Videos
|
National

ଖଡଗପୁର ବସ ଦୁର୍ଘଟଣା ପୀଡ଼ିତଙ୍କୁ ସହଯୋଗ କରିବାକୁ ବିଜେପି କର୍ମକର୍ତ୍ତାଙ୍କୁ ପଠାଇଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·3 min read
ଖଡଗପୁର ବସ ଦୁର୍ଘଟଣା ପୀଡ଼ିତଙ୍କୁ ସହଯୋଗ କରିବାକୁ ବିଜେପି କର୍ମକର୍ତ୍ତାଙ୍କୁ ପଠାଇଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଗତ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗର ଖଡ଼ଗପୁରଠୁ କିଛି ଦୂରରେ କୋଲକାତାରୁ ପାରାଦ୍ୱୀପ ଆସୁଥିବା ବସରେ ଭୟାନକ ଅଗ୍ନିକାଣ୍ଡ ଘଟି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତ ନୀଳାଦ୍ରୀପୁର ଗାଁର ଯୁବକ ରାଜେନ୍ଦ୍ର ଦାସଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ ଦାସଙ୍କର ଶତକଡା ୯୮ ପ୍ରତିଶତ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଛି। ପ୍ରାୟ ୨୫ ଜଣ ଆହତଙ୍କ ମଧ୍ୟରୁ ଅଧିକାଂଶ କେନ୍ଦ୍ରାପଡ଼ା ଜିଲ୍ଲାର, କେତେଜଣ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର। 

ଘଟଣା ବିଷୟରେ ଅବଗତ ହେଲା ପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଘଟଣା ସମ୍ପର୍କରେ ବିସ୍ତୃତ ଖବର ସଂଗ୍ରହ କରି ତୁରନ୍ତ ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖଡ଼ଗପୁର ଠାରେ ଥିବା ମୃତ ପୁଷ୍ପାଞ୍ଜଳୀଙ୍କ ପରିବାରଙ୍କ ପାଖକୁ ସ୍ଥାନୀୟ ଖଡ଼ଗପୁର ଓ ମେଦିନପୁର ଅଞ୍ଚଳର ବରିଷ୍ଠ ବିଜେପି ନେତୃତ୍ୱମାନଙ୍କୁ ପଠାଇଲେ। ଧର୍ମେନ୍ଦ୍ର ଭାଇଙ୍କ ଅନୁରୋଧ ପରେ ଏହି ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟାହ୍ନରୁ ପ୍ରାୟ ରାତି ୧0 ଟା ପର୍ଯ୍ୟନ୍ତ ଖଡ଼ଗପୁର ଡାକ୍ତରଖାନା ଠୁ ଆରମ୍ଭ କରି ସ୍ଥାନୀୟ ଥାନା ପର୍ଯ୍ୟନ୍ତ ପୁଷ୍ପାଞ୍ଜଳୀଙ୍କ ସ୍ୱାମୀ, ଭାଇ ଓ କେନ୍ଦ୍ରାପଡ଼ାରୁ ଯାଇ ପହଞ୍ଚିଥିବା ଗାଁ ଲୋକଙ୍କ ପାଖେ ପାଖେ ରହିଲେ। ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ, ଚା'ର ବ୍ୟବସ୍ଥା କରିବା ସହ ଯଦି ଆବଶ୍ୟକ ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା କଥା କହିଲେ। ଯେହେତୁ ୯୮ ପ୍ରତିଶତ ଶରୀର ନିଆଁରେ ପୋଡ଼ି ଯାଇଥିଲା ଓ ଶରୀର ଚିହ୍ନି ହେଉନଥିଲା ଆଇନ ଅନୁସାରେ DNA ପରୀକ୍ଷା ପାଇଁ ଶବକୁ ସେଠି ରଖାଗଲା। 

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମୁଁ କେନ୍ଦ୍ରାପଡ଼ାରୁ ପଶ୍ଚିମବଙ୍ଗର ଖଡ଼ଗପୁର ଅଭିମୁଖେ ବାହାରିଗଲି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଥାଇ ମଧ୍ୟ ବ୍ୟକ୍ତିଗତ ଭାବେ ୨ ଥର ଫୋନ କରି ମୋ ସହ କଥା ହୋଇ ଖଡ଼ଗପୁର ମୃତକ ପରିବାର ସଦସ୍ୟ ଓ ଗାଁ ଲୋକଙ୍କ ବିଷୟରେ ପଚାରି ବୁଝିବା ସହ ଆହତମାନଙ୍କ ଫେରିବା ବିଷୟରେ ଭଲଭାବେ ବୁଝୁଥିଲେ। କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାତି ପର୍ଯ୍ୟନ୍ତ ଆମର ସୁବିଧା ଅସୁବିଧା ପଚାରି ବୁଝୁ ଥାଆନ୍ତି। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ହେବା ପରେ ପଶ୍ଚିମବଙ୍ଗ ରାଜ୍ୟ ସୀମା ପରଠୁ ମୋତେ ସେଠାରେ ଅପେକ୍ଷା କରିଥିବା ବିଜେପି କାର୍ଯ୍ୟକର୍ତ୍ତା ଖଡ଼ଗପୁର ମେଡିକାଲକୁ ନେବା ସହ ସେଠାରେ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆମ ଲୋକଙ୍କ ସହ ରହିଥାଆନ୍ତି, ସତେ ଯେମିତି ସେମାନେ ବି ଓଡ଼ିଆ ଓ ମୃତକଙ୍କ ପରିବାର ଓ ଆତ୍ମୀୟସ୍ୱଜନ। ଏହା ସହ ଆହତମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଥିବା ସ୍ଥାନୀୟ ପଶ୍ଚିମବଙ୍ଗ ପ୍ରଶାସନ, ବାଲେଶ୍ୱର ଜିଲ୍ଲାପାଳ, ଏସପି, ବାଲେଶ୍ୱରର କେତେଜଣ ମେଡ଼ିଆ ବନ୍ଧୁ ପ୍ରଶଂସାର ପାତ୍ର। 

ଆମେ ସମସ୍ତେ ରାତିରେ ସେଠାରୁ ବାହାରି ଭୋର ସମୟରେ କେନ୍ଦ୍ରାପଡ଼ାରେ ପହଞ୍ଚିଲୁ। କିନ୍ତୁ ଖଡ଼ଗପୁର ଡାକ୍ତରଖନା ଭିତରେ ଶବ ରଖାଯାଇଥିବା ଘର ପାଖରେ ଘଣ୍ଟା ଘଣ୍ଟା ଧରି ମଧ୍ୟାହ୍ନରୁ ରାତି ପର୍ଯ୍ୟନ୍ତ ମୃତକଙ୍କ ପରିବାର, ଗାଁ ଲୋକେ ଓ ମୋ ସହ ଉପସ୍ଥିତ ରହି, ଥାନା କୁ ସାଥିରେ ଯାଇ, ଦୁଃଖ ସମୟରେ ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରି ଏବଂ ଶେଷ ପର୍ଯ୍ୟନ୍ତ ନିଜ ପରିବାର ସଦସ୍ୟଙ୍କ ଭଳି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହି ଓ ସ୍ଥାନୀୟ ପୋଲିସ, ପ୍ରଶାସନର ଅଧିକାରୀ ଓ ଡାକ୍ତରଙ୍କ ସହ ବାରମ୍ବାର ଆଲୋଚନା କରି ଆମର ହୃଦୟ କିଣିନେଲେ କେନ୍ଦ୍ରମନ୍ତ୍ରୀ। ଆମେ କେହିବି ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲାରେ ନ ଥିଲୁ କିନ୍ତୁ ତାଙ୍କର, ଏଭଳି ଦୁଃଖଦ ସମୟରେ ସହଯୋଗ ତାହା ପୁଣି ଅନ୍ୟ ଏକ ରାଜ୍ୟରେ, ଅତ୍ୟନ୍ତ ପ୍ରଶଂସନୀୟ ଓ ବିପଦର ପ୍ରକୃତ ବନ୍ଧୁଭାବେ ସବୁଦିନ ପାଇଁ ଋଣୀ କରି ରଖିଲେ ସେ। ଦରଦୀ ନେତା ବଡ଼ ଭାଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଧୁବାଦ। ମହାପ୍ରଭୁ ବଳଦେବଜୀଉ ତାଙ୍କର ସର୍ବଦା ମଙ୍ଗଳ କରନ୍ତୁ ଓ ଆଶୀର୍ବାଦ ଦିଅନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର
 

Union Minister | Argus News