ଆସାମ ରାଜ୍ୟରେ କାର୍ଯ୍ୟକାରୀ ହେବ ୟୁନିଫର୍ମ ସିଭିଲ କୋଡ : ହିମନ୍ତ ବିଶ୍ବଶର୍ମା
·2 years ago

ଅର୍ଗସ ବ୍ୟୁରୋ : ଖୁବ ଶୀଘ୍ର ଆସାମ ରାଜ୍ୟରେ କାର୍ଯ୍ୟକାରୀ ହେବ ୟୁନିଫର୍ମ ସିଭିଲ କୋଡ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ, ଉତ୍ତରାଖଣ୍ଡ ଏବଂ ଗୁଜୁରାଟ ପରି ୟୁସିସି ଆଣିବୁ। ଆସାମର ୟୁନିଫର୍ମ ସିଭିଲ କୋଡରେ ଅଧିକ ନିୟମ ରହିବ ଏବଂ ସେହି ରାଜ୍ୟଗୁଡ଼ିକର ୟୁସିସି ବିଲ ଅନୁଯାୟୀ ୟୁନିଫର୍ମ ସିଭିଲ କୋଡ ମଧ୍ୟ ଅଣାଯିବ। ଉତ୍ତରାଖଣ୍ଡର ୟୁସିସି ବିଲ ଦେଖିବାକୁ ଅପେକ୍ଷା କରିଛି।
ଅଧିକ ପଢନ୍ତୁ ଭାରତ ଖବର
ଆସାମର ଆଦିବାସୀ ସମ୍ପ୍ରଦାୟ ୟୁସିସିର ଦୃଷ୍ଟିକୋଣରୁ ମୁକ୍ତ ହେବ। ଏହାପୂର୍ବରୁ ସେ ରାଜ୍ୟ ଭାଜପା କାର୍ଯ୍ୟନିର୍ବାହୀ ବୈଠକକୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ଆମେ ସେହି ଦିନକୁ ଅପେକ୍ଷା କରିଛୁ ଯେତେବେଳେ ଉତ୍ତରପ୍ରଦେଶ ଏବଂ ଗୁଜୁରାଟ ପରେ ଆସାମ ଏପରି ଏକ ରାଜ୍ୟ ହେବ ଯେଉଁଠି ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀ କରିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
