Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭଗବାନଙ୍କ ସାମ୍ନାରେ ମାଗିଲେ ବର; ଭିଡ଼ିଓ ଭାଇରାଲ ପରେ ବନ୍ଧା ହେଲେ ପୋଲିସ ଦମ୍ପତି

National

Tripura Police Jawan Viral Video / ଭଗବାନଙ୍କ ସାମ୍ନାରେ ମାଗିଲେ ବର; ଭିଡ଼ିଓ ଭାଇରାଲ ପରେ ବନ୍ଧା ହେଲେ ପୋଲିସ ଦମ୍ପତି

Subhramjit Ray
Browse all articles by Subhramjit Ray
·12 hours ago·2 min read
ଭଗବାନଙ୍କ ସାମ୍ନାରେ ମାଗିଲେ ବର; ଭିଡ଼ିଓ ଭାଇରାଲ ପରେ ବନ୍ଧା ହେଲେ ପୋଲିସ ଦମ୍ପତି
Tripura Police

Key Points

ତ୍ରିପୁରାର ଏକ ପୂଜା ଘରେ ଟଙ୍କାର ପାହାଡ଼ ଆଗରେ ବସିଥିବା ଜଣେ ମହିଳାଙ୍କ ଏକ ଭିଡିଓ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Tripura Police Couple Arrested: ଗତ ରବିବାର (ମେ ୧୭) ତାରିଖରେ ଭାଇରାଲ ହୋଇଥିବା ଭିଡି଼ଓ ତ୍ରିପୁରାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେଉଁଥିରେ ଏକ ପୂଜା ଘରେ ଭଗବାନଙ୍କ ସାମ୍ନାରେ ଟଙ୍କା ଗଦା କରି ରଖା ଯାଇଥିଲା। ଜଣେ ମହିଳାଙ୍କୁ ସେହି ଘରେ ବସି "ଲକ୍ଷ୍ମୀ, ଲକ୍ଷ୍ମୀ" ମନ୍ତ୍ର ଜପୁଥିବାର ଦେଖିବାକୁ ମିଳିଥିଲା। ତାଙ୍କ ସହ ଅନ୍ୟ ଜଣେ ମହିଳାଙ୍କ କଥା ମଧ୍ୟ ଶୁଣିବାକୁ ମିଲୁଥିଲା। ଏହି ଭିଡିଓଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏ ସମ୍ପର୍କରେ ସ୍ଥାନୀୟ ଥାନାକୁ ଖବର ଦିଆଯାଇଥିଲା। ଏହା ପରେ ତ୍ରିପୁରା ପୋଲିସ ବାହିନୀର ଜଣେ ମହିଳା କନେଷ୍ଟବଳ ଏବଂ ତ୍ରିପୁରା ଷ୍ଟେଟ୍ ରାଇଫଲ୍ସର ଜଣେ ସୈନିକଙ୍କୁ ପରେ ଗିରଫ କରାଯାଇଥିଲା। ଏହ ଘଟଣାରେ ଅନ୍ୟ ୧୫ ଜଣଙ୍କୁ ଅଟକ ରଖି ଜେରା କରାଯାଉଛି। ସନ୍ଦେହ କରାଯାଉଛି ଯେ ଏହି ମାମଲା କୋଟି କୋଟି ଟଙ୍କାର ଦୁର୍ନୀତି ସହିତ ଜଡିତ ହୋଇପାରେ।

ତ୍ରିପୁରା ପୋଲିସ କହିବା ଅନୁସାରେ ଏହି ଘଟଣାରେ ମହିଳାଙ୍କୁ ମେନକା ଦେବବର୍ମା (୪୫) ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଯିଏ ଅଗରତାଲା ପୂର୍ବ ଥାନାରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ୱାମୀ ଅଜିତ ଦେବବର୍ମା (୪୮), ତ୍ରିପୁରା ଷ୍ଟେଟ୍ ରାଇଫଲ୍ସ ୧୪ ତମ ବାଟାଲିୟନରେ ଜଣେ ସୈନିକ ଅଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଢଲାଇ ଜିଲ୍ଲାର ସଲେମା ଥାନାରେ ଏକ ମାମଲା ରୁଜୁ କରି ଏକ ଆର୍ଥିକ ଠକେଇ ଅଭିଯୋଗରେ ସେହି ପୋଲିସ ଦମ୍ପତିଙ୍କୁ ଗିରଫ କରିଛି। ସୋମବାର (ମେ ୧୮) ସେମାନଙ୍କୁ କମଲପୁର ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ସେମାନଙ୍କୁ ୭ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଦେଖିବା ପରେ, ସେ ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ କୌଣସି ଅପରାଧରେ ଜଡ଼ିତ ଅଭିଯୁକ୍ତଙ୍କୁ ଲୁଚାଉ ନାହୁଁ କିମ୍ବା ସେମାନଙ୍କୁ ସୁରକ୍ଷା ଦେଉନାହୁଁ। ଆଇନ ତାହାର କାମ କରିବ।

ଆନ୍ତଃରାଜ୍ୟ ଚୋରା ଚାଲାଣ ଗ୍ୟାଙ୍ଗ ରହିଥିବାର କରାଯାଉଛି ସନ୍ଦେହ
ଏହି ଘଟଣାରେ ଅଟକ ରହିଥିବା ଲୋକଙ୍କ ମଧ୍ୟରେ କିଛି ମହିଳା, ପୋଲିସ ଅଧିକାରୀ, ତ୍ରିପୁରା ରାଜ୍ୟ ରାଇଫଲ୍ସ କର୍ମଚାରୀ ଏବଂ ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସାମିଲ ଅଛନ୍ତି। ପୋଲିସ ଅବୈଧ ଆର୍ଥିକ କାରବାର ଏବଂ ନିଶା ଦ୍ରବ୍ୟ ଚାଲାଣରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ସମ୍ପୃକ୍ତ ରହିଥିବାର ସନ୍ଦେହ କରୁଛି।ତଦନ୍ତ ସମୟରେ ପ୍ରାୟ ୫ କୋଟି ନଗଦ ଜବତ କରାଯାଇଛି। ଏବେ ଏହା ମଧ୍ୟ କୁହାଯାଉଛି ଯେ ଏହି ଭିଡିଓ ପୁରୁଣା ଏବଂ ମହିଳା କନଷ୍ଟେବଳଙ୍କ ଘରୁ କୌଣସି ଟଙ୍କା ଜବତ ହୋଇନାହିଁ। ହେଲେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ସରିବା ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Constable Prays With ₹5 Crore Cash; Viral Video Shocks CM Manik Saha | Argus News