କରିଥିଲେ । ଯାହା ସକାଳ ୧୧ଟାରେ ଲକ୍ଷ୍ନୌ ପହଞ୍ଚିବାର ଥିଲା । କିନ୍ତୁ ବିଳମ୍ବ ଯୋଗୁଁ ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟଠାରୁ ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଲା । ତାଙ୍କୁ ଦିନ ୧୨:୩୦ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ଥିଲା, କିନ୍ତୁ ଟ୍ରେନ୍‌ ବିଳମ୍ବ ହେବାରୁ ସେ ପରୀକ୍ଷା ଦେଇପାରିଲେ ନାହିଁ । ଏହା ପରେ ଛାତ୍ରୀଜଣଙ୍କ ଏହି ମାମଲାକୁ କଞ୍ଜୁମର କମିଶନଙ୍କ ନିକଟକୁ ନେଇଯାଇଥିଲେ ଏବଂ ରେଳବାଇ ଏହାର ପରିଣାମ ଭୋଗିଥିଲା ।

ଜିଲ୍ଲା କଞ୍ଜୁମର କମିଶନର ଅଧ୍ୟକ୍ଷ ବିଚାରପତି ଅମରଜିତ ବର୍ମା ଏବଂ ସଦସ୍ୟ ଅଜୟ ପ୍ରକାଶ ସିଂହ ରେଳବାଇ ଉପରେ ୯୧୦,୦୦୦ ଜରିମାନା ଲଗାଇଛନ୍ତି । କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ରେଳବାଇ କ୍ଷତିପୂରଣ ଦେବାରେ ବିଳମ୍ବ କରେ, ତେବେ ସେମାନଙ୍କୁ ଗ୍ରାହକଙ୍କୁ ପ୍ରଦାନ କରାଯାଇଥିବା ରାଶି ଉପରେ ୧୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ ।

ସମ୍ପୂର୍ଣ୍ଣ ମାମଲା ୨୦୧୮ ମସିହାର

ସମୃଦ୍ଧିଙ୍କର ଓକିଲ ପ୍ରଭାକର ମିଶ୍ର, କହିଛନ୍ତି ଯେ ସେ ୭ ମେ, ୨୦୧୮ରେ NEET ପରୀକ୍ଷା ଦେବାକୁ ଲକ୍ଷ୍ନୌ ଯାଇଥିଲେ। କିନ୍ତୁ, ଟ୍ରେନ ବିଳମ୍ବ ଯୋଗୁଁ ସେ ପରୀକ୍ଷା ଦେଇପାରିଲେ ନାହିଁ ଏବଂ ତାଙ୍କର ସମ୍ପୂର୍ଣ୍ଣ ବର୍ଷ ନଷ୍ଟ ହୋଇଗଲା । ମୁଁ ଜିଲ୍ଲା ଗ୍ରାହକ ବିବାଦ ସମାଧାନ କମିଶନରେ ଏକ ମାମଲା ଦାୟର କରିଥିଲି । ମୁଁ ରେଳ ମନ୍ତ୍ରଣାଳୟ, ମହାପ୍ରବନ୍ଧକ ଏବଂ ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନୋଟିସ୍ ପଠାଇଥିଲି, କିନ୍ତୁ କୌଣସି ଉତ୍ତର ନ ପାଇବାରୁ ମୁଁ ସେପ୍ଟେମ୍ବର ୧୧, ୨୦୧୮ରେ କୋର୍ଟରେ ଏକ ମାମଲା ଦାୟର କରିଥିଲି ।

ମାମଲାଟି ୭ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା

ମାମଲାଟି ୭ ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା । କମିଶନ ଉଭୟ ପକ୍ଷଙ୍କୁ ଶୁଣିଥିଲେ ଏବଂ ରେଳବାଇ ଟ୍ରେନର ବିଳମ୍ବକୁ ସ୍ୱୀକାର କରିଥିଲା, କିନ୍ତୁ ବିଳମ୍ବର କାରଣ ବ୍ୟାଖ୍ୟା କରିନଥିଲା । କୋର୍ଟ ଜରିମାନା ଲଗାଇ ରେଳବାଇକୁ ୪୫ ଦିନ ମଧ୍ୟରେ ୯ ଲକ୍ଷ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Train Delay Costs Indian Railways ₹9 Lakh Fine by Consumer Court | Argus News