ଓଡ଼ିଶା ପାଇଁ ୬ ବଡ଼ ରେଳ ପ୍ରକଳ୍ପ

ଅର୍ଗସ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ୮ ପ୍ରକଳ୍ପକୁ ମଞ୍ଜୁରୀ। ଦେଶର ପୂର୍ବ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ପ୍ରକଳ୍ପ ବାବଦକୁ ୨୪,୬୫୭କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ୮ଟି ପ୍ରକଳ୍ପରୁ ଓଡ଼ିଶାକୁ ୬ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ୩ଟା ପ୍ରୋଜେକ୍ଟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ହୋଇଥିବାବେଳେ ଅନ୍ୟ ୩ଟି ପ୍ରୋଜେକ୍ଟ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ମଞ୍ଜୁର ହୋଇଛି। ଏହି ୬ଟି ନୂଆ ରେଳ ଲାଇନରେ ଗୁଣୁପୁରରୁ ଥିରୁବାଲି ନ୍ୟୁ ଲାଇନ ୭୩ କିମି ସଂଯୋଗ କରିବ। ଏଥିପାଇଁ ୧୩୨୬କୋଟି ଟଙ୍କା ଖର୍ଚ୍ଚ ହେବ। ଜୁନାଗଡରୁ ନବରଙ୍ଗପୁର ନ୍ୟୁ ଲାଇନ ୧୧୬ କିମି ନିର୍ମାଣ ହେବ।
ଅଧିକ ପଢନ୍ତୁ : ଦଶମ ପାସ କରିଛନ୍ତି କି? ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ
ଏଥିପାଇଁ ୩୨୭୪କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୧୭୩ କିମି ବିଶିଷ୍ଟ ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍ ଭାୟା ଭଦ୍ରାଚଳମ ନ୍ୟୁ ଲାଇନ ପାଇଁ ୪୧୦୯କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ୩ଟି ପ୍ରୋଜେକ୍ଟ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାକୁ ସଂଯୋଗ କରିବ। ପୁରା ପ୍ରକଳ୍ପ ଦ୍ବାରା ଝାଡଖଣ୍ଡ-ଛତିଶଗଡ-ଓଡ଼ିଶା ୩ ରାଜ୍ୟକୁ ପୂର୍ବ ଉପକୂଳର ବନ୍ଦରକୁ ସଂଯୋଗ କରିବ। ଅନ୍ୟ ୩ଟି ପ୍ରୋଜେକ୍ଟ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପରେ ବାଦାମପାହଡ-କେନ୍ଦୁଝର ନ୍ୟୁ ଲାଇନ ୮୨ କିମି, ବାଙ୍ଗିରିପୋଷି-ଗୋରୁମହିଷାଣୀ ନ୍ୟୁ ଲାଇନ ୮୫ କିମି ଏବଂ ବୁରାମରା-ଚାକୁଳିଆ ନ୍ୟୁ ଲାଇନ ୬୦ କମି ନିର୍ମାଣ କରଯିବ।