|
logo
Live

Argus News - ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

National

ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ପ୍ରାଚୀନ କାଳରେ ସଂସ୍କୃତ ଭାଷା ଜ୍ଞାନ ବିଜ୍ଞାନର ପ୍ରବାହର ମାଧ୍ୟମ ଥିଲା । ଆଜିର ସମୟରେ ସଂସ୍କୃତ ଅଧ୍ୟୟନରେ ନୂତନ ଦୃଷ୍ଟିଭଙ୍ଗୀ ଆସିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ହିଁ ସଂସ୍କୃତ ଶିକ୍ଷା ଏବଂ ସଂସ୍କୃତର ପ୍ରଚାର ପ୍ରସାରରେ ନୂଆ ଉପକ୍ରମ ଯୋଡିହେଉଛି । ତିନୋଟି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୁନଃ ସଂରଚନା କରି ମୋଦିଜୀ ଭାରତର ମୂଳ ବିଦ୍ୟା ଭଣ୍ଡାରକୁ ସଂରକ୍ଷିତ କରିବା ପାଇଁ ପ୍ରୟାସକୁ ଅଧିକ ଗତି ଦେଇଛନ୍ତି ।   

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଭ୍ୟତାର ସବୁଠୁ ପୁରୁଣା ଗ୍ରନ୍ଥ ବେଦ ସଂସ୍କୃତରେ ଲେଖାଯାଇଥିଲା । ବେଦ କେବଳ ଏକ ଗ୍ରନ୍ଥ ନୁହେଁ ବଂର ସର୍ବବିଦ୍ୟାର ମହାଗ୍ରନ୍ଥ । ଏହି ସବୁ ବିଷୟକୁ ସର୍ବଜନବିଦିତ କରିବାର ମାଧ୍ୟମ ହେଉଛି ସଂସ୍କୃତ । ଆଜିର ସମୟରେ ସଂସ୍କୃତକୁ ନୂଆ ଦୃଷ୍ଟିକୋଣରେ ପଢିବା, ପଢାଇବା ଏବଂ ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷାକୁ ପ୍ରାଥମିକତା ଦେଇଛି । ଏହି ଶିକ୍ଷା ନୀତିର ଉଦ୍ଦେଶ୍ୟ ଅନୁସାରେ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭାରତୀୟ ଜ୍ଞାନ ପରମ୍ପରାକୁ ପୁନର୍ଜୀବିତ କରିବା ସହ ସଂସ୍କୃତ ସମେତ ଭାରତୀୟ ଭାଷା ଗୁଡିକୁ ସମୃଦ୍ଧ କରିବ ତଥା ଭାରତୀୟତା ମୂଲ୍ୟବୋଧ ଏବଂ ବେଦରେ ସମାହିତ ଅନନ୍ତ ଜ୍ଞାନକୁ ସର୍ବବିଦିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । 

ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କୃତଜ୍ଞତା ଜ୍ଞାପନ କରିବା ସହ ପଦକ ଓ ଉପାଧି ପାଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଶୁଭକାମନା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Sponsored
ସଂସ୍କୃତରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ | Argus News