Videos
|
National

Encounter In Jammu & Kashmir: ସୀମାରେ ସେନାକୁ ସଫଳତା, ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

santosh Kumar Sahoo
Browse all articles by santosh Kumar Sahoo
·1 year ago·1 min read
Encounter In Jammu & Kashmir: ସୀମାରେ ସେନାକୁ ସଫଳତା, ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

Key Points

ସୁଧୁରୁନି ପାକିସ୍ତାନ । ସୀମାରେ ସେନାର ସଫଳତା । ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ । 


ସୀମାରେ ସେନାକୁ ସଫଳତା । ଜମ୍ମୁ ଓ କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ଦୁଇ ଜଣ ଆତଙ୍କବାଦୀ ଗୁରେଜ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ସେମାନଙ୍କୁ ସୁରକ୍ଷା କର୍ମୀ ନିପାତ କରିଛନ୍ତି । ଆତଙ୍କବାଦୀମାନେ ଅନୁପ୍ରବେଶ କରି ବଡ ଧରଣର ହିଂସା ଭିଆଇବାକୁ ଷଡଯନ୍ତ୍ର କରିଥିବା ସୂଚନା ମିଳିଛି।


ଗୁରୁବାର ଗୁରେଜ୍ ସେକ୍ଟରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଆତଙ୍କବାଦୀ ନିୟନ୍ତ୍ରଣ ରେଖା (LOC) ନିକଟରେଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ତେବେ ଭାରତୀୟ ସେନା ଏହି ପ୍ରୟାସକୁ ବିଫଳ କରିଛି । ଅନୁପ୍ରବେଶ ସମୟରେ ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁସାରେ, ଆତଙ୍କବାଦୀମାନେ ପ୍ରଥମେ ସୈନିକଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯାହାର ଜବାବରେ ସେନା ଉଭୟ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା । ଏଥିସହ ସେହି ଅଞ୍ଚଳରେ ସେନା ପକ୍ଷରୁ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Chinar Corps🍁 - Indian Army (@ChinarcorpsIA) August 28, 2025


ପାକିସ୍ତାନ ପ୍ରତିଦିନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଚାଲିଛି। ଅପରେସନ ସିନ୍ଦୂର ପରେ ମଧ୍ୟ ଏଥିରେ ଉନ୍ନତିର କୌଣସି ସଙ୍କେତ ଦେଖାଯାଉନାହିଁ। ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ଆତଙ୍କବାଦୀମାନେ ଚଳିତ ମାସରେ ଅନେକ ଥର ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେନା ସେମାନଙ୍କର ଷଡ଼ଯନ୍ତ୍ରକୁ ବିଫଳ କରିଛି।