Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତିନିଦିନିଆ UAE ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

National

ତିନିଦିନିଆ UAE ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ତିନିଦିନିଆ UAE ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ବିଦେଶ ଗସ୍ତରେ ଥାଇ ବି ଓଡ଼ିଆଙ୍କ ପ୍ରତି ଥିବା ଭଲପାଇବା ଓ ଓଡ଼ିଶାର ଅସ୍ମିତାକୁ ପ୍ରଶଂସା କରିବାକୁ ଆଦୌ ଭୁଲିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବରଂ ଓଡ଼ିଆ ମନ୍ଦିରର କାନ୍ଥରେ ନିଖୁଣତାର ସହ ଅଙ୍କା ଯାଇଥିବା କଳା, କାରୁକାର୍ଯ୍ୟ ଓ ଐତିହ୍ୟକୁ ଅତି ପାଖରୁ ଦେଖି ଖୁସିରେ ଆତ୍ମହରା ହୋଇଥିଲେ । ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ । ଏବଂ ଜଣେ ଓଡ଼ିଆ ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ୍‌ ଖୁସିବ୍ୟକ୍ତ ମଧ୍ୟ କରିଥିଲେ । ବିଦେଶ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଆ ଲୋକ ଭିତରେ ଦୃଢ଼ ଆତ୍ମବିଶ୍ୱାସ ଅଛି ଏବଂ ଏହି ଆତ୍ମବିଶ୍ୱାସକୁ ବଢାଇ ଓଡ଼ିଶାକୁ ଆଗାମୀ ଦିନରେ ବଡ କରିବାର ଦାୟିତ୍ୱ ନେବାକୁ ପଡ଼ିବ ।


ଶ୍ରୀ ପ୍ରଧାନ ଆବୁଧାବୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଓଡ଼ିଆ ସମାଜ ଏକ ଜୀବନ୍ତ ସମାଜ । ଆମ ଓଡ଼ିଆଙ୍କ ପାଖରେ ବୈଶ୍ୱିକ ନେତୃତ୍ୱ ନେବାର ସବୁ ଗୁଣ ଅଛି । ଅତୀତରେ ଆମ ସମୃଦ୍ଧ ରାଜ୍ୟ ଓଡ଼ିଶା ନୌବାଣିଜ୍ୟ ଅର୍ଥନୀତି ରାଜ୍ୟ ଥିଲା । ଆମେ ପୂର୍ବରୁ ସମ୍ପନ୍ନ ଥିବା କାରଣରୁ ହଜାର ହଜାର ବର୍ଷ ପୂର୍ବରୁ କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ବଡ ବଡ ମନ୍ଦିର ତିଆରି କରିଥିଲେ । ଆମେ କଳିଙ୍ଗ ଯୁଦ୍ଧ ମାଧ୍ୟମରେ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲେ । ତିର୍ତ୍ତୋଲରେ ଥିବା ଓଡଙ୍ଗଗଡ ଓଡ଼ିଶାର ପୁରାତନ ସଭ୍ୟତାର ପରିଚୟ ଦେଉଛି । ଆମର ରଘୁରାଜପୁରର ପଟ୍ଟଚିତ୍ର, ଇକତ୍ ନିଖୁଣ କାରିଗରୀରର ପରିଚୟ ଦେଉଛି । ହଜାର ହଜାର ବର୍ଷ ତଳୁ ଓଡ଼ିଆ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା ସୃଜନଶୀଳତା ଏବେ ବି ଲୋକଙ୍କ ମଧ୍ୟରେ ଉନ୍ମାଦନା ତିଆରି କରୁଛି । ଆଜି ନୂଆ ସଂସଦ ଭବନ, ଭାରତ ମଣ୍ଡପମରେ କୋଣାର୍କ ଚକ୍ର ଅଛି । ଜି-୨୦ରେ କୋଣାର୍କ ଚକ୍ର ତଳେ ବିଶ୍ୱର ନେତା ମାନଙ୍କୁ ସ୍ୱାଗତ କରାଯାଉଛି ।  


ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଯେତେବେଳେ କେନ୍ଦ୍ରମନ୍ତ୍ରୀ ବିଦେଶ ଗସ୍ତରେ ଥାଆନ୍ତି, ପ୍ରବାସୀ ଓଡ଼ିଆଙ୍କୁ ଭେଟିବାକୁ କେବେ ଭୁଲିନାହାନ୍ତି । ଆଉ ତିନିଦିନିଆ ଓଡ଼ିଶା ଗସ୍ତରେ ଥିବା ବେଳେ ଓଡ଼ିଆ ମନ୍ଦିର ବୁଲି ବେଶ ଖୁସି ବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର...
 

Sponsored
Union Minister Dharmendra Pradhan on a three-day visit to the UAE | Argus News