Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟନେଲ ଟ୍ରାଜେଡି ; ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ୪୧ ଶ୍ରମିକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଟନେଲ ଟ୍ରାଜେଡି ; ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ୪୧ ଶ୍ରମିକ

ଅର୍ଗସ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ମିଶନ ଜୀବନ । ଉତ୍ତରକାଶୀର ସିଲ୍‌କିୟାରା ଟନେଲ୍ ଭିତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରେସ୍କ୍ୟୁ ଅପରେସନ । 14 ଦିନ ହେବ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ସୁଡ଼ଙ୍ଗ ଭିତରେ ଫସିଥିବା 41 ଶ୍ରମିକ। ସୁଡ଼ଙ୍ଗ ଭିତରେ ଡ୍ରୋନ୍ ସାହାଯ୍ୟରେ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଏପଟେ ଶ୍ରମିକଙ୍କ ଉଦ୍ଧାର ପାଇଁ ହୀରାକୁଦରୁ ପଠାଯାଇଛି ଶକ୍ତିଶାଳୀ ଅଗର ମେସିନ । । ଗ୍ରୀନ କରିଡରରେ ସମ୍ବଲପୁରରୁ ଅଗର ମେସିନ ପଠାଯାଇଛି । ଓଡ଼ିଶାରୁ ଯାଇଥିବା ଅଗର ମେସିନ ବ୍ୟବହାରକ୍ଷମ ହେବା ପରେ ପୁନଃ ଉଦ୍ଧାର କାର୍ଯ୍ୟ ଜୋରଦାର ହେବା ସମ୍ଭାବନା ରହିଛି ।  

ଅଧିକ ପଢନ୍ତୁ : ଶେଷ ପର୍ଯ୍ୟାୟରେ ମିଶନ ଜୀବନ, ଖୁବଶୀଘ୍ର ସରିବ ଟନେଲ ଭିତରେ ଜୀବନ ସଂଗ୍ରାମ

ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ଚାଲିଥିବା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୫୭ ମିଟରରୁ ପାଖାପାଖି ୫୦ ମିଟର ପାଇପ୍‌ ଡ୍ରିଲିଂ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ୪୧ ଶ୍ରମିକଙ୍କ ସହ କଥା ହୋଇ ଆଶ୍ୱାସନା ଦେଇଥିଲେ । ଆଜି ଶ୍ରମିକଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tunnel Tragedy; 41 workers are fighting for life and death | Argus News