Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

National

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

Ritu Das
Browse all articles by Ritu Das
·2 years ago·2 min read
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

ଅର୍ଗସ ବ୍ୟୁରୋ: ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ପୁରୀରୁ କୋଣାର୍କ ଯାଏଁ 32 କିମି ରେଳ ଲାଇନ ତିଆରି ହେବ । ପୁରୀ - କୋଣାର୍କ ରେଳ ଲାଇନ୍ ପାଇଁ 492 କୋଟି ଟଙ୍କା ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରୁଟ ପାଇଁ ଭିଷ୍ଟା ଡୋମ ଟ୍ରେନ ଚାଲିବ । ଟ୍ରେନ ଚାରି ପଟେ କାଚ ଲାଗିବ । ଯାତ୍ରୀ ମାନେ ଯାତ୍ରା ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ।

ଟ୍ରେନ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସ୍ଥାନ ପାଇବ। ଟ୍ରେନ ଭିତରେ AR VR ଟେକ୍ନୋଲୋଜିରେ ଜଗନ୍ନାଥ ସଂସ୍କୃତି ଦର୍ଶନର ବ୍ୟବସ୍ଥା ରହିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଲୋକ ଜାଣିବା ସହ ଆଧ୍ୟାତ୍ମିକ ଏବଂ ଐତିହାସିକ ପର୍ଯ୍ୟଟନରେ ଅଧିକ ବିକାଶ ହୋଇପାରିବ । ରେଳ ଲାଇନ ପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଲେ କେନ୍ଦ୍ର ରେଳ ମନ୍ତ୍ରୀ । ଏଥିପାଇଁ 215 ହେକ୍ଟର ଜମି ଆବଶ୍ୟକ । ଡିଜାଇନ୍ ପାଖାପାଖି ସଂପୂର୍ଣ୍ଣ ହୋଇଗଲାଣି । 32 କିମି ଭିତରେ 4ରୁ 5ଟି ଜାଗାରେ ସ୍ପେଶାଲ୍ ଟୁରିଷ୍ଟ ହବ୍ ସ୍ଥାପନ ହେବ। ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ ଜମି ଦରକାର । 

ଗତ 10 ବର୍ଷ ଭିତରେ ରାଜ୍ୟରେ 409ଟି ରେଲୱେ ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ସରିଛି । 220ଟି ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ଚାଲିଛି ।
ଓଡ଼ିଶା ପାଇଁ 5333ଟି ମୋବାଇଲ ଟାୱାର ଅନୁମୋଦନ ହୋଇଛି । ଏଥିପାଇଁ 5600 କୋଟି ଟଙ୍କାରେ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । 1 ବର୍ଷ ତଳେ ଜାନୁଆରୀ 2023ରେ ମଞ୍ଜୁର ହୋଇଥିଲା ଅର୍ଥ । ଏଥିରୁ 684ଟି ଟାୱାର କାମ ସରି ଯାଇଛି । ବହୁତ କମ୍ ଦିନରେ ଟାୱାର ନିର୍ମାଣ କାମ ସରିଛି । 3112ଟି ଟାୱାର ପାଇଁ କାମ ଆରମ୍ଭ ହୋଇଯାଇଛି । ଯେତେ ଶୀଘ୍ର ରାଜ୍ୟ ସରକାର ଟାୱାର ପାଇଁ ସାଇଟ ବାବଦରେ ସହଯୋଗ କରିବେ ସେତେ ଶୀଘ୍ର କାମ ସରିବ। ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ 5ଟି ଜିଲ୍ଳାରେ 42ଟି ପୋଷ୍ଟ ଅଫିସ ଉଦଘାଟନ ହେଲା।  5 ଟି ଡାକ ଟିକେଟ ମଧ୍ୟ ଉନ୍ମୋଚନ ହେଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Painting
Sponsored
Union Railway | Argus News