Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଶ୍ୱ ଚାଳନାରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ଦୁଇ ଭଉଣୀ

National

ଅଶ୍ୱ ଚାଳନାରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ଦୁଇ ଭଉଣୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଶ୍ୱ ଚାଳନାରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ଦୁଇ ଭଉଣୀ

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଚମକିଲେ ଓଡ଼ିଶାର ଦୁଇ ଭଉଣୀ ।  ଅଶ୍ୱ ଚାଳନାରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ରିଦ୍ଧି ଓ ରିଶିତା । ୫ ବର୍ଷର କୁନି ରିଦ୍ଧି ସାମନ୍ତରାୟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ପଦକ ସହ ରିଦ୍ଧି ଏହି ପ୍ରତିଯୋଗିତାରେ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ସେହିପରି ରିଶିତାଙ୍କୁ ବିଭିନ୍ନ ବିଭାଗରେ ମିଳିଛି 6ଟି ପଦକ । ଏଥିରେ 2ଟି ସ୍ୱର୍ଣ୍ଣ, ଗୋଟିଏ ସିଲଭର ଓ 3ଟି ବ୍ରୋଞ୍ଜ ରହିଛି । ଭାରତୀୟ ଅଶ୍ବ ଚାଳନା ସଂଘ ପକ୍ଷରୁ ଆୟୋଜିତ ‘ଦିଲ୍ଲୀ ଅଶ୍ୱ ଚାଳନା’ରେ ଦୁହିଁଙ୍କୁ ଏ ସଫଳତା ମିଳିଛି । ଆର୍ମି ପୋଲୋ ଆଣ୍ଡ୍ ରାଇଡିଂ କ୍ଲବ୍‌ ପରିସରରେ ଏହାର ଆୟୋଜନ ହୋଇଥିଲା । ଭୁବନେଶ୍ୱରର କର୍ଣ୍ଣେଲ ଆଶିଷ ସାମନ୍ତରାୟ ଓ ରୋହିଣୀ ସିଂହଦେଓଙ୍କ ଝିଅ ରିଦ୍ଧି ଓ ରିଶିତା ସାମନ୍ତରାୟ ।

ରିଦ୍ଧି କିଟ୍‌ ଇଣ୍ଟରନ୍ୟାନାଲ ସ୍କୁଲରେ ୟୁକେଜିରେ ପାଠ ପଢ଼ୁଛନ୍ତି। ପିତା ଆଶିଷଙ୍କଠାରୁ ପ୍ରଶିକ୍ଷଣ ପାଇ ରିଦ୍ଧି ଅଶ୍ୱଚାଳନାରେ ପାଦ ଦେଇଛନ୍ତି। ପ୍ରାୟ ଛଅ ମାସ ହେବ ସେ ତାଙ୍କ ପିତାଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ। ବଡ ଭଉଣୀ ଋଷିତା ସାମନ୍ତରାୟ ମଧ୍ୟ ପୂର୍ବରୁ ଅଶ୍ୱଚାଳନାରେ ସଫଳତା ପାଇଛନ୍ତି। ଦୁଇ ଭଉଣୀଙ୍କ ଅଶଷ୍ୱଚାଳନା ପ୍ରତି ଆଗ୍ରହ ଆଗାମୀ ଦିନରେ ଓଡିଶାକୁ ଉକ୍ତ କ୍ରୀଡାର ଲୋକପ୍ରିୟତା ଓ ଆଗକୁ ନେବାରେ ସହାୟକ ହେବ। ଏନେଇ ଓଡିଶା କ୍ରୀଡା ବିଭାଗ ରିଦ୍ଧିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two sisters won gold medals for Odisha in horse riding | Argus News