|
logo
Live
Argus News App
GET APP

Argus News - ଟ୍ରେନ୍‌ରେ ଛାତ୍ରଙ୍କ ଲଜ୍ଜାଜନକ କାରନାମା...ପରୀକ୍ଷା ପରେ ବଗିକୁ କରିଦେଲେ କଚରାଘର, ଭିଡିଓ ଭାଇରାଲ

National

Viral Video / ଟ୍ରେନ୍‌ରେ ଛାତ୍ରଙ୍କ ଲଜ୍ଜାଜନକ କାରନାମା...ପରୀକ୍ଷା ପରେ ବଗିକୁ କରିଦେଲେ କଚରାଘର, ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·2 weeks ago·2 min read
ଟ୍ରେନ୍‌ରେ ଛାତ୍ରଙ୍କ ଲଜ୍ଜାଜନକ କାରନାମା...ପରୀକ୍ଷା ପରେ ବଗିକୁ କରିଦେଲେ କଚରାଘର, ଭିଡିଓ ଭାଇରାଲ
India

Key Points

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। ଯାହାକି ଲୋକଙ୍କୁ ଚିନ୍ତାରେ ପକାଇଦେଇଛି।
ଆଜିର ଦୁନିଆରେ, ଶିକ୍ଷା ସହିତ ଭଲ ମୂଲ୍ୟବୋଧ ଏବଂ ନାଗରିକ ଦାୟିତ୍ୱକୁ ସମାନ ଭାବରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍କୁଲରେ ପିଲାମାନଙ୍କୁ ଶିକ୍ଷା ଦିଆଯାଏ, କିନ୍ତୁ ବାସ୍ତବ ଜୀବନରେ ପରିଷ୍କାର ପରିଚ୍ଛନ୍ନତା ଏବଂ ଦାୟିତ୍ୱ ବଜାୟ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆମେ ପ୍ରାୟତଃ ସୋସିଆଲ ମିଡିଆରେ ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତା ଏବଂ ଭଲ ଆଚରଣ ବିଷୟରେ କଥା ହେଉଥିବାର ଦେଖିଥାଉ, କିନ୍ତୁ ପ୍ରାୟତଃ ଏହି ଲୋକମାନେ ବାସ୍ତବ ଜୀବନରେ ଏହି ଜିନିଷଗୁଡ଼ିକୁ ଅଣଦେଖା କରନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। ଯାହାକି ଲୋକଙ୍କୁ ଚିନ୍ତାରେ ପକାଇଦେଇଛି। ଏହି ଭିଡିଓରେ କେତେକ ଦଶମ ଶ୍ରେଣୀ ଛାତ୍ର ପରୀକ୍ଷା ସରିବାପରେ ଟ୍ରେନରେ ବୁଲିବାକୁ ବାହାରିଛନ୍ତି। କିନ୍ତୁ ପୁରା ଟ୍ରେନ ବଗିରେ ଅଳିଆ ଆବର୍ଜନା ଭର୍ତ୍ତି କରିଦେଇଛନ୍ତି। ଦେଖିଲେ ଆପଣ ବି ରାଗିଯିବେ।
ଏଥିସହ ପଢ଼ନ୍ତୁ: ଭାଇରାଲ ହେବା ପାଇଁ ପିଲାଟିର ଜୀବନକୁ ବାଜି ଲଗାଇଲେ ମହିଳା ଦେଖନ୍ତୁ ଭିଡିଓ
ଟ୍ରେନର ଏକ ବଗି ଅଳିଆରେ ଭର୍ତ୍ତି
ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ଗୋଟିଏ ବର୍ଥର କମ୍ପାର୍ଟମେଣ୍ଟରେ ଅଳିଆ ଭର୍ତ୍ତି ହୋଇଛି। ଏମିତି ଅଳିଆ ଅଛି ଯେ, ଯାହାକୁ ଦେଖିଲେ ଆପଣଙ୍କର ବି ହୋସ ଉଡ଼ିଯିବ। କେଉଁଠି ଚିପ୍ସ ପ୍ୟାକେଟ ଖୋଳ, ପ୍ଲାଷ୍ଟିକ ବୋତଲ, କଚରା ସବୁଠି ପଡ଼ିଛି। ଜଣେ ବ୍ୟକ୍ତି ଏହାକୁ ଭିଡିଓ ମଧ୍ୟ କରିଥିଲେ ଯିଏ କହୁଛନ୍ତି ଏହି ବଗିରେ କିଛି ଦଶମ ଛାତ୍ରଛାତ୍ରୀ ଥିଲେ ଯେଉଁମାନେ ମନାଲୀ ବୁଲିବାକୁ ଯାଉଥିଲେ। ସେମାନେ ଖାଇସାରି ଏଭଳି ଆବର୍ଜନା କରିଛନ୍ତି। ମୁଁ ସେମାନଙ୍କୁ କହିଲି ଯେ, ଯିବାବେଳେ କଚରା ସାଥୀରେ ନେଇଯାଅ ନଚେତ ଡଷ୍ଟବିନରେ ପକେଇଦିଅ। କିନ୍ତୁ ସେମାନେ ମୋ କଥାକୁ ଖାତିର କଲେନି। ଟ୍ରେନ ହେଉଛି ପବ୍ଲିକ ପ୍ରପର୍ଟି ଆମକୁ ସଫା କରିବାକୁ ପଡ଼ିବ କିନ୍ତୁ ସେମାନେ ମୋ କଥା କିଛି ବି ଶୁଣିଲେନି।



ଭିଡିଓ କରୁଥିବା ବ୍ୟକ୍ତି ଜଣକ ଆଉ ମଧ୍ୟ କହିଛନ୍ତି ଯେ, ଏହି ପିଲାମାନେ ସୋସିଆଲ ମିଡିଆରେ ପରିବେଶକୁ ସଫା ରଖିବାକୁ ରିଲ୍ସ କରନ୍ତି କିନ୍ତୁ ଯେତେବେଳେ ନିଜର ସାମାଜିକ ଦାୟିତ୍ବ କଥା କୁହାଯାଏ ସେତେବେଳେ ମୁହଁ ଫେରାଇ ନିଅନ୍ତି।
ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ @jitu_rajoriya ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି ଏବଂ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। ଭିଡିଓଟି ଦେଖିବା ପରେ, ଅନେକ ଲୋକ ନିଜର ଅସନ୍ତୋଷ ପ୍ରକାଶ କରି ମନ୍ତବ୍ୟ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ଭଲ ନମ୍ବର ପାଇବା ସବୁକିଛି ନୁହେଁ; ସଭ୍ୟତା ଏବଂ ନାଗରିକ ଦାୟିତ୍ୱ ରହିବା ଦରକାର। ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି ଯେ ପ୍ରକୃତ ମୂଲ୍ୟବୋଧ କେବଳ ପାଠପଢ଼ା ନୁହେଁ। ଘରେ ଏବଂ ସ୍କୁଲରେ ଏହାଉପରେ ଶିକ୍ଷା ଦିଆଯିବା ଉଚିତ।
ପଢନ୍ତୁ ଏହି ଖବର: ଗହମ ବସ୍ତାରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନା-ରୂପା: କିନ୍ତୁ ଏପରି କିଛି କଲେ ବ୍ୟବସାୟୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Viral Video: ଟ୍ରେନ୍‌ରେ ଛାତ୍ରଙ୍କ ଲଜ୍ଜାଜନକ କାରନାମା...ପରୀକ୍ଷା ପରେ ବଗିକୁ କରିଦେଲେ କଚରାଘର, ଭିଡିଓ ଭାଇରାଲ | Argus News