Videos
|
National

ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡି  

Manini Pattanayak
Browse all articles by Manini Pattanayak
·2 years ago·1 min read
ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡି  

ଭୁବନେଶ୍ୱର:  ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନ ରେଡ୍ଡି । ଶ୍ରୀ ରେଡି ସପରିବାର ପୂର୍ବାହ୍ନ ରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।

ଭିତରକାଠ ନିକଟରେ ରାଜ୍ୟପାଳ ସପରିବାର ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ପୂଜାର୍ଚନା କରିଥିଲେ । ପ୍ରାୟ ଅଧଘଣ୍ଟା ସେ ଶ୍ରୀମନ୍ଦିରରେ ଅତିବାହିତ କରିବା ପରେ ୧୨ ଟା ୦୫ରେ ସେ ଶ୍ରୀମନ୍ଦିରରୁ ବାହାରି ଭୁବେନେଶ୍ୱର ଫେରିଯାଇଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ସେ ଖୁବ୍ ଭାବବିହ୍ୱଳ ହେବା ସହ ହିନ୍ଦୁ ଧର୍ମର ଏହି ମନ୍ଦିର ଗୁଡିକ ଆମକୁ ଏକସୁତ୍ରରେ ବାନ୍ଧି ରଖିଥାଏ ବୋଲି କହିଛନ୍ତି । ରାଜ୍ୟପାଳ ଭାବରେ ବିଭିନ୍ନ ସ୍ଥାନରେ ଯାଇ ଷ୍ଟଡି କରିବା ପାଇଁ ମଧ୍ୟ ଏ ଗସ୍ତର ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tripura Governor Indrasena Reddy went to the shrimandir and sought the blessings of the Lord | Argus News