Videos
|
National

Two Girls Get Married / ପରସ୍ପରକୁ ଭଲପାଇ ଘରଛାଡ଼ିଲେ ଦୁଇ ଝିଅ, ମନ୍ଦିରରେ କଲେ ବିବାହ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ପରସ୍ପରକୁ ଭଲପାଇ ଘରଛାଡ଼ିଲେ ଦୁଇ ଝିଅ, ମନ୍ଦିରରେ କଲେ ବିବାହ
Two Girls Get Married

Key Points

ଦୁଇ ଝିଅଙ୍କ ମଧ୍ୟରେ ହେଲା ବିବାହ
ପରସ୍ପରକୁ ଭଲପାଇ ଘରଛାଡ଼ିଲେ ଦୁଇ ଝିଅ
ମନ୍ଦିରରେ କଲେ ବିବାହ
ବିହାରର ଗଟଣା 
ପାଟନା୧୪/୦୮: ବିହାରର ରାଜଧାନୀ ପାଟନାରୁ ଏକ ଅଭୂତପୂର୍ବ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପରସ୍ପରକୁ ଭଲ ପାଇ ଦୁଇ ଝିଅ ଘର ଛାଡ଼ି ପଡ଼ୋଶୀ ଜିଲ୍ଲାକୁ ପଳାଇ ଯାଇଥିବା ବେଳେ ସେଠାରେ ମନ୍ଦିରରେ ବିବାହ କରିଥିବା ଜଣାପଡ଼ିଛି। ପୋଲିସ ସେମାନଙ୍କୁ ଉଦ୍ଧାର କରି ପାଟନା ଫେରାଇ ଆଣିବା ପରେ ଏହି ସମ୍ପର୍କର ପର୍ଦ୍ଦାଫାଶ ହୋଇଛି।

ଘଟଣା କ’ଣ ଥିଲା?
ପାଟନାର ଅଦାଲଗଞ୍ଜ ଅଞ୍ଚଳର ଦୁଇଜଣ ଛାତ୍ରୀ ଗତ ଅଗଷ୍ଟ ୭ ତାରିଖରେ ହଠାତ୍ ନିଜ ଘରୁ ନିଖୋଜ ହୋଇଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ପରେ ପାଟନାର କୋତୱାଲି ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ପୋଲିସ ମୋବାଇଲ୍ ଫୋନ୍ ଲୋକେସନ୍ ଟ୍ରାକ୍ କରି ଜାଣିବାକୁ ପାଇଲା ଯେ ଉଭୟ ଝିଅ ପଡ଼ୋଶୀ ଜିଲ୍ଲା ଖଗାରିଆରେ ଅଛନ୍ତି। ଖଗାରିଆ ରେଳ ଷ୍ଟେସନ ନିକଟ ଏକ ହୋଟେଲରେ ରହି ସେମାନେ ଏକ ସ୍ଥାନୀୟ ମନ୍ଦିରରେ ବିବାହ କରିବାକୁ ଯୋଜନା କରିଥିଲେ। ପାଟନା ପୋଲିସର ସୂଚନା କ୍ରମେ ଖଗାରିଆ ଟାଉନ୍ ପୋଲିସ ସେମାନଙ୍କୁ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା।

ପଢନ୍ତୁ ଏହି ଖବର: ରୁମରେ ଗୋଟିଏ ବିଛଣା ଥିଲା ଏବଂ ମୁଁ ନର୍ଭସ ହୋଇଗଲି, ପୂଜା କହିଲେ ମନର କଥା

ପରସ୍ପରକୁ ୩ ବର୍ଷ ଧରି ଜାଣିଥିଲେ
ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଝିଅ ପଡ଼ୋଶୀ ଏବଂ ପ୍ରାୟ ତିନି ବର୍ଷ ହେବ ପରସ୍ପରକୁ ଭଲ ଭାବରେ ଜାଣିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ସବୁଠାରୁ ବଡ଼ କଥା ହେଲା, ସେମାନେ ଭିନ୍ନ ଭିନ୍ନ ଧାର୍ମିକ ପୃଷ୍ଠଭୂମିର ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ପିତା ବିହାର ପୋଲିସରେ ଚାକିରି କରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ଆମେ ଅଲଗା ହେବୁ ନାହିଁ"
ଉଦ୍ଧାର ହେବା ପରେ ପାଟନା ପହଞ୍ଚିବା ପରେ ମଧ୍ୟ ଉଭୟ ଝିଅ ପରସ୍ପରଠାରୁ ଅଲଗା ହେବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ସେମାନେ ପୋଲିସ ଆଗରେ ଜିଦ୍ ଧରି କହିଥିଲେ, "ଆମେ ପରସ୍ପରକୁ ଭଲ ପାଉ। ଆମେ ଏକାଠି ରହିବୁ ଏବଂ କୌଣସି ପରିସ୍ଥିତିରେ ଅଲଗା ହେବୁ ନାହିଁ।"

ପୋଲିସ ଏବଂ କୋର୍ଟର କାର୍ଯ୍ୟାନୁଷ୍ଠାନ
କୋତୱାଲି ଥାନାର ଏସଏଚଓ (SHO) ଅଜୟ କୁମାରଙ୍କ କହିବାନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ ଉଭୟଙ୍କ ମଧ୍ୟରୁ ଜଣେ ବୟସ୍କା ଏବଂ ଅନ୍ୟଜଣେ ନାବାଳିକା ଅଟନ୍ତି। ପୋଲିସ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନାବାଳିକା ଝିଅଟିକୁ ଏକ ରିମାଣ୍ଡ ହୋମକୁ ପଠାଯାଇଥିବା ବେଳେ, ବୟସ୍କା ଝିଅଟିକୁ ନିଜ ଇଚ୍ଛା ଅନୁଯାୟୀ ଯେକୌଣସି ସ୍ଥାନରେ ରହିବାକୁ ଅନୁମତି ଦିଆଯାଇଛି। ବିହାରର ଏହି ଅଜବ ପ୍ରେମ କାହାଣୀ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
Two Girls Leave Home, Get Married at Temple After Falling in Love | Argus News