UNDP Report India / ମଧ୍ୟ ପ୍ରାଚ୍ୟ ଯୁଦ୍ଧ ପାଇଁ ବଢିବ ଦାରିଦ୍ର୍ୟ; ବିପଦରେ ୨୫ ଲକ୍ଷ ଭାରତୀୟ
·3 hours ago·2 min read

Key Points
ମିଳିତ ଜାତିସଂଘ ଅଧିନସ୍ଥ ୟୁଏନଡିପି ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା କାରଣରୁ ଭାରତରେ ପ୍ରାୟ ୨୫ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲି ଯାଇପାରନ୍ତି।
UNDP India Poverty Report: ମଧ୍ୟପ୍ରାଚ୍ୟ ସଂକଟ ମଧ୍ୟରେ ଦେଶ ପାଇଁ ଆସିଛି ଏକ ଚମକାଇବା ଭଳି ଖବର। ଏକ ରିପୋର୍ଟ ଅନୁଯାୟୀ ଏହି ବୈଶ୍ୱିକ ସଙ୍କଟ କାରଣରୁ ଦେଶରେ ପ୍ରାୟ ୨୫ ଲକ୍ଷ ଲୋକ ଦାରିଦ୍ର୍ୟ ଜାଲରେ ଫସି ଯାଇପାରନ୍ତି। ଏପରିକି ଦେଶର ମାନବ ସମ୍ବଳ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇପାରେ ଏବଂ ଏହା ସହିତ ଅନ୍ୟାନ୍ୟ ଆନୁଷଙ୍ଗୀକ କ୍ଷୟକ୍ଷତିର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ।
ମିଳିତ ଜାତିସଂଘ (ୟୁଏନ) ଅଧିନରେ କରାଯାଉଥିବା ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଏହାର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭାରତ ଉପରେ କେଉଁ ପ୍ରଭାବ ପକାଇବ ତାହା ୟୁଏନଡିପି ରିପୋର୍ଟ ଦର୍ଶାଇଛି।
ମଧ୍ୟ ପ୍ରାଚ୍ୟ ସଂକଟ ପାଇଁ ବିପଦରେ ୨୫ ଲକ୍ଷ ଭାରତୀୟ
ସଦ୍ୟ ପ୍ରକାଶିତ ୟୁଏନଡିପି ରିପୋର୍ଟ ଅନୁସାରେ ବିଶ୍ୱରେ ପ୍ରାୟ ୮୮ ଲକ୍ଷ ଲୋକ ଦାରିଦ୍ର୍ୟର ସାମ୍ନା କରିପାରନ୍ତି। ରିପୋର୍ଟ ଏହା ମଧ୍ୟ କହିଛି ଯେ ପଶ୍ଚିମ ଏସିଆରେ ଦିନକୁ ଦିନ ବୃଦ୍ଧି ପାଉଥିବା ସାମରିକ ଖର୍ଚ୍ଚ ଏବଂ ନିରନ୍ତର ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳ ମଧ୍ୟରେ ସୀମିତ ରହିବ ନାହିଁ। ବରଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଅର୍ଥନୀତି ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ପ୍ରଭାବିତ ହେବ।
ଏକ ଆକଳନ ମୁତାବକ ମଧ୍ୟ ପ୍ରାଚ୍ୟ ସଂକଟକ କାରଣରୁ ପ୍ରାୟ ୨୯୯ ବିଲିୟନ ଆମେରିକୀୟ ଡଲାର କ୍ଷତି ହେବାର ଆଶା କରାଯାଉଛି। ଭାରତ ସମ୍ପର୍କରେ ୟୁଏନଡିପି ରିପୋର୍ଟ କହିଛି ଯେ ଦେଶରେ ଦାରିଦ୍ର୍ୟ ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷରୁ ବୃଦ୍ଧି ୨୫ ଲକ୍ଷରେ ପହଞ୍ଚିବ।
ଦାରିଦ୍ର୍ୟ ହାରରେ ହୋଇପାରେ ବୃଦ୍ଧି
ୟୁଏନଡିପି ରିପୋର୍ଟ ଆଧାରରେ ଦେଶର ଦାରିଦ୍ର୍ୟ ହାର ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଦେଶର ଦାରିଦ୍ର୍ୟ ହାର ୨୩.୯ ପ୍ରତିଶତରୁ ୨୪.୨ ପ୍ରତିଶତକୁ ବୃଦ୍ଧି ହୋଇପାରେ। ଯାହା ଫଳରେ ଅତିରିକ୍ତ ୨୪ ଲକ୍ଷ ୬୪ ହଜାର ୬୯୮ ଲୋକ ଦାରିଦ୍ର୍ୟର ସାମ୍ନା କରିପାରନ୍ତି। ଏହା ମଧ୍ୟ ଆକଳନ କରାଯାଇଛି ଯେ ଏହି ସଙ୍କଟ ପରେ, ଦେଶରେ ପ୍ରାୟ ୩୫ କୋଟି ୪୦ ଲକ୍ଷ ୩୩ ହଜାର ୬୯୮ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯିବେ। ପୂର୍ବରୁ ଏହି ସଂଖ୍ୟା ୩୫ କୋଟି ୧୫ ଲକ୍ଷ ୬୯ ହଜାର ରହିଥିବାର ଆକଳନ କରାଯାଇଥିଲା।
ମଧ୍ୟ ପ୍ରାଚ୍ୟ ଉପରେ ଭାରତର ନିର୍ଭରଶୀଳତା
ୟୁଏନଡିପି ରିପୋର୍ଟରେ ମଧ୍ୟପ୍ରାଚ୍ୟ ଉପରେ ଭାରତର ନିର୍ଭରଶୀଳତା ସମ୍ପର୍କରେ ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ ଭାରତ ଏହାର ତୈଳ ଆବଶ୍ୟକତାର ୯୦ ପ୍ରତିଶତରୁ ଅଧିକ ବିଦେଶରୁ ଆମଦାନୀ କରିଥାଏ। ଏହା ମଧ୍ୟରୁ କେବଳ ୪୦ ପ୍ରତିଶତ ଅଶୋଧିତ ତୈଳ ଏବଂ ୯୦ ପ୍ରତିଶତ ଏଲପିଜି ଗ୍ୟାସ୍ ମଧ୍ୟ ପ୍ରାଚ୍ୟରେ ଅବସ୍ଥିତ ବିଭିନ୍ନ ଦେଶରୁ ଆସିଥାଏ। ଏହା ସହିତ ମଧ୍ୟପ୍ରାଚ୍ୟ, ଭାରତର ୪୫ ପ୍ରତିଶତ ସାର ଚାହିଦା ପୂରଣ କରିଥାଏ। ଏହି ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତ କିପରି ଏହାରର ଶକ୍ତି ଚାହିଦା ପୂରଣ କରିବା ପାଇଁ ମଧ୍ୟପ୍ରାଚ୍ୟ ଦେଶ ଉପରେ କେତେ ମାତ୍ରାରେ ନିର୍ଭରଶୀଳ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories