Videos
|
National

Loco pilot saves 10 lions / ଦ୍ରୁତ ବେଗରେ ଦୌଡୁଥିଲା ଟ୍ରେନ୍; ହଠାତ୍ ରେଲୱେ ଟ୍ରାକ୍ ଉପରକୁ ମାଡ଼ି ଆସିଲେ ୧୦ ସିଂହ, ଶେଷରେ...

Subhramjit Ray
Browse all articles by Subhramjit Ray
·59 mins ago·3 min read
ଦ୍ରୁତ ବେଗରେ ଦୌଡୁଥିଲା ଟ୍ରେନ୍;  ହଠାତ୍ ରେଲୱେ ଟ୍ରାକ୍ ଉପରକୁ ମାଡ଼ି ଆସିଲେ ୧୦ ସିଂହ, ଶେଷରେ...
Loco pilot saves 10 lions

Key Points

ଲୋକ ପାଇଲଟ୍ ଙ୍କ ସତର୍କତା ଯୋଗୁଁ ୧୦ ଏସୀୟ ପ୍ରଜାତିର ସିଂହଙ୍କୁ ବଞ୍ଚା ଯାଇପାରିଛି। ପଶ୍ଚିମ ରେଳବାଇର ଭାବନଗର ଡିଭିଜନ ଅନ୍ତର୍ଗତ ଅମରେଲି ଜିଲ୍ଲାର ଧାରି ଠାରେ ଏହି ସିଂହ ରେଲୱେ ଟ୍ରାକ୍ ଆଡକୁ ମାଡ଼ି ଆସିଥିଲେ।
Train driver stops train for lions Gujarat: ରେଳବାଇ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ସଦ୍ୟ ପଶ୍ଚିମ ରେଳବାଇର ଭାବନଗର ଡିଭିଜନ ଅନ୍ତର୍ଗତ ଅମରେଲି ଜିଲ୍ଲାର ଧାରି ଠାରେ ଏକ ବଡ଼ ଦୁର୍ଘଟଣା ଏଡାଇ ଦିଆଯାଇଥିଲା। ଏଠାରେ ଜଣେ ଲୋକୋ ପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଲଗାଇ ରେଲୱେ ଟ୍ରାକ ଉପରକୁ ଅଚାନତ ମାଡ଼ି ଆସିଥିବା ୧୦ ଏସୀୟ ପ୍ରଜାତିର ସିଂହଙ୍କୁ ବଞ୍ଚାଇ ଦେଇଛନ୍ତି। ଏହି କାମ ପାଇଁ ବର୍ତ୍ତମାନ, ଲୋକୋ ପାଇଲଟ୍ ଏବଂ ସହାୟକ ଲୋକୋ ପାଇଲଟ୍ ବ୍ୟାପକ ପ୍ରଶଂସା କରାଯାଉଛି।

ଏନେଇ ରେଳବାଇ କହିଛି ଯେ ବିଭାଗ ଏପରି କର୍ମଚାରୀଙ୍କ ପାଇଁ ଗର୍ବିତ। ଏଠାରେ ଟ୍ରେନ୍ ସମ୍ପୂର୍ଣ୍ଣ ବେଗରେ ଯାତ୍ରା କରୁଥିଲା। ହେଲେ ଲୋକୋ ପାଇଲଟ୍ ରେଲୱେ ଟ୍ରାକ୍ ଉପରେ ସତର୍କ ନଜର ରଖିଥିଲେ। ଏହି ଜଙ୍ଗଲ ଅଞ୍ଚଳ ସର୍ବଦା ଲୋକୋ ପାଇଲଟ୍ ଙ୍କ ପାଇଁ ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଆସିଛି। କାରଣ ଯେକୌଣସି ମୁହୂର୍ତ୍ତରେ ଏଠାରେ ଏକ ବଡ଼ ଦୁର୍ଘଟଣା ଘଟିପାରେ।

ଏହା ସହ ପଢନ୍ତୁ: କୁକୁଡ଼ା ଲୋଭରେ ଆସି ଯନ୍ତାରେ ଫସିଲା; ୪ ମାସ ଧରି ଖେଳାଇଥିଲା ଆତଙ୍କ, ଗ୍ରାମବାସୀଙ୍କୁ ମିଳିଲା ଆଶ୍ୱସ୍ତି

ହଠାତ୍ ରେଲୱେ ଟ୍ରାକ ଉପରକୁ ମାଡ଼ି ଆସିଲେ ସିଂହ, ଆଉ ତା’ପରେ...
ଲୋକୋ ପାଇଲଟ୍ ଅନିଶ ଏସ୍. ଏବଂ ସହାୟକ ଲୋକୋ ପାଇଲଟ୍ ବୀରେନ୍ଦ୍ର ସିଂହ ପରମାର ସବୁବେଳ ଭଳି ସେତବେଳେ ମଧ୍ୟ ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟରତ ରହିଥିଲେ। ଇଞ୍ଜିନ୍ କ୍ୟାବିନ୍ ରୁ ରେଲୱେ ଟ୍ରାକ୍ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଥିଲା ଏବଂ ଟ୍ରେନ୍ ଦ୍ରୁତ ଗତିରେ ଯାତ୍ରା କରୁଥିଲା। ଠିକ୍ ସେହି ସମୟରେ, ଲୋକୋ ପାଇଲଟ୍ ଟ୍ରାକ ଉପରେ ଅଳ୍ପ ଦୂରରେ ପ୍ରାୟ ୧୦ ସିଂହଙ୍କ ଏକ ଦଳକୁ ଦେଖିବାକୁ ପାଇଥିଲେ। ଏହି ଦଳରେ ଟ୍ରାକ୍ ଚାରିପାଖରେ ବୁଲୁଥିବା ଛୋଟ ଶାବକ ମଧ୍ୟ ରହିଥିଲେ।

ଟ୍ରେନ୍ ଚଳାଇବା ଜାରି ରହିବ ନାଁ ଏହାକୁ ରୋକାଯିବ ସେ ନେଇ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ପଡ଼ିଥିଲା। କୌଣସି କାଳ ବିଳମ୍ବ ନକରି, ଲୋକୋ ପାଇଲଟ୍ ଟ୍ରେନ୍‌ ଅଟକାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତୁରନ୍ତ ଜରୁରୀକାଳୀନ ବ୍ରେକ୍‌ ଲଗାଇଦେଲେ। ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍‌ ହଠାତ୍ ଅଟକି ଯାଇଥିଲା, ଏବଂ ଦୂରରେ ଥିବା ସିଂହଙ୍କ ଏକ ଦଳ ନଜର ଆସିଥିଲା। ଯେତେବେଳେ ଟ୍ରେନ୍ ଅଟକିଲା ସେତେବେଳର ପ୍ରତ୍ୟେକ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା। ସେହି ସିଂହଙ୍କ ଦଳ ଟ୍ରାକ୍ ଉପରେ ମୁକ୍ତ ଭାବରେ ବୁଲୁଥିଲେ।

ଏହା ସହ ପଢନ୍ତୁ: ଉଦନ୍ତୀ-ସୀତାନଦି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ନଜର ଆସିଲେ 'ବଳିଆ କୁକୁର'

ସୁରକ୍ଷିତ ଭାବରେ ଜଙ୍ଗଲକୁ ଫେରିଗଲେ ସିଂହ
ଟ୍ରେନ୍‌ ଅଟକିଯିବା ପରେ, ଉଭୟ ପାଇଲଟ୍ ସିଂହଙ୍କୁ ଟ୍ରାକ୍ ପାଖରୁ ଦୂରେଇ ଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ସମସ୍ତ ୧୦ ସିଂହ ସୁରକ୍ଷିତ ଭାବରେ ଜଙ୍ଗଲକୁ ଫେରିଯିବା ପରେ ଯାଇ ଟ୍ରେନ୍‌ ଏହାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା। ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଏଡାଇ ଦିଆ ଯାଇଥିଲା।


ରେଳ ପ୍ରଶାସନ ପ୍ରକାଶ କଲା ପ୍ରତିବଦ୍ଧତା
ଏହି ଘଟଣା ପରେ ଭାବନଗର ଡିଭିଜନ ଉଭୟ ଲୋକୋ ପାଇଲଟ୍‌ ନେଇଥିବା ନିଷ୍ପତ୍ତିକୁ ଉଚ୍ଚ ପ୍ରଶଂସା କରୁଛି। ପଶ୍ଚିମ ରେଳବାଇ ଅଧିକାରୀଙ୍କ କହିବା ଅନୁଯାୟୀ, ଗୀର୍ ଜାତୀୟ ଉଦ୍ୟାନ୍ ଏବଂ ଏହାର ଆଖପାଖ ଅଞ୍ଚଳ ଦେଇ ଯାଇଥିବା ରେଳପଥ ଉପରେ ବିଶେଷ ସତର୍କ ରହିବାକୁ ଲୋକୋ ପାଇଲଟ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଉଭୟ ଲୋକୋ ପାଇଲଟ୍ ପ୍ରମାଣ କରିଛନ୍ତି ଯେ ଭାରତୀୟ ରେଳବାଇ ସୁରକ୍ଷିତ ରେଳ ପରିଚାଳନା ସହିତ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: