Videos
|
National

UK War Loan / ୧୦୯ ବର୍ଷ ପରେ ଭାରତର ଋଣ ସୁଝିବ ବ୍ରିଟେନ୍; ଜାଣନ୍ତୁ ଫେରାଇବ କେତେ ?

Sushanta Sahoo
Browse all articles by Sushanta Sahoo
·29 mins ago·2 min read
୧୦୯ ବର୍ଷ ପରେ ଭାରତର ଋଣ ସୁଝିବ ବ୍ରିଟେନ୍; ଜାଣନ୍ତୁ ଫେରାଇବ କେତେ ?
109 Years Later, Britain May Repay ₹35,000 Loan to Indian Family

Key Points

ଯୁଦ୍ଧ ଲଢ଼ିବା, ସୈନ୍ୟ ଖର୍ଚ୍ଚ ପାଇଁ ଇଂରେଜ ସରକାରଙ୍କ ପାଖରେ ନଥିଲା ଟଙ୍କା । ତେଣୁ, ବ୍ରିଟିଶ ସରକାର ଭାରତର ଲୋକଙ୍କ ଠାରୁ ଟଙ୍କା ଧାର ବା କରଜ ଭାବେ ନେଉଥିଲେ ।
ନୂଆଦିଲ୍ଲୀ: ସେତେବେଳେ ଭାରତ ପରାଧୀନ ଥିଲା । ଇଂରେଜ ବା ବ୍ରିଟିଶର ମାନେ ଆମକୁ ଶାସନ କରୁଥିଲେ । ହେଲେ ଯୁଦ୍ଧ ଲଢ଼ିବା, ସୈନ୍ୟ ଖର୍ଚ୍ଚ ପାଇଁ ଇଂରେଜ ସରକାରଙ୍କ ପାଖରେ ନଥିଲା ଟଙ୍କା । ତେଣୁ, ବ୍ରିଟିଶ ସରକାର ଭାରତର ଲୋକଙ୍କ ଠାରୁ ଟଙ୍କା ଧାର ବା କରଜ ଭାବେ ନେଉଥିଲେ । ଆଉ ସେହି ଟଙ୍କାରେ ବ୍ରିଟିଶ୍ ସରକାର ଲଢ଼ିଥିଲେ ପ୍ରଥମ ବିଶ୍ଵଯୁଦ୍ଧ ।

ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ଜୁଲାଇରୁ ୧୯୧୮ ନଭେମ୍ବର ପର୍ଯ୍ୟନ୍ତ ଚାଲିଥିଲା । ଆଉ ସେହି ଯୁଦ୍ଧ ସମୟରେ ୧୯୧୭ ମସିହାରେ ବ୍ରିଟିଶ୍ ସରକାର ଭାରତରୁ ନେଇଥିଲା ଯୁଦ୍ଧ ଋଣ (War Loan) । ମଧ୍ୟପ୍ରଦେଶ ସିହୋରରେ ସେଟ୍ ଜୁମ୍ମା ଲାଲ୍ ଋଠିଆଙ୍କ ଠାରୁ ବ୍ରିଟିଶ୍ ସରକାର ୩୫ ହଜାର ଟଙ୍କା ଋଣ ନେଇଥିଲେ ।

ଏବେ ୧୦୯ ବର୍ଷ ପରେ ବ୍ରିଟିଶ୍ ସରକାର ନେଇଥିବା ଋଣ ଫେରାଇବାକୁ ଯାଉଛନ୍ତି । ଏନେଇ ୟୁକେ ସରକାରଙ୍କ ବିତ୍ତୀୟ ପରିଚାଳନା କାର୍ଯ୍ୟାଳୟ ଋଠିଆ ପରିବାର ସହ ସମ୍ପର୍କ କରିଛି । ଋଣ ସମ୍ବନ୍ଧୀୟ କାଗଜପତ୍ର ମାଗିଛି । ସୁଧ ଓ ଦରବୃଦ୍ଧିକୁ ନେଇ ଆଜିର ଦିନରେ ହିସାବ କଲେ ବ୍ରିଟିଶ୍ ସରକାର ପ୍ରାୟ ୧୦ କୋଟି ଟଙ୍କା ଫେରାଇବେ ।

୧୦୯ ବର୍ଷ ପରେ ଋଣ ପରିଶୋଧ

୧୯୧୭ ମସିହାରେ ସେନାର ଖର୍ଚ୍ଚ ପାଇଁ ନିଆଯାଇଥିବା ଋଣ ସୁଝିବା ଲାଗି ବ୍ରିଟେନ୍ ସରକାର ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ, ଋଠିଆ ପରିବାର ଘରେ କାଗଜପତ୍ର ଖୋଜିବା ବେଳେ ୧୦୯ ବର୍ଷ ତଳର ଏହି ପୁରୁଣା ମୂଳ ଦସ୍ତାବିଜ୍ ପାଇଥିଲେ ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ୧୦୦% ଟାରିଫ ବିଲ୍‍; ଭାରତ ଉପରେ ହୋଇପାରେ ଲାଗୁ, ଆଲର୍ଟ କଲେ ବିଶେଷଜ୍ଞ 

ଯାହାପରେ ପରିବାର ଲୋକଙ୍କ ପକ୍ଷରୁ ଓକିଲ ଶ୍ରୀୟାଂଶ ରାନୀୱାଲ ବ୍ରିଟେନ୍ ସରକାରଙ୍କ ବିତ୍ତୀୟ କାର୍ଯ୍ୟାଳୟକୁ ଏକ ଲିଗାଲ୍ ନୋଟିସ୍ ପଠାଇଥିଲା । ଆଉ ନୋଟିସର ଜବାବରେ ୟୁକେ ସରକାର ମାମଲାକୁ ଖାରଜ କରିବା ପରିବର୍ତ୍ତେ ଆଗକୁ ଯାଞ୍ଚ ସହ ଲଣ୍ଡନ ସ୍ଥିତ ଗିଲ୍ଟ ରେଜିଷ୍ଟ୍ରାର ସମ୍ମୁଖରେ ରଖିବାକୁ କହିଛନ୍ତି ।

ବିଶ୍ଵଯୁଦ୍ଧ ସମୟରେ ବ୍ରିଟିଶ୍ ଅଧିନରେ ଥିାଲା ଭାରତ । ସେତେବେଳେ ସେନାର ଖର୍ଚ୍ଚ ପାଇଁ ସରକାର ଆର୍ଥିକ ସଂକଟର ସାମ୍ନା କରିଥିଲେ । ଆର୍ଥିକ ଚାପରୁ ମୁକ୍ତ ପାଇଁ ଭୋପାଳ ସହ ଭାରତ ଅନ୍ୟ ଅଞ୍ଚଳରୁ ଇଂରେଜ ସରକାର ପାଣ୍ଠି ସଂଗ୍ରହ କରିଥିଲେ । ସେତେବେଳେ ୩୫ ହଜାର ଟଙ୍କା ଋଣ ଦେଇଥିଲେ ସେଠ୍ ଜୁମ୍ମା ଲାଲ୍ ଋଠିଆ । ତାଙ୍କର ମୃତ୍ୟୁ ୧୯୩୭ରେ ହୋଇଥିବା ବେଳେ ଐତିହାସିକ ଦେଣନେଣର କାଗଜ ଘରେ ଥିବା ପୁରୁଣା ଟ୍ରଙ୍କରେ ସୁରକ୍ଷିତ ଥିଲା ।

୩୫ ହଜାର ଟଙ୍କା ସେତବେଳ ସମୟରେ ସୁନାର ମୂଲ୍ୟ ଓ ଆର୍ଥିକ ଦୃଷ୍ଟିରୁ ଅଧିକ ବିଶାଳ ଥିଲା । ଆଜିର ସମୟରେ ଚକ୍ରବୃଦ୍ଧି ସୁଧ ଓ ବିଗତ ଶତାବ୍ଦୀର ଦରବୃଦ୍ଧି ହିସାବରେ ଆକଳନ କଲେ ଏହା ପ୍ରାୟ ୧୦ କୋଟିରୁ ଅଧିକ ହେବ । ଏବେ ପରିବାର ପୁରୁଣା ଦସ୍ତାବିଜ୍‌କୁ ନେଇ ଓକିଲଙ୍କ ଜରିଆରେ ୟୁକେ ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: