Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ଆଗରେ ନଇଁଲେ ଟ୍ରମ୍ପ, PM ମୋଦିଙ୍କୁ କହିଲେ ସବୁଠୁ ଭଲ ବନ୍ଧୁ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ଭାରତ ଆଗରେ ନଇଁଲେ ଟ୍ରମ୍ପ, PM ମୋଦିଙ୍କୁ କହିଲେ ସବୁଠୁ ଭଲ ବନ୍ଧୁ

Key Points

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ଟ୍ରମ୍ପ। US ଏବଂ ଭାରତ ଟାରିଫ୍ ବିବାଦ ଫିଟିବ ବାଟ। ବ୍ୟବସାୟିକ ପ୍ରତିବନ୍ଧକ ଦୂର ନେଇ ହେବ ଆଲୋଚନା।

ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ଟ୍ରମ୍ପ । ଆମେରିକା ଏବଂ ଭାରତ ମଧ୍ୟରେ ଥିବା ବ୍ୟବସାୟିକ ପ୍ରତିବନ୍ଧକ ଦୂର ପାଇଁ ହେବ ଆଲୋଚନା । ଟାରିଫ୍ ବିବାଦ ନେଇ ବାଟ ଫିଟିବ ବୋଲି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ'ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ଘୋଷଣା କରି ଖୁସି ଯେ ଭାରତ ଏବଂ ଆମେରିକା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି ।



ଆମେରିକାର ରାଷ୍ଟ୍ରପତି ଆହୁରି କହିଛନ୍ତି, 'ମୁଁ ଆଗାମୀ ସପ୍ତାହରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବାକୁ ଅପେକ୍ଷା କରିଛି ।' ସେ ଏହା ମଧ୍ୟ କହିଛନ୍ତି ଯେ 'ମୁଁ ବିଶ୍ୱାସ କରୁଛି ଯେ ଆମର ଉଭୟ ମହାନ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ।'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟ୍ରମ୍ପଙ୍କ ସୋସିଆଲ୍ ମିଡିଆ ପୋଷ୍ଟର ଉତ୍ତର ଦେଇଛନ୍ତି ପିଏମ୍ ମୋଦି। ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର। ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ। ଆମର ଟିମ୍ ଏହି ଆଲୋଚନାଗୁଡ଼ିକୁ ଯଥାଶୀଘ୍ର ସମାପ୍ତ କରିବାକୁ କାମ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ମଧ୍ୟ ଅପେକ୍ଷା କରିଛି । ଆମେ ଉଭୟ ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ।


ଏହି ସପ୍ତାହର ଆରମ୍ଭରେ, ଟ୍ରମ୍ପ ହ୍ୱାଇଟ୍ ହାଉସରେ ଭାରତ-ଆମେରିକା ସମ୍ପର୍କକୁ ଏକ ଅତ୍ୟନ୍ତ ବିଶେଷ ସମ୍ପର୍କ ବୋଲି କହିଥିଲେ। ସେ କହିଥିଲେ ଯେ ସେ ଏବଂ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ବନ୍ଧୁ ରହିବେ, ଏବଂ ସେ ଏହା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଯେ ଚିନ୍ତା କରିବାର କିଛି ନାହିଁ।


ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ ​​ଯେ ସେ ଏହି ସମୟରେ ପୁଣି ଥରେ ଭାରତ ସହିତ ସମ୍ପର୍କ ଉନ୍ନତ କରିବାକୁ ପ୍ରସ୍ତୁତ କି ? ଏହାର ଉତ୍ତରରେ ଆମେରିକା ରାଷ୍ଟ୍ରପତି କହିଥିଲେ, "ମୁଁ ସର୍ବଦା ପ୍ରସ୍ତୁତ, ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁ ରହିବି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ। ସେମାନଙ୍କର ବନ୍ଧୁତା ସର୍ବଦା ରହିବ। କିନ୍ତୁ ସେ ଏହି ସମୟରେ ଯାହା କରୁଛନ୍ତି ତାହା ତାଙ୍କୁ ପସନ୍ଦ ନୁହେଁ। କିନ୍ତୁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ବିଶେଷ ସମ୍ପର୍କ ଅଛି। ଚିନ୍ତା କରିବାର କିଛି ନାହିଁ। କେତେକ ସମୟରେ ଉଭୟଙ୍କ ମଧ୍ୟରେ ଏପରି କିଛି ମୁହୂର୍ତ୍ତ ମଧ୍ୟ ଆସେ ।


ଆମେରିକା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାର କିଛି ସପ୍ତାହ ପରେ ଟ୍ରମ୍ପ ଏହି ଆଲୋଚନା ଘୋଷଣା କରିଛନ୍ତି। ସୂଚନା ଅନୁସାରେ, ଆମେରିକା ଋଷଠୁ ତେଲ କ୍ରୟ ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ମଧ୍ୟ ଲଗାଇଛି। ଆଲୋଚନାରୁ ନିଶ୍ଚିତ ଭାବରେ କିଛି ସମାଧାନ ବାହାରିପାରେ ଆଶା କରାଯାଉଛି ।

Sponsored
Trump Calls PM Modi His Best Friend, Hints at Talks with India | Argus News