ଆସାମରେ ଶାନ୍ତିର ନୂଆ ଆରମ୍ଭ, ସମାପ୍ତ ହୋଇଛି ଉଗ୍ରବାଦ
·2 years ago

ଅର୍ଗସ ବ୍ୟୁରୋ : ଆସାମରେ ଶାନ୍ତିର ନୂଆ ଆରମ୍ଭ । ସମାପ୍ତ ହୋଇଛି ଉଗ୍ରବାଦ । ଶୁକ୍ରବାର ଭାରତ ସରକାର, ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ଯୁଏଲଏଫଏ) ଏବଂ ଆସାମ ମଧ୍ୟରେ ଏକ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଶସ୍ତ୍ର ସନ୍ତ୍ରାସବାଦୀ ସଂଗଠନ ଯୁଏଲଏଫଏ ଏବଂ ଆସାମ ସରକାରଙ୍କ ମଧ୍ୟରେ ଶାନ୍ତି ଚୁକ୍ତିନାମା ଡ୍ରାଫ୍ଟ ସ୍ବାକ୍ଷରିତ ହୋଇଛି । ଉତ୍ତର-ପୂର୍ବରେ ଭାରତ ସରକାରଙ୍କ ଶାନ୍ତି ପ୍ରୟାସ ଦିଗରେ ଏହା ଏକ ବଡ଼ ପଦକ୍ଷେପ । କାରଣ, ଗତ କିଛି ବର୍ଷ ଧରି ଉତ୍ତର ପୂର୍ବରେ ସଶସ୍ତ୍ର ସୁରକ୍ଷା ବାହିନୀ ବିରୋଧରେ ଯୁଏଲଏଫଏ ଏକ ହିଂସାତ୍ମକ ସଂଗ୍ରାମ କରିଆସୁଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: