Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Donald Trump: ଟ୍ରମ୍ପଙ୍କ `ଟାରିଫ୍' ଅଭିମାନ; କହିଲେ, `ଏବେ ବହୁତ ଡେରି ହୋଇଗଲାଣି, ଏସବୁ ଆଗରୁ କରିବାର ଥିଲା'

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
Donald Trump: ଟ୍ରମ୍ପଙ୍କ `ଟାରିଫ୍' ଅଭିମାନ; କହିଲେ, `ଏବେ ବହୁତ ଡେରି ହୋଇଗଲାଣି, ଏସବୁ ଆଗରୁ କରିବାର ଥିଲା'

Key Points

ତିନି ମହାଶକ୍ତିଙ୍କ ଆଲୋଚନା ପରେ ପ୍ରତିକ୍ରିୟା ରଖିଲେ ଟ୍ରମ୍ପ । ଭାରତ ଉପରେ ଟାରିଫର ଯଥାର୍ଥତା ଦର୍ଶାଇବାକୁ ଉଦ୍ୟମ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ରହିଛି ଏକପାଖିଆ ସମ୍ପର୍କ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି । ଚୀନରେ ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନାର କିଛି ଘଣ୍ଟା ମଧ୍ୟରେ ଟାରିଫକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଉପରେ ଟାରିଫର ଯଥାର୍ଥତା ଦର୍ଶାଇବାକୁ ସେ ଉଦ୍ୟମ କରିଛନ୍ତି ।


ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ କହିଛନ୍ତି, 'ଭାରତ ଆମେରିକା ସହ ବହୁତ ବ୍ୟବସାୟ କରୁଛି, କିନ୍ତୁ ଆମେରିକା ଭାରତ ସହ କମ୍ ବ୍ୟବସାୟ କରୁଛି । ଅନ୍ୟପ୍ରକାରେ କହିଲେ ଭାରତ ଆମକୁ ଅଧିକ ବିକ୍ରି କରୁଛି, କିନ୍ତୁ ଆମଠାରୁ କମ କିଣୁଛି । ବିଗତ ଅନେକ ଦଶନ୍ଧି ଧରି ଏପରି ଚାଲିଥିଲା । ଭାରତ ଏତେ ଟାରିଫ ଲଗାଉଛି ଯେ ଆମ ସାମଗ୍ରୀ ଭାରତରେ ବିକ୍ରି କରିବା କଷ୍ଟକର ହୋଇପଡ଼ୁଛି । ଏହାଛଡ଼ା ଭାରତ ଋଷରୁ ତେଲ ଓ ଅସ୍ତ୍ରଶସ୍ତ୍ର କିଣୁଛି, କିନ୍ତୁ ଆମେରିକାଠାରୁ ଏସବୁ ଅଧିକ କିଣୁନାହିଁ । ଏବେ ଭାରତ ଶୁଳ୍କ କମ୍ କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ଏହା ବିଳମ୍ବ ହୋଇଯାଇଛି । ସେମାନଙ୍କୁ ଏସବୁ ଆଗରୁ କରିବାର ଥିଲା ।'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର ବଡ଼ ପ୍ରସ୍ତୁତି, NDAର ଶତ ପ୍ରତିଶତ ମତଦାନ ପାଇଁ ରଣନୀତି


ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଚୀନ ଗସ୍ତ ଶେଷ କରି ଭାରତ ଫେରିଛନ୍ତି । SCO ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଭାରତ ପାଖରେ ବାଣିଜ୍ୟ ପାଇଁ ଅନେକ ବିକଳ୍ପ ଖୋଲା ଅଛି ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକପାଖିଆ ନୀତିକୁ ଚ୍ୟାଲେଞ୍ଜ କରିବା ପାଇଁ ଭାରତ, ଋଷ ଏବଂ ଚୀନ୍ ଗୋଟିଏ ମଞ୍ଚରେ ଆସିଛନ୍ତି । ଏହି ତିନି ଦେଶ ପରସ୍ପର ସହିତ ସେମାନଙ୍କର ବନ୍ଧୁତା ଏବଂ ପାରସ୍ପରିକ ସହଯୋଗକୁ ମଜବୁତ କରୁଛନ୍ତି। ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ, ବିଶ୍ୱ ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି, ଯାହାର ପ୍ରମାଣ SCO ଶିଖର ସମ୍ମିଳନୀରେ ଦେଖାଯାଇଛି ।

Sponsored
Trump Slams India Over Trade Tariffs, Says “It’s Too Late Now” | Argus News