Videos
|
National

Train Cancelled / ଟ୍ରେନରେ ଯାତ୍ରା କରିବାକୁ ଥିଲେ ଜାଣିନିଅନ୍ତୁ ! ହାୱଡ଼ା-ପୁରୀ ସହ ଅନେକ ଟ୍ରେନ୍ ବାତିଲ

Debashree Debasmita Sahoo
Browse all articles by Debashree Debasmita Sahoo
·40 mins ago·2 min read
ଟ୍ରେନରେ ଯାତ୍ରା କରିବାକୁ ଥିଲେ ଜାଣିନିଅନ୍ତୁ ! ହାୱଡ଼ା-ପୁରୀ ସହ ଅନେକ ଟ୍ରେନ୍ ବାତିଲ
Train Cancelled

Key Points

ଟ୍ରେନ ଯାତ୍ରୀଙ୍କ ଲାଗି ଜରୁରୀ ସୂଚନା
ହାୱଡ଼ା-ପୁରୀ ସହ ଅନେକ ଟ୍ରେନ୍ ବାତିଲ
ଭୁବନେଶ୍ୱର: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଦୂର ସ୍ଥାନକୁ ଯାତ୍ରା କରିବାକୁ ହେଲେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟେ ଟ୍ରେନ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଧ୍ୟ ଭାରତୀୟ ରେଳବାଇ ଦିନକୁ ଦିନ ଟ୍ରେନ ଯାତ୍ରାକୁ ଆହୁରି ସୁଗମ କରୁଛି । ଏହାରି ମଧ୍ୟରେ ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଛି । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟଗୁଡ଼ିକର ନିରାପଦ ଏବଂ ସୁଗମ ପରିଚାଳନା ପାଇଁ କେତେକ ଟ୍ରେନର ଚଳାଚଳକୁ ନିର୍ଦ୍ଦିଷ୍ଟ ତାରିଖରେ ବାତିଲ୍ କରାଯାଇଛି ।

  • ହାୱଡ଼ା-ପୁରୀ ଟ୍ରେନ୍ ବାତିଲ
ସେହି ଅନୁଯାୟୀ, ଟ୍ରେନ ନମ୍ବର ୧୨୮୩୭ ହାୱଡ଼ା-ପୁରୀ, ଟ୍ରେନ ନମ୍ବର ୧୨୮୩୮ ପୁରୀ-ହାୱଡ଼ା, ଟ୍ରେନ ନମ୍ବର ୧୮୦୦୫ ହାୱଡ଼ା-ଜଗଦଲପୁର, ଟ୍ରେନ ନମ୍ବର ୧୮୦୦୬ ଜଗଦଲପୁର-ହାୱଡ଼ା ଏବଂ ଟ୍ରେନ ନମ୍ବର ୨୨୮୯୦ ପୁରୀ-ଦୀଘା ୧୯ ସେପ୍ଟେମ୍ବର ୨୦୨୬ ଦିନ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନଗୁଡ଼ିକ ବାତିଲ୍ ରହିବ । ଏହା ବ୍ୟତୀତ, ଟ୍ରେନ ନମ୍ବର ୨୨୮୮୯ ଦୀଘା-ପୁରୀ ୨୦ ସେପ୍ଟେମ୍ବର ୨୦୨୬ ଦିନ ଯାତ୍ରା ଆରମ୍ଭ କରିବାକୁ ଥିବା ଗାଡ଼ି ମଧ୍ୟ ବାତିଲ୍ ରହିବ ।

  • ଦିଲ୍ଲୀରୁ ବି ଏହି ଟ୍ରେନ୍ ବାତିଲ
ଅନ୍ୟପଟେ ଯଦି ଆପଣ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ମଧ୍ୟରେ ଦିଲ୍ଲୀରୁ ଆସୁଛନ୍ତି ବା ଯାଉଛନ୍ତି ତେବେ ଆପଣଙ୍କ ଟ୍ରେନର ଷ୍ଟାଟସ୍ ଯାଞ୍ଚ କରନ୍ତୁ । କାରଣ ଜାତୀୟ ରାଜଧାନୀରେ ହେବାକୁ ଥିବା ହାଇପ୍ରୋଫାଇଲ ବ୍ରିକ୍ସ ଲର୍ଡସ୍ ସମ୍ମିଳନୀ ଲାଗି ଉତ୍ତରାଞ୍ଚଳ ରେଳବାଇର ୨୬ଟି ଟ୍ରେନ୍‌କୁ ବାତିଲ କରାଯାଇଛି । ଏହାସହିତ ଅନେକ ଟ୍ରେନ୍‌ର ରୁଟ୍‌କୁ ମଧ୍ୟ ବଦଳାଯାଇଛି । ଏଥିରେ ରାଜଧାନୀ ଓ ବନ୍ଦେ ଭାରତ ପରି ପ୍ରିମିୟମ ଟ୍ରେନ୍ ମଧ୍ୟ ସାମିଲ ।

ପଢନ୍ତୁ ଏହି ଖବର: ଆସିଲା ବଡ଼ ଖବର: ଦୀପାବଳୀ ପାଇଁ ଏମିତି କରନ୍ତୁ ଟ୍ରେନ୍ ଟିକେଟ୍ ବୁକିଂ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତର ରେଳବାଇ ଅନୁସାରେ, ୧୧ରୁ ୧୩ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀରେ ବିଦେଶୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନେକ ଭିଭିଆଇପି ଡେଲିଗେସନଙ୍କ ସୁରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ୨୬ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ୨୫ଟି ଟ୍ରେନର ରୁଟ୍‌କୁ ପରିବର୍ତ୍ତନ କରାଯାଇଛି । ଏହାସହିତ ଅନେକ ଟ୍ରେନର ଆରମ୍ଭ ଓ ଶେଷ ଷ୍ଟେସନକୁ ମଧ୍ୟ ବଦଳାଯାଇଛି । ଏଣୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍‌ର ଅଧିକ ସୂଚନା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ୍ ଇନ୍‌କ୍ୱାୟାରି ସିଷ୍ଟମ୍ (NTES) କିମ୍ବା ଭାରତୀୟ ରେଳବାଇର ଅଧିକୃତ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।