'ଦୁନିଆର ଯେକୌଣସି ସ୍ଥାନରେ କିଛି ଉଦବୋଧନ ଦେବାକୁ ହୁଏ, ମୁଁ ଓଡିଆ ଭାଷାରେ ଚିନ୍ତା କରେ'

ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉକ୍ତି । ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା । ଯିଏ ଯେତେ ଉପରକୁ ଉଠୁ ନା କାହିଁକି ନିଜର ମାତୃଭାଷାକୁ ପ୍ରାଧାନ୍ୟ ଦେବା କଥା । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ।
ସବୁବେଳେ ଓଡିଶା, ଓଡିଆ ଭାଷାକୁ ନେଇ ବିଶ୍ୱ ଦରବାରରେ ଉପସ୍ଥାପିତ କରନ୍ତି କେନ୍ଦ୍ରମନ୍ତ୍ରୀ । ମାତୃଭାଷା କିପରି ଆଗକୁ ଯିବ । ମାତୃଭାଷାର କିପରି ବିକାଶ ହେବ ସେ ଦିଗକୁ ସବୁବେଳେ ପ୍ରାଧାନ୍ୟ ଦିଅନ୍ତି । ସେଥିପାଇଁ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି ଦୁନିଆର ଯେଉଁଠି ବି କୌଣସି ବିଷୟ ଉପରେ ଯେତେବେଳେ କିଛି ଉଦବୋଧନ ଦେବାକୁ ହୁଏ ପ୍ରଥମେ ସେହି ବିଷୟରେ ଚିନ୍ତା କରିବାକୁ ହେଲେ ମୁଁ ମୋ ମାତୃଭାଷା ଦ୍ୱାରା ହିଁ ଭାବିଥାଏ । ପରେ ଅନ୍ୟ ଭାଷାରେ ପରିପ୍ରକାଶ କରେ ।
ନୂଆଦିଲ୍ଲୀ କୌଶଳ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଏମ୍ ଇ-ବିଦ୍ୟା ଟିଭି ଚ୍ୟାନେଲର ଲୋକାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଚ୍ୟାନେଲରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ଦିନ ରାତି 24 ଘଣ୍ଟା ପ୍ରସାରିତ ହେବ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ । ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ଏହି ନୂଆ ଅଭିଯାନ ।
📱 Get Argus News App
✨Today is a landmark day towards taking a step ahead towards becoming Viksit Bharat @ 2047 and fulfilling #ModiGuarantee of laying a strong foundation for shaping a bright future for our country.
— Dharmendra Pradhan (मोदी का परिवार) (@dpradhanbjp) March 9, 2024
Launch of—
✔️DIETS of Excellence
✔️National Professional Standard for Teachers… pic.twitter.com/sDHVRd44K4
ମାତୃଭାଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଦ୍ଧିକ ଜ୍ଞାନର ବିକାଶ କରିଥାଏ । ମାତୃଭାଷାରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ବିଚାରଧାରା ଏବଂ ଦକ୍ଷତା ବିକଶିତ କରିଥାଏ । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା କ୍ଷେତ୍ରରେ ଭାଷା ବାଧକ ନୁହେଁ ସହାୟକ ହେବା ଉଚିତ୍ । ଆଞ୍ଚଳିକ ଓ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରାଯିବା ଫଳରେ ଏକ ଶିକ୍ଷିତ ଦୀର୍ଘସ୍ଥାୟୀ ସମାଜ ଗଠନ କରିବାରେ ସହାୟକ ହୋଇପାରିବ । ଯାହାର ଉଦାହରଣ ଜାତୀୟ ଶିକ୍ଷା ନୀତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...