Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨ ଓଡ଼ିଆଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

National

୨ ଓଡ଼ିଆଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Manini Pattanayak
Browse all articles by Manini Pattanayak
·1 year ago·2 min read
୨ ଓଡ଼ିଆଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର:  କୁଏତରେ ହୋଇଥିବା ଭୟାଭୟ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା 45 ଭାରତୀୟଙ୍କ ଶବ ସ୍ବଦେଶ ଫେରିଛି। ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ ସେମାନଙ୍କ ମୃତଦେହକୁ ସ୍ୱଦେଶ ଅଣାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ନିଜେ ବିମାନ ବନ୍ଦର ଯାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ କୁଏତ ଯାଇ ମୃତାହତଙ୍କ ପରିବାରକୁ ଭେଟିବା ସହ ମୃତଶରୀରକୁ ଭାରତ ଆଣିଛନ୍ତି। 

 କୁଏତରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଦୁଇଜଣ ଓଡିଆ ଅଛନ୍ତି। ସେମାନେ ହେଲେ ଆଠଗଡ଼ର ମହମ୍ମଦ ଜହୁର ଓ ଗଞ୍ଜାମର ସନ୍ତୋଷ ଗୌଡ଼। ମହମ୍ମଦ ଜହୁରଙ୍କ ଘର ଆଠଗଡ଼ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁର। ସେ ଦକ୍ଷିଣ କୁଏତର ମଙ୍ଗଫ ସହର ଏକ  ଟ୍ରେଡିଙ୍ଗ କମ୍ପାନୀରେ ସିବିଲ ଲାବୋରା୍ଟରୀ ଟେକନିସିୟାନ ଭାବେ କାର୍ଯ୍ୟରତ ଥିଲେ। ରୋଜଗାରିଆ ପୁଅକୁ ହରାଇ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ସେହିପରି ଅନ୍ୟତମ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 ୨ ଓଡ଼ିଆଙ୍କୁ ମୃତ୍ୟୁରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋଶାଲ ମିଡିଆ Xରେ ମୁଖ୍ୟମନ୍ତ୍ରୀ ୨ ଓଡ଼ିଆ ପୁଅ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ଦେହାନ୍ତ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଗ୍ନିକାଣ୍ଡ ଘଟଣାରେ ଓଡ଼ିଆ ଲୋକଙ୍କ ସମେତ ଅନେକ ଭାରତୀୟ ମୃତ୍ୟୁବରଣ କରିଥିବା ଖବର ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ଥିବା ଲେଖିଛନ୍ତି।  ଗତ ବୁଧବାର ରାତିରେ କୁଏତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏକ ଛଅ ମହଲା କୋଠାରେ ନିଆଁ ଲାଗିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪୫ ଜଣ ଭାରତୀୟ ଥିବାବେଳେ ସର୍ବାଧିକ କେରଳର ଲୋକ ଅଛନ୍ତି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Union Minister Dharmendra Pradhan expressed his condolences through Twitter | Argus News