US 100 Percent Tariff / ଟ୍ରମ୍ପଙ୍କ ୧୦୦% ଟାରିଫ ବିଲ୍; ଭାରତ ଉପରେ ହୋଇପାରେ ଲାଗୁ, ଆଲର୍ଟ କଲେ ବିଶେଷଜ୍ଞ
·2 hours ago·2 min read

Key Points
ଭାରତ ଉପରେ ୧୦୦% ଟାରିଫ ଲଗାଇବ କି ଆମେରିକା ?
ସିନେଟ୍ରେ ଏକ ବିଲ୍ ପାରିତ ହେବାପରେ ବିଶେଷଜ୍ଞଙ୍କ ସତର୍କ ଘଣ୍ଟି

ଆମେରିକା ସିନେଟ୍ରେ ପାରିତ ହୋଇଯାଇଛି ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବା ପାଇଁ ଏକ ବିଲ୍ । ଯାହାକି ଋଷରୁ ତେଲ କିଣୁଥିବା ୫ଟି ସର୍ବବୃହତ କ୍ରେତାଙ୍କୁ ଟାର୍ଗେଟ୍ କରାଯାଇଛି । ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ଉଭୟ ଦଳ ଦ୍ୱାରା ସମର୍ଥନରେ ୮୬-୧୧ ଭୋଟରେ ପାରିତ ହୋଇଛି । ଏହି ବିଲ୍ ଋଷର ତୈଳ ରାଜସ୍ୱ ହ୍ରାସ କରିବା ଏବଂ ଏହାର ଯୁଦ୍ଧ କ୍ଷମତାକୁ ଦୁର୍ବଳ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ବିଲ୍କୁ ନେଇ ବିଶେଷଜ୍ଞମାନେ ସତର୍କ ଘଣ୍ଟି ଶୁଣାଇଛନ୍ତି ଏବଂ ଏହାକୁ ଆମେରିକାର ଭାରତ ବିରୋଧୀ କାର୍ଯ୍ୟକଳାପ ବୋଲି କହିଛନ୍ତି ।
ଏହି ବିଲ୍ ଭାରତ, ଚୀନ୍, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବୈଜାନ ଉପରେ ୧୦୦% ଶୁଳ୍କ ଲାଗୁ କରିପାରିବ । ଜୁଲାଇ ୨୩ ତାରିଖରେ ଋଷରୁ ତେଲ ଏବଂ ଗ୍ୟାସ କିଣୁଥିବା ଦେଶମାନଙ୍କ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା । ବିଲ୍ର ପ୍ରାରମ୍ଭିକ ଡ୍ରାଫ୍ଟରେ ୫୦୦% ଶୁଳ୍କ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ପରେ ଏହାକୁ ୧୦୦% କୁ ହ୍ରାସ କରାଯାଇଥିଲା । ତଥାପି ଏହି ଆଇନ ଏପର୍ଯ୍ୟନ୍ତ ପ୍ରଣୟନ ହୋଇନାହିଁ । ଏହାକୁ ଏବେ ଆମେରିକୀୟ ସଂସଦର ନିମ୍ନ ସଦନ, ପ୍ରତିନିଧି ସଭାକୁ ପଠାଯିବ । ଯଦି ସେଠାରେ ବିଲ୍ ପାସ୍ ହୁଏ, ତେବେ ଏହାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁମୋଦନ ପାଇଁ ପଠାଯିବ । ତାଙ୍କ ଅନୁମୋଦନ ପାଇବା ପରେ ହିଁ ଏହା ଆଇନରେ ପରିଣତ ହେବ ।
ପଢନ୍ତୁ ଏହି ଖବର: ପିଲାଙ୍କ ପାଇଁ ନିଶା ପାଲଟିଲାଣି ସୋସିଆଲ ମିଡିଆ; ବ୍ୟାନ୍ ପାଇଁ ବଢିଲା ଡିମାଣ୍ଡ
ବିଶେଷଜ୍ଞ ଏକ ଗମ୍ଭୀର ପ୍ରଶ୍ନ ଉଠାଇ କହିଛନ୍ତି ଯେ ଋଷରୁ ତେଲ ଏବଂ ଗ୍ୟାସ ଆମଦାନୀ କରୁଥିବା ଅନ୍ୟ ଦେଶଗୁଡ଼ିକୁ ଉପରେ କାହିଁକି ସମାନ ଭାବରେ ଟାର୍ଗେଟ କରାଯାଇ ନାହିଁ ? ଯଦି ଭାରତ ଋଷରୁ ତେଲ ଏବଂ ଗ୍ୟାସ ଆମଦାନୀ ହ୍ରାସ କରେ, ତେବେ ଏହା ବିଶ୍ୱ ତୈଳ ମୂଲ୍ୟକୁ ଆହୁରି ବୃଦ୍ଧି କରିବ ଏବଂ ଚୀନ ଋଷରୁ ଅଧିକ ତେଲ ଓ ଗ୍ୟାସ୍ ଆମଦାନୀ କରିବା ଆରମ୍ଭ କରିବ।

- ବିଶେଷଜ୍ଞ ଉଠାଇଲେ ବଡ଼ ପ୍ରଶ୍ନ

- କାହିଁକି ଋଷରୁ ତେଲ କିଣୁଛି ଭାରତ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories