Videos
|
National

Delimitation Bill / କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି; ଲୋକସଭା ସହ ବିଧାନସଭାରେ ବଢ଼ିବ ୫୦% ଆସନ

Sushanta Sahoo
Browse all articles by Sushanta Sahoo
·7 mins ago·1 min read
କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି; ଲୋକସଭା ସହ ବିଧାନସଭାରେ ବଢ଼ିବ ୫୦% ଆସନ
50% Increase in Lok Sabha Seats

Key Points

  • ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ କ୍ୟାବିନେଟ୍ ମଞ୍ଜୁରୀ
  • ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ମଧ୍ୟ ଅନୁମୋଦନ
  • ଲୋକସଭା ସହ ବିଧାନସଭାରେ ବଢ଼ିବ ୫୦% ଆସନ
  • ୨୫ ବର୍ଷ ଅର୍ଥାତ ୨୦୫୧ ପର୍ଯ୍ୟନ୍ତ ସ୍ଥିର ରହିବ ସିଟ୍‌ ବୃଦ୍ଧି
ନୂଆଦିଲ୍ଲୀ: ଲୋକସଭା ସହ ବିଧାନସଭାରେ ବଢ଼ିବ ୫୦% ଆସନ । ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍ । ଏଥିସହ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସେବା ତୀର୍ଥରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ଵପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଏହି କ୍ୟାବିନେଟ୍ ବୈଠକ ବେଶ୍ ଗୁରୁତ୍ଵ ବହନ କରୁଛି । ନଭେମ୍ବର ୩୦ରେ ଲୋକସଭା ଓ ଡିସେମ୍ବର ୨ ତାରିଖରେ ରାଜ୍ୟସଭା ଅଧିବେଶନ ଡକା ଯାଇଛି । ଅଧିବେଶନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ଅନୁମୋଦନ କରିଛି ।

ଏଥିସହ ପଢ଼ନ୍ତୁ: ଥିଲେ ଇଞ୍ଜିନିୟର, ଏବେ ବ୍ୟବସାୟ କରି ମାସକୁ ୩ ଲକ୍ଷ ରୋଜଗାର...କାହିଁକି ବିବାହ ପାଇଁ ଝିଅ ମିଳୁନି ? 

ଅଧିବେଶନରେ ଏହି ଦୁଇ ବିଲ୍ କେନ୍ଦ୍ର ସରକାର ଆଗତ କରିପାରନ୍ତି । ଏହି ବିଲ୍ ଆଗତ ହୋଇ ଅନୁମୋଦନ ହେଲେ ଲୋକସଭାରେ ୮୫୦ ଆସନ ସହ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଲାଗି ରାସ୍ତା ଖୋଲିଯିବ । ବିଲ୍ ଅନୁସାରେ, ଲୋକସଭା ସହ ବିଧାନସଭାରେ ୫୦% ଆସନ ବୃଦ୍ଧି କରାଯିବ । ଯାହାକି ୨୫ ବର୍ଷ ଅର୍ଥାତ ୨୦୫୧ ପର୍ଯ୍ୟନ୍ତ ସ୍ଥିର ରହିବାର ପ୍ରସ୍ତାବ ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: