UGC NET New Subjects / ୟୁଜିସି-ନେଟ୍ ପରୀକ୍ଷାରେ ସାମିଲ ହେଲା ‘ପରିସଂଖ୍ୟାନ’ ଓ ‘ବନ ବିଜ୍ଞାନ’, ଜୁନ୍ ୨୦୨୬ରୁ ହେବ କାର୍ଯ୍ୟକାରୀ
·1 hour ago·1 min read

Key Points
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର
UGC NET ରେ ସାମିଲ ହେଲା ପରିସଂଖ୍ୟାନ ଓ ବନ ବିଜ୍ଞାନ
ଜୁନ୍ ୨୦୨୬ରୁ ହେବ କାର୍ଯ୍ୟକାରୀ

ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ୟୁଜିସି । ୟୁଜିସି-ନେଟ୍ ପରୀକ୍ଷାର ବିଷୟ ତାଲିକାରେ ‘ପରିସଂଖ୍ୟାନ’ (Statistics) ଏବଂ ‘ବନ ବିଜ୍ଞାନ’ (Forestry) କୁ ନୂତନ ବିଷୟ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଦୁଇଟି ବିଷୟରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍ ୨୦୨୬ ଅଧିବେଶନରୁ ପରୀକ୍ଷା ଦେଇପାରିବେ । ଏହି ବିଷୟଗୁଡ଼ିକର ବିସ୍ତୃତ ପାଠ୍ୟକ୍ରମ ୟୁଜିସି-ନେଟର ୱେବସାଇଟରେ ଉପଲବ୍ଧ ଅଛି ।

ବିଶେଷକରି ପରିସଂଖ୍ୟାନ ବିଷୟ ପାଇଁ ଏକ ସ୍ୱତନ୍ତ୍ର ନେଟ୍ ପରୀକ୍ଷାର ଆବଶ୍ୟକତା ଦୀର୍ଘ ଦିନରୁ ରହିଥିଲା, କାରଣ ପୂର୍ବରୁ ଛାତ୍ରଛାତ୍ରୀମାନେ ଗଣିତ ବିଜ୍ଞାନ ଅଧୀନରେ ପରୀକ୍ଷା ଦେବାକୁ ବାଧ୍ୟ ହେଉଥିଲେ, ଯେଉଁଠାରେ ସିଲାବସର ପ୍ରାୟ ୮୫% ଅଂଶ ପରିସଂଖ୍ୟାନ ବିଷୟ ବାହାରୁ ରହୁଥିଲା । ଏହି କାରଣରୁ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ଗବେଷଣା (ଜେଆରଏଫ) କ୍ଷେତ୍ରରେ ବଞ୍ଚିତ ହେଉଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଶିକ୍ଷାବିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ ।

ଏହି ଐତିହାସିକ ନିଷ୍ପତ୍ତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସମୟୋଚିତ ହସ୍ତକ୍ଷେପ ଏବଂ ମାର୍ଗଦର୍ଶନକୁ ବିଶ୍ୱବିଦ୍ୟାଳୟ ସମୁଦାୟ ପକ୍ଷରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି । ପରିସଂଖ୍ୟାନକୁ ଏକ ସ୍ୱତନ୍ତ୍ର ଓ ଅପରିହାର୍ଯ୍ୟ ବିଷୟ ଭାବେ ସ୍ୱୀକୃତି ପ୍ରଦାନ କରିବା ଦ୍ୱାରା ଆଗାମୀ ଦିନରେ ଏହି କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ଓ ଗବେଷଣାର ନୂତନ ଦିଗ ଫିଟିବ । ଏହି ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ବଜାୟ ରଖିବା ସହ ପରିସଂଖ୍ୟାନ ବିଭାଗର ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରକୃତ ଯୋଗ୍ୟତା ଅନୁସାରେ ଜେଆରଏଫ ହାସଲ କରିବାରେ ସହାୟକ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories