Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ବିଶ୍ବ ଜଳ ଦିବସ, ସରିବା ଆଗରୁ ସଞ୍ଚୟ କରନ୍ତୁ

National

ଆଜି ବିଶ୍ବ ଜଳ ଦିବସ, ସରିବା ଆଗରୁ ସଞ୍ଚୟ କରନ୍ତୁ

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ବିଶ୍ବ ଜଳ ଦିବସ, ସରିବା ଆଗରୁ ସଞ୍ଚୟ କରନ୍ତୁ

ଅର୍ଗସ ବ୍ୟୁରୋ : ଆଜି ବିଶ୍ବ ଜଳ ଦିବସ । ଜଳ ସଂରକ୍ଷଣର ମହତ୍ତ୍ୱ ଓ ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ । ସାରା ବିଶ୍ବରେ କାର୍ଯ୍ୟକ୍ରମ ଜରିଆରେ ଜଳର ଉପାଦେୟତା ସଂପର୍କିତ ଆଲୋଚନାଚକ୍ର ଆୟୋଜନ ହେଉଛି । ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ସାରା ପାଳିତ ହୁଏ । 

ବିଶ୍ୱରେ ଜଳ ଅଭାବର ପଶ୍ଚାତରେ ରହିଥିବା ପ୍ରଧାନ କାରଣ ହେଉଛି ଜଳ ପ୍ରଦୂଷଣ । ଜଳ ପ୍ରଦୂଷଣ ଓ ଅପଚୟକୁ ନ ରୋକିଲେ ଜଳର ଅଭାବ ଦୂର ହେବାର କୌଣସି ଆଶା ନାହିଁ । ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଜଳ ଦିବସ’ ।  

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଶ୍ୱର କୋଣ ଅନୁକୋଣରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ଗୁରୁତ୍ବ ତଥା ଆବଶ୍ୟକତା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲସ୍ଥିତ ରିଓ ଡି ଜେନେରିଓ ଠାରେ ମିଳିତ ଜାତିସଂଘ ଦ୍ବାରା ଆୟୋଜିତ ଜଳବାୟୁ ଓ ବିକାଶ ସମ୍ମିଳନୀରେ ବିଶ୍ୱ ଜଳ ଦିବସ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳର ଉପାଦେୟତା ସଂପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିବିର, ଶୋଭାଯାତ୍ରା, ଆଲୋଚନାଚକ୍ର ଇତ୍ୟାଦିର ଆୟୋଜନ କରାଯାଏ । ’

Sponsored
Understanding its history, theme and significance amid Bengaluru's water crisis | Argus News