|
logo
Live
Argus News App
GET APP

Argus News - 'ସାପ' ସହ ୨ ଘଣ୍ଟା AC କୋଚ୍‌ରେ ଖେଳୁଥିଲା ଛୁଆ; ସିଟ୍ ତଳକୁ ଖସିବାରୁ ସମସ୍ତେ ଛାନିଆ

National

Snake In Train / 'ସାପ' ସହ ୨ ଘଣ୍ଟା AC କୋଚ୍‌ରେ ଖେଳୁଥିଲା ଛୁଆ; ସିଟ୍ ତଳକୁ ଖସିବାରୁ ସମସ୍ତେ ଛାନିଆ

Sushanta Sahoo
Browse all articles by Sushanta Sahoo
·2 months ago·2 min read
'ସାପ' ସହ ୨ ଘଣ୍ଟା AC କୋଚ୍‌ରେ ଖେଳୁଥିଲା ଛୁଆ; ସିଟ୍ ତଳକୁ ଖସିବାରୁ ସମସ୍ତେ ଛାନିଆ
AC Coach Panic as ‘Snake’ Triggers Chaos on Moving Train

Key Points

କୋଚ୍‌ରେ ସାପକୁ ନେଇ ଖେଳିଗଲା ଆତଙ୍କ । ସାପ... ସାପ ଗର୍ଜନରେ ସମସ୍ତେ ଭୟଭୀତ ହୋଇ ପଡ଼ିଲେ । ଏଭଳି ଡର ଭିତରେ ଯାତ୍ରୀ ପ୍ରାୟ ୨ ଘଣ୍ଟା ଯାତ୍ରା କରିବାକୁ ବାଧ୍ୟ ହେଲେ ।
ନୂଆଦିଲ୍ଲୀ: କୋଚ୍‌ରେ ଯାତ୍ରୀ ଭର୍ତ୍ତି ଥିଲେ । ରାତିର ଅନ୍ଧାରକୁ କାଟି ଟ୍ରେନ୍ ଆଗକୁ ମାଡ଼ି ଚାଲିଥିଲା । ରବିବାର ଆଜମେରରୁ ଜବଲପୁର ଯାଉଥିଲା ଦୟୋଦୟ ଏକ୍ସପ୍ରେସ୍ । ଆଉ ସେହି ସମୟରେ ଏକ୍ସପ୍ରେସ୍‌ର ଏସି କୋଚ୍‌ରେ ଖେଳିଗଲା ଆତଙ୍କ ।

ହଠାତ୍ ବଢ଼ିଗଲା ଯାତ୍ରୀଙ୍କ ହୃଦସ୍ପନ୍ଦନ । କାରଣ କୋଚ୍‌ରେ ସାପକୁ ନେଇ ଖେଳିଗଲା ଆତଙ୍କ । ସାପ... ସାପ ଗର୍ଜନରେ ସମସ୍ତେ ଭୟଭୀତ ହୋଇ ପଡ଼ିଲେ । ଏଭଳି ଡର ଭିତରେ ଯାତ୍ରୀ ପ୍ରାୟ ୨ ଘଣ୍ଟା ଯାତ୍ରା କରିବାକୁ ବାଧ୍ୟ ହେଲେ ।

ଏଥିସହ ପଢ଼ନ୍ତୁ: ଆଉ ମଣିଷଙ୍କୁ ମିଳିବନି ପୋଲିସ ଚାକିରି ! ଟ୍ରାଫିକ୍ ନିୟନ୍ତ୍ରଣ ସହ ରୋବୋଟ୍ ପୋଲିସ କାଟୁଛି ଚାଲାଣ

ସୂଚନା ଅନୁସାରେ, ସିଟ୍ ତଳେ ସାପ ଭଳି ଆକୃତି ଦେଖି ଡରି ଯାଇଥିଲେ ଜଣେ ଯାତ୍ରୀ । ଆଉ ସାପ... ସାପ... କହି ଚିଲାଇବାକୁ ଲାଗିଥିଲେ । ସଙ୍ଗେ ସଙ୍ଗେ ପୁରା କୋଚ୍‌ରେ ସାପ କଥା ବ୍ୟାପି ଯାଇଥିଲା । ଏସି କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀ ସିଟ୍‌ ଛାଡ଼ି ଛିଡ଼ା ହୋଇ ପଡ଼ିଥିଲେ ।

କିଛି ଯାତ୍ରୀ ସେମାନଙ୍କ ଛୁଆ ଓ ସାମାନକୁ ଧରି ଅନ୍ୟ ସୁରକ୍ଷିତ ସ୍ଥାନକୁ ଯିବାକୁ ଲାଗିଥିଲେ । କିନ୍ତୁ କାହାକୁ ବି ବୁଝା ପଡ଼ି ନଥିଲା ସାପ କେଉଁଠି ଓ କେମିତି ସାପରୁ ନିଜକୁ ରକ୍ଷା କରିବେ । ଏଭଳି ଡର ଓ ଭୟର ମାହୋଲ୍ ଭିତରେ ଆଗକୁ ମାଡ଼ି ଚାଲିଥିଲା ଦୟୋଦୟ ଏକ୍ସପ୍ରେସ୍ ।

ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଟ୍ରେନ୍‌ରେ ସାପ ଥିବା ନେଇ ସୂଚନା ମିଳିଥିଲା । ଯାହା ପରେ ରେଲୱେ ପ୍ରଶାସନ ଆଲର୍ଟ ହୋଇ ଯାଇଥିଲା । ଟ୍ରେନ୍ କୋଟା ପହଞ୍ଚିବା ଆଗରୁ ସାପ ଧରାଳି ଗୋବିନ୍ଦ ଶର୍ମାଙ୍କୁ ସୂଚନା ଦିଆ ଯାଇଥିଲା । ଆରପିଏଫ୍ ଯବାନ ମଧ୍ୟ ମାଧୋପୁରରୁ କୋଟା ଯାଏ କୋଚ୍‌ରେ ସାପକୁ ଖୋଜିବାରେ ଲାଗିଥିଲେ ।

ରାତି ପ୍ରାୟ ୧୦ଟାରେ ଦୟୋଦୟ ଏକ୍ସପ୍ରେସ୍ କୋଟା ଷ୍ଟେସର ୪ ନମ୍ବର ପ୍ଲାଟଫର୍ମରେ ଲାଗିଥିଲା । ଟ୍ରେନ୍ ରହିବା ମାତ୍ରେ ସାପ ଧରାଳି ଏସି କୋଚ୍ ୧ ଓ ୨ରେ ସାପ ଖୋଜିବା ଆରମ୍ଭ କରିଥିଲେ । ପ୍ରାୟ ୧୦ ମିନିଟ୍ ଧରି ସିଟ୍ ତଳ ସହ ଚାରିଆଡ଼େ ଖୋଜିଥିଲେ ବି ମିଳି ନଥିଲା ସାପ ।

ଏଥିସହ ପଢ଼ନ୍ତୁ: କରିପାରିବେନି ରିଲ୍ସ, ବ୍ଲଗ; ମନ୍ଦିର ପରିସରରେ ବ୍ୟାନ୍ ହେଲା ମୋବାଇଲ୍ ଫୋନ ଓ କ୍ୟାମେରା

ଏହା ପରେ ଯାତ୍ରୀଙ୍କୁ ପଚରାଉଚରା ବେଳେ ସାପର ରାଜ୍ ଖୋଲିଥିଲା । ଜଣାପଡ଼ିଥିଲା ସେହି କୋଚ୍‌ରେ ପିତାମାତାଙ୍କ ସହ ଯାଉଥିବା ଏକ ଛୁଆ ଦେଢ଼ ଫୁଟ୍‌ର ନକଲି ସାପ ଧରି ଖେଳୁଥିଲା । ଖେଳୁ ଖେଳୁ ନକଲି ସାପଟି ତା ହାତରୁ ଖସି ସିଟ୍ ତଳେ ପଡ଼ିଥିଲା । ଆଉ ଉକ୍ତ ନକଲି ସାପକୁ ଦେଖି ଅସଲି ଭାବି ଚିତ୍କାର କରିଥିଲେ ଯାତ୍ରୀ ।

ଏସି କୋଚ୍‌ରେ ସାପ ଥିବା ଖବର ମିଳିବା ପରେ ରେଲୱେ ଆଲର୍ଟରେ ରହିଥିଲା । କୋଟା ଷ୍ଟେସନରେ ଅତିରିକ୍ତ କୋଚ୍‌ ବ୍ୟବସ୍ଥା ମଧ୍ୟ କରିଥିଲା । ଆବଶ୍ୟକ ସ୍ଥଳେ ଯାତ୍ରୀଙ୍କୁ ନୂଆ କୋଚ୍‌କୁ ସ୍ଥାନାନ୍ତର କରାଯାଇଥାନ୍ତା । ତେବେ ସାପଟି ନକଲି ବୋଲି ଜଣା ପଡ଼ିବା ପରେ ଯାତ୍ରୀ ଆଶ୍ଵସ୍ତ ହୋଇ ସେହି କୋଚ୍‌ରେ ଯାତ୍ରା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Snake In Train: 'ସାପ' ସହ ୨ ଘଣ୍ଟା AC କୋଚ୍‌ରେ ଖେଳୁଥିଲା ଛୁଆ; ସିଟ୍ ତଳକୁ ଖସିବାରୁ ସମସ୍ତେ ଛାନିଆ | Argus News