ସହି ପାରିଲେନି ଗରମ, ବେହୋସ୍ ହେଲେ ଟିଭି ଆଙ୍କର

ଅର୍ଗସ ବ୍ୟୁରୋ : ସହି ପାରିଲେନି ଗରମ, ବେହୋସ୍ ହେଲେ ଟିଭି ଆଙ୍କର । ଖବର ପାଠ ପଢୁପଢୁ ବେହୋସ୍ ହୋଇଗଲେ । ଏଭଳି ଘଟଣା ଘଟିଛି ଡିଡି ବାଂଲାର ଆଙ୍କର ଲୋପାମୁଦ୍ରା ସିହ୍ନା ସହ ଘଟିଛି । ସେ ଖବର ପଢିବା ସମୟରେ ବେହୋସ ହୋଇଯାଇଥିଲେ । ଗତ ୧୮ ତାରିଖ ସକାଳ ୮.୩୦ ବେଳେ ନ୍ୟୁଜ ପଢିବା ବେଳେ ଏଭଳି ଘଟଣା ଘଟିଥିଲା । ଅତ୍ୟଧିକ ଗରମ ସହ ଗୁଳିଗୁଳି ଯୋଗୁଁ ଏଭଳି ଘଟଣା ଘଟିଥିଲା ।
ଘଟଣା ଘଟିବା ପରେ ଷ୍ଟୁଡିଓରେ ଉପସ୍ଥିତ ଥିବା ସହଯୋଗୀ ଲୋପାମୁଦ୍ରାଙ୍କ ମୁହଁରେ ପାଣି ଦେବା ସହ ଚିକତ୍ସା କରାଇଥିଲେ । ଫେସ୍ବୁକ୍ରେ ଏକ ଭିଡିଓ ପୋଷ୍ଟ କରି ଲୋପାମୁଦ୍ରା କହିଛନ୍ତି ଯେ, ରକ୍ତଚାପ ହ୍ରାସ ପାଇବାରୁ ନ୍ୟୁଜ୍ ପ୍ରସାରଣ ବେଳେ ସେ ଅଚେତ ହୋଇଯାଇଥିଲେ । ନ୍ୟୁଜ୍ ପଢ଼ିବା ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ଗୋଟିଏ ଗ୍ଲାସ ପାଣି ପିଇ ସେ ନ୍ୟୁଜ୍ ପଢ଼ିବା ଆରମ୍ଭ କରିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଫଳରେ ସମୟ ଗଡ଼ି ଚାଲିବା ସହିତ ସେ ଅଧିକ ଅସୁସ୍ଥ ଅନୁଭବ କରିଥିଲେ । ଆଉ ଯେତେବେଳେ ସେ ଗ୍ରୀଷ୍ମ ପ୍ରବାହ ସଂପର୍କିତ ଖବର ପରିବେଷଣ କରୁଥିଲେ ତାଙ୍କ ଆଖି ବନ୍ଦ ହୋଇଯାଉଥିବା ସେ ଅନୁଭବ କରିଥିଲେ । ପରେ ପରେ ଟେଲିପ୍ରମ୍ପଟର ତାଙ୍କଠାରୁ ଦୂରେଇ ଯାଉଥିବା ସେ ଅନୁଭବ କରିଥିଲେ ଏବଂ ଚେତା ହରାଇଥିଲେ ।
