Union Budget / ଆଜି ଆସିବ କେନ୍ଦ୍ରୀୟ ବଜେଟ୍...ଗରିବ, ମଧ୍ୟବିତ୍ତ ଓ ମହିଳାଙ୍କୁ ମିଳିବ ପ୍ରାଧାନ୍ୟ !
·5 months ago·2 min read

Key Points
ଆଜି ଆସିବ କେନ୍ଦ୍ରୀୟ ବଜେଟ୍, ଆଶା ଅନେକ
ଲଗାତର ୯ମ ଥର ପାଇଁ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ
ନିଯୁକ୍ତି ଓ ଅଧିକ ରୋଜଗାର ସୁଯୋଗ ଆଶାରେ ମଧ୍ୟବିତ୍ତ ପରିବାର

ଆଜି ଉପସ୍ଥାପନ ହେବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ସୁଦୃଢ଼ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିସାରିଛି ସଂକେତ । ଆକଳନ ଅନୁସାରେ ଏଥରର ବଜେଟ୍ ସାଧାରଣ ଆୟ-ବ୍ୟୟର ହିସାବଠାରୁ ଭିନ୍ନ ହେବ ।
ଏଥରର ବଜେଟରେ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଉପରେ ଗୁରୁତ୍ବ ଦିଆଯାଇଥିବା ପୂର୍ବରୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥରର ବଜେଟରେ ନିଯୁକ୍ତି ଓ ଅଧିକ ରୋଜଗାର ସୁଯୋଗ ଆଶା ରଖିଛନ୍ତି ମଧ୍ୟବିତ୍ତ ପରିବାର । ସେହିପରି ଅର୍ଥମନ୍ତ୍ରୀଙ୍କ ବଜେଟରୁ ବଡ଼ ଆଶା ରଖିଛନ୍ତି ମହିଳା । କୃଷିକ୍ଷେତ୍ରରେ ଅଭିବୃଦ୍ଧିକୁ ମିଳିପାରେ ଅଧିକ ପ୍ରୋତ୍ସାହନ । ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଉପରେ ଫୋକସ୍ ରଖିପାରନ୍ତି ସରକାର ।
ଦେଶର ଅନ୍ନଦାତାଙ୍କୁ ନିର୍ମଳାଙ୍କ ବଜେଟରୁ ବଡ଼ ଆଶା ରହିଛି । ପିଏମ୍-କିଷାନ ଯୋଜନାରେ ବଢ଼ିପାରେ ସହାୟତା ରାଶି । ଜଳସେଚନ ଓ ଫସଲ ବୀମା ପାଇଁ ବଢ଼ିପାରେ ଆବଣ୍ଟନ । ବଜେଟରେ VB G RAM G ପାଇଁ ବଢ଼ିପାରେ ବ୍ୟୟ ବରାଦ ।
ସେପଟେ ମହିଳା ମାନଙ୍କ ବଜେଟରୁ ବଡ଼ ଆଶା ରହିଛି । ମହିଳା ଜନଧନ ଖାତାଧାରୀଙ୍କୁ ବିଶେଷ ବୀମା ସୁବିଧା ସହ ମହିଳା ଉଦ୍ୟୋଗୀଙ୍କୁ କର୍ପୋରେଟ୍ ଟିକସରେ ବିଶେଷ ରିହାତି ମିଳିପାରେ । ଅତ୍ୟାବଶ୍ୟକ ସାମଗ୍ରୀ ଦର କମାଇବାକୁ ଗୃହିଣୀଙ୍କ ଦାବି ରହିଛି । ଡାଲି, ଖାଇବା ତେଲ ଓ ଡାଏରୀ ଉତ୍ପାଦ ଦର କମିପାରେ । ନିଯୁକ୍ତି ଓ ଅଧିକ ରୋଜଗାର ସୁଯୋଗ ଆଶାରେ ମଧ୍ୟବିତ୍ତ ପରିବାର । ଏଥିପାଇଁ ଶିକ୍ଷା ଓ ନିଯୁକ୍ତି ଉପରେ ଦିଆଯିବ ଫୋକସ୍ । ଶିକ୍ଷାନୁଷ୍ଠାନରେ ଉପସ୍ଥାନ ବୃଦ୍ଧିସହ ନିଯୁକ୍ତି ସୃଷ୍ଟି କଲାଭଳି ଶିକ୍ଷା ଉପରେ ଦିଆଯାଉଛି ଗୁରୁତ୍ବ । NEPକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଶିକ୍ଷାରେ ବଜେଟ୍ ପରିମାଣ ବଢ଼ି ୧.୨୫ ଲକ୍ଷ କୋଟି ହେବା ସମ୍ଭାବନା ରହିଛି ।
'ଅପରେସନ୍ ସିନ୍ଦୂର' ପରେ ପ୍ରତିରକ୍ଷା ବଜେଟ୍ ବଢ଼ିବା ସମ୍ଭାବନା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବାକୁ ବଡ଼ ବଜେଟ୍ ଅଣାଯାଇପାରେ । ତିନି ସେନା ପାଇଁ ସମାନ ଭାବେ ବଜେଟ୍ ଆବଣ୍ଟନ ହୋଇପାରେ । ପ୍ରତିରକ୍ଷା ଷ୍ଟାର୍ଟଅପ ଓ MSMEକୁ ମିଳିବ ଅଧିକ ଗୁରୁତ୍ବ । AI ଆଧାରିତ ଇଣ୍ଟେଲିଜେନ୍ସ ଓ ଡ୍ରୋନ୍ ଟେକନିକ୍ ଉପରେ ଫୋକସ୍ ରହିବ ।
ସେହିପରି ରେଳ ଦୁର୍ଘଟଣା ଏଡ଼ାଇବାକୁ ସୁରକ୍ଷା ଉପରେ ରହିବ ଫୋକସ୍ । ରେଳ ଯାତ୍ରା ବେଳେ ଲୋକଙ୍କ ସୁରକ୍ଷାକୁ ଦିଆଯିବ ଗୁରୁତ୍ୱ 'କବଚ' ଭଳି ସୁରକ୍ଷା ପ୍ରଣାଳୀର ଅଧିକ ବିସ୍ତାର ହୋଇପାରେ । ଅଧିକ 'ବନ୍ଦେ ଭାରତ ସ୍ଲିପର' ଓ 'ଅମୃତ ଭାରତ' ଟ୍ରେନ୍ ଆସିବା ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories