Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହରିୟାଣା ବିଜୟ ; ଧର୍ମେନ୍ଦ୍ରଙ୍କ ବଡ ବୟାନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ହରିୟାଣା ବିଜୟ ; ଧର୍ମେନ୍ଦ୍ରଙ୍କ ବଡ ବୟାନ

ଅର୍ଗସ ବ୍ୟୁରୋ :  ହରିୟାଣାରେ ବିଜେପିରର ବାଜିମାତ୍‌ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହରିୟାଣା ବିଜୟ ଅଭୂତପୂର୍ବ, ଐତିହାସିକ ବିଜୟ: ଧର୍ମେନ୍ଦ୍ର ପ୍ରଧାନ । ହରିୟାଣାରେ ବିଜେପି ଇତିହାସ ରଚିଥିବାରୁ ହରିୟାଣାବାସୀଙ୍କୁ ଧନ୍ୟବାଦ । ତୃତୀୟ ଥର ପାଇଁ ବିଜେପିକୁ ଜିତାଇଥିବାରୁ ହୃଦୟରୁ ଧନ୍ୟବାଦ । ଏହା ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଜନକଲ୍ୟାଣକାରୀ ଯୋଜନାର ପ୍ରତିଫଳନ । ଡବଲ୍ ଇଞ୍ଜିନ ସରକାରର କଲ୍ୟାଣକାରୀ ଯୋଜନା ଉପରେ ଜନତାଙ୍କ ମୋହର । 

ଅଧିକ ପଢନ୍ତୁ : ମୋଦିଙ୍କ ଲୋକପ୍ରିୟତା, ଧର୍ମେନ୍ଦ୍ରଙ୍କ ଜଲୱା : ଧରାଶାୟୀ କଂଗ୍ରେସ

ଏହି ଦମ୍‌ଦାର ବିଜୟ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମର ପ୍ରତିଫଳନ । ଏହି ପ୍ରଚଣ୍ଡ ଜନାଦେଶ କଂଗ୍ରେସର ଜାତିବାଦ, ପରିବାରବାଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପିର ନିରନ୍ତର ବିକାଶ ଯୋଗୁଁ ଲୋକଙ୍କ ଭରପୂର ଆଶୀର୍ବାଦ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ହୃଦୟରୁ ଧନ୍ୟବାଦ । ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ ।  ଯାହାକୁ ନେଇ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଛି ସେଲିବ୍ରେସନ । ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Union Minister Dharmendra Pradhan has posted on his X handle about BJP's success in haryana | Argus News