ଟ୍ରମ୍ଫଙ୍କ ବିଜୟ , କେଉଁ ଦେଶ ପାଇଁ ଖୁସି , କେଉଁ ଦେଶ ପାଇଁ ଦୁଃଖ....

Key Points
- ଟ୍ରମ୍ଫଙ୍କ ବିଜୟ
- କେଉଁ ଦେଶ ପାଇଁ ଖୁସି , କେଉଁ ଦେଶ ପାଇଁ ଦୁଃଖ
- ଭାରତ ପାଇଁ ରହିବ କେତେ ଲାଭ କେତେ କ୍ଷତି
ଅର୍ଗସ ବ୍ୟୁରୋ : ଟ୍ରମ୍ଫଙ୍କ ଏୈତିହାସିକ ବିଜୟ ପରେ ସବୁ ଦେଶରେ ଏକପ୍ରକାର ଚର୍ଚ୍ଚା ଜେର ଧରିଛି । ଅନେକ ଦେଶପାଇଁ ଟ୍ରମ୍ଫଙ୍କ ବିଜୟ ଖୁସି ଖବର ଦେଇଥିବା ବେଳେ ଅନେକ ଦେଶ ଟ୍ରମ୍ଫଙ୍କ ବିଜୟରେ କ୍ଷତି ସହିବାକୁ ଯାଉଛନ୍ତି । ତେବେ ଭାରତ ପାଇଁ ଟ୍ରମ୍ଫଙ୍କ ବିଜୟ କେତେ ଲାଭବାନ ରହିବ , ଅନ୍ୟ କେଉଁ ଦେଶ ପାଇଁ ଟ୍ରମ୍ଫଙ୍କ ବିଜୟ ଲାଭବାନ ରହିବ , ଆସନ୍ତୁ ଜାଣିବା ।
କ୍ବାର୍ଡ ସମ୍ମିଟ ପାଇଁ ୨୦୨୫ ରେ ଭାରତ ଆସିବେ ଟ୍ରମ୍ଫ । ସେପ୍ଟେମ୍ବର ୨୧ରେ ଏହି କ୍ବାଡ ସମ୍ମିଟ ହେବାକୁ ଯାଉଛି । ଭାରତ ଆସିବା ଦ୍ବାରା ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ଘନିଷ୍ଠ ରହିବ । ଭାରତର ବୈଦେଶିକ ବ୍ୟପାର ମନ୍ତ୍ରୀ କହିଛନ୍ତି, ଯଦି ସ୍କ୍ବାର୍ଡ ସମ୍ମିଟ ପାଇଁ ଟ୍ରମ୍ଫ ଭାରତ ଆସନ୍ତି, ତେବେ ଭାରତ ଏବଂ ଆମେରିକା ମଧ୍ୟରେ ସାମରିକ କ୍ଷେତ୍ରରେ ଉନ୍ନତି ହୋଇପାରିବ । ପୂର୍ବରୁ ଓବାମା ଏହି ସ୍କ୍ବାଡ ସମ୍ମିଳନୀ ବନ୍ଦ କରି ଦେଇଥିବା ବେଳେ ଟ୍ରମ୍ଫ ଏହାକୁ ପୁଣି ଚାଲୁ କରିଥିଲେ । ଯାହାଦ୍ବାରା ଭାରତକୁ ଅନେକ ଲାଭ ମିଳିଥିଲା । ଏବଂ ଟ୍ରମ୍ଫ କ୍ବାର୍ଡ ସମ୍ମିଳନୀକୁ ଅଧିକ ପ୍ରୋତ୍ସାହନ ଦେବା ଦ୍ବାରା ଭାରତ ଚାଇନା ମଧ୍ୟରେ ସମ୍ପର୍କ ମଧ୍ୟ ସେତିକି ସୁଦୃଢ ହେବ । ତେବେ ଆମେରିକାରେ ଥିବା ଅନେକ ହିନ୍ଦୁ ଟ୍ରମ୍ଫଙ୍କୁ ଭୋଟ ଦେବାସହ ସପୋର୍ଟ କରୁଥିବା କହିଛନ୍ତି । କାରଣ ନିର୍ବାଚନ ପୂର୍ବରୁ ଟ୍ରମ୍ଫ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ କାମ କରିବେ ବୋଲି ସ୍ଲୋଗାନରେ କହିଥିଲେ ।
ଏଥିସହ ଟ୍ରମ୍ଫ କହିଥିଲେ, ଯଦି ସେ ରାଷ୍ଟ୍ରପତି ହୁଅନ୍ତି, ତେବେ ଖୁବଶୀଘ୍ର ଯୁଦ୍ଧ ବନ୍ଦ ହେବ । ଏବଂ ଏଥିସହ କ୍ରୁଡ ଅଏଲର ଦାମ ମଧ୍ୟ କମିବ । କାରଣ ଟ୍ରମ୍ଫ ମଧ୍ୟ ନିଜ ଦେଶ ଆମେରିକାରେ କ୍ରୁଡ ଅଏଲ ଅଧିକରୁ ଅଧିକ ଉତ୍ପାଦନ ହେଉଥିବା ଚାହାନ୍ତି । ଯାହାଦ୍ବାରା ଭାରତ ସହଜରେ ରୁଷିଆ ନଚେତ ଆମେରିକା ଠାରୁ କ୍ରୁଡ ଅଏଲ କିଣିପାରିବ ।
ଯଦି ଦେଖାଯାଏ , ତେବେ ଆମେରିକା ଅନେକ କ୍ଷେତ୍ରରେ ଭାରତ ସରକାର ଉପରେ ଚାପ ପକାଇ ପାରନ୍ତି । ଏଲନମସ୍କଙ୍କ ଟେସଲା, ଷ୍ଟାରଲିଙ୍କ ଆଦି କମ୍ପାନୀ ଗୁଡିକୁ ଭାରତୀୟ ମାର୍କେଟରେ ଏଣ୍ଟ୍ରୀ କରାଇବା ପାଇଁ ଚାପ ପକାଇ ପାରନ୍ତି । କାରଣ ଏଲନ ମସ୍କ ଟ୍ରମ୍ଫଙ୍କର ବଡ ସମର୍ଥକ ଥିଲେ । ତେବେ ଯଦି ବାଂଲାଦେଶ କଥା ଦେଖାଯାଏ, ତେବେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନସ ଆମେରିକାର ଡେମୋକ୍ରାଟିକ ପାର୍ଟିର ଘନିଷ୍ଠ ଅଟନ୍ତି । ତେବେ ୨୦୧୬ ରେ ଯେତେବେଳେ ଟ୍ରମ୍ଫ ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ , ସେତେବେଳେ ମହମ୍ମଦ ୟୁନସ ତାଙ୍କୁ ତାଚ୍ଛଲ୍ୟ କରି କିଛି ଟିପ୍ପଣୀ ଦେଇଥିଲେ । ଯାହାର ଉଚିତ ଜବାବ ଏଥର ଦେଇପାରନ୍ତି ଟ୍ରମ୍ଫ । ଏବଂ ବାଂଲାଦେଶର ସରକାର ତିଆରି ପାଇଁ ଅନେକ ଦିନ ହେବ ଯେଉଁ ସମସ୍ୟା ଚାଲିଛି , ସେସବୁର ଅନ୍ତ ଘଟାଇବା ପାଇଁ ଟ୍ରମ୍ଫ ବାଂଲାଦେଶ ଉପରେ ଚାପ ପକାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ତେବେ ପାକିସ୍ତାନକୁ ନେଇ କୌଣସି ଟ୍ବିଟ କରିନାହାନ୍ତି ଟ୍ରମ୍ଫ । ଜିତିବା ପରେ ଅନେକ ଦେଶର ଉନ୍ନତି ପାଇଁ କିଛି କିଛି ଲେଖିଥିବା ବେଳେ ପାକିସ୍ତାନ ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ କୌଣସି ଟିପ୍ପଣୀ ଦେଇନାହାନ୍ତି । ପୂର୍ବରୁ ଇମ୍ରାନ ଏବଂ ଟ୍ରମ୍ଫଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ଦେଖିବାକୁ ମିଳୁଥିଲା । ଯାହାକୁ ନେଇ ପାକିସ୍ତାରେ ଇମ୍ରାନଙ୍କ ସମର୍ଥ ଟ୍ରମ୍ଫଙ୍କ ଉପରେ ଖୁବ ଆଶା ରଖିଥିଲେ । ହେଲେ ଟ୍ରମ୍ଫ ପାକିସ୍ତାନ ପାଇଁ ବିଶେଷ କିଛି ପରିବର୍ତ୍ତନ ନଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଚୀନ କଥା ଦେଖାଯାଏ, ତେବେ ଚୀନ ପାଇଁ ବିଶେଷ କିଛି ଲାଭ ହୋଇ ପାରିବନି । କେବଳ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ରହିଛି ।
📱 Get Argus News App
✨ୟୁକ୍ରେନ ପାଇଁ ଫଳପ୍ରଦ ହେବନି ଟ୍ରମ୍ଫଙ୍କ ବିଜୟ କାରଣ ୟୁକ୍ରେନକୁ ଆମେରିକା ଠାରୁ ମିଲିୟନ ଡଲାର ସହାୟତା ମିଳିଥିଲା । କିନ୍ତୁ ଟ୍ରମ୍ଫ ନିଜ ଭାଷଣରେ କହିଥିଲେ, ସେ ନିଜେ ରାଷ୍ଟ୍ରପତି ହେଲେ ୟୁକ୍ରେନକୁ ଜମି ଦେବା ବନ୍ଦ କରିବେ, ଏବଂ ଖୁବଶୀଘ୍ର ଯୁଦ୍ଧ ମଧ୍ୟ ବନ୍ଦ କରିବେ । ତେଣୁ ଟ୍ରମ୍ଫଙ୍କ ବିଜୟରେ ସବୁଠୁ ବଡ ଖୁସିର ବିଷୟ ଯୁଦ୍ଧ ବନ୍ଦ ହେବ ।