ବେଙ୍ଗାଲୁରୁ କାଫେ ବିସ୍ଫୋରଣ, ଦୁଇ ଗିରଫ
·2 years ago

ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ଏନଆଇଏ । ପଶ୍ଚିମବଂଗର ପୂର୍ବ ମେଦିନପୁରରୁ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ବିସ୍ଫୋରଣ ପାଇଁ ବୋମା ଖଞ୍ଚିଥିବା ବେଳେ ଆଉଜଣେ ଏଥିପାଇଁ ଷଡଯନ୍ତ୍ର କରିଥିଲା। ପଶ୍ଚିମବଂଗରେ ସେମାନେ ଥିବା ସୂଚନା ପାଇ ଏନଆଇଏ ଟିମ୍ ସହ କୋଲକତା ପୋଲିସ ଚଢଉ କରିଥିଲେ । ମାର୍ଚ୍ଚ ପହିଲାରେ ହୋଇଥିବା ବିସ୍ଫେରଣରେ ହୋଟେଲ କର୍ମଚାରୀଙ୍କ ସହ ଅନେକ ଗ୍ରାହକ ଆହତ ହୋଇଥିଲେ । ଏନେଇ କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶର ୧୮ଟି ସ୍ଥାନରେ ଚଢଉ କରିଥିଲା । ବେଙ୍ଗାଲୁରୁ ବିସ୍ଫେରଣ ମାମଲାରେ ପୂର୍ବରୁ ଜଣଙ୍କୁ ଗିରଫ କରିଥିଲା ଏନଆଇଏ ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: