Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା

ଅର୍ଗସ ବ୍ୟୁରୋ : ରଦ୍ଦ ହେଲା ୟୁଜିସି ନେଟ୍ ପରୀକ୍ଷା । ଗତ ଜୁନ୍ ୧୮ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଦେଶର ବିଭିନ୍ନ ସହରରେ କରାଯାଇଥିବା ୟୁଜିସି-ନେଟ୍ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି । ତେବେ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଜୁନ୍ ୧୯ ତାରିଖରେ ୟୁଜିସିକୁ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ନେଇ ସୂଚନା ମିଳିଥିଲା ।

ଅଧିକ ପଢନ୍ତୁ : କାର୍ଯ୍ୟକ୍ରମରେ ପୁରସ୍କାର ଦେବାବେଳେ ଖଦିକୁ ପ୍ରାଧାନ୍ୟ ଦେବାକୁ UGCର ନିର୍ଦ୍ଦେଶ

ଯାହାପରେ ଦେଶରେ ହେଇଥିବା ଏହି ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଛି । ପରୀକ୍ଷା ରଦ୍ଦ ସହ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ କରିବ ସିବିଆଇ । ସିବିଆଇକୁ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗର ତଦନ୍ତ କରିବାକୁ ସୁପାରିସ କରିଛି ।  ଗତ ୧୮ ତାରିଖରେ ଦେଶର ୩୧୭ ସହରରେ ୧୨୦୫ ପରୀକ୍ଷା କେନ୍ଦ୍ରରେ ପାଖାପାଖି ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୟୁଜିସି-ନେଟ୍ ପରୀକ୍ଷା ଦେଇଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UGC NET exam has been cancelled | Argus News