Unknown Gunmen in Pakistan / Unknown Gunmen in Pakistan
·48 mins ago·2 min read

Key Points
ବିଗତ କିଛି ବର୍ଷ ମଧ୍ୟରେ, ପାକିସ୍ତାନରେ ଅନେକ ଭାରତ ବିରୋଧି ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛନ୍ତି ଅଜ୍ଞାତ ବନ୍ଧୁକଧାରୀ। ବିଗତ କିଛି ବର୍ଷ ହେବ ଏପରି ଘଟଣା ନିରନ୍ତର ବୃଦ୍ଧି ପାଇଛି।
Unidentified Gunmen Tandav in Pakistan: ବହୁଚର୍ଚ୍ଚିତ ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ହମଜା ବୁରହାନ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ଟଳି ପଡ଼ିଛି। ଏହି ଘଟଣା ମୁଜାଫରାବାଦ ଅଞ୍ଚଳରେ ଘଟିଥିଲା। ଯେଉଁଠାରେ ହମଜା ବୁରହାନ ଉପରେ ହୋଇଥିବା ଆକ୍ରମଣ ବେଳେ ଅଜ୍ଞାତ ବନ୍ଧୁକଧାରୀ ଅନବରତ ଗୁଳି ଚଲାଇଥିଲା। ଏହା ପରେ ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଘଟଣାସ୍ଥଳରେ ଟଳି ପଡ଼ିଥିଲା। ପାକିସ୍ତାନରେ ଭାରତ ବିରୋଧି ଆତଙ୍କବାଦୀଙ୍କୁ ହତ୍ୟା କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ସେଠାରେ ଏପରି ଆହୁରି ଅନେକ ଭାରତ ବିରୋଧି ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ନିପାତ ହୋଇ ସାରିଛନ୍ତି।
ଏହି ହତ୍ୟାକାଣ୍ଡ ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଜ୍ଞାତ ଆକ୍ରମଣକାରୀ ଭାରତ ବିରୋଧି ଆତଙ୍କବାଦୀ ସର୍ବସାଧାରଣରେ ହେଉଥିବା ଗୁଳି ମାଡ଼ରେ ପ୍ରାଣ ହରାଉଛନ୍ତି। ବିଗତ କିଛି ମାସ ମଧ୍ୟରେ ଏପରି ୨୦ ଜଣରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇସାରିଛି। ଯେଉଁମାନେ ଦେଶରେ ହୋଇଥିବା ଅନେକ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସାମିଲ ଅଛନ୍ତି।
ପାକିସ୍ତାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ଟଳି ପଡ଼ିଥିବା ପ୍ରମୁଖ ଆତଙ୍କବାଦୀ
ଲସ୍କର ଆତଙ୍କବାଦୀ ଫୈସଲ ନଦୀମ ଓରଫ ଅବୁ କତାଲ, ମାର୍ଚ୍ଚ ୨୦୨୫
ଲସ୍କର-ଏ-ତୋଏବା ରାଜନୈତିକ ଶାଖାର ମୁଖ୍ୟ ମୌଲାନା କାଶିଫ ଅଲି, ଫେବୃଆରୀ ୨୦୨୫
ଆଇଏସଆଇ ଗୁପ୍ତ ଏଜେଣ୍ଟ ମୁଫତି ଶାହ ମୀର, ମାର୍ଚ୍ଚ ୨୦୨୫
ଆତଙ୍କବାଦୀ ମସୁଦ ଆଝାରର ନିକଟତମ ସହଯୋଗୀ ରହିମ ଉଲ୍ଲାହ ତାରିକ, ନଭେମ୍ବର ୨୦୨୩
ଲସ୍କର ଆତଙ୍କବାଦୀ ଆକରମ୍ ଗାଜି, ନଭେମ୍ବର ୨୦୨୩
ଲସ୍କର ଆତଙ୍କବାଦୀ ଖ୍ୱାଜା ଶାହିଦ, ନଭେମ୍ବର ୨୦୨୩
ଲସ୍କର ଆତଙ୍କବାଦୀ ମୌଲାନା ଜିଆଉର ରେହମାନ, ସେପ୍ଟେମ୍ବର ୨୦୨୩
ମାସୁଦ ଆଝାରର ନିକଟତମ ସହଯୋଗୀ କାରୀ ଏଜାଜ ଆବିଦ, ଅପ୍ରେଲ ୨୦୨୫
ମାସୁଦ ଆଝାରର ନିକଟତମ ସହଯୋଗୀ ଦାଉଦ ମଲିକ, ଅକ୍ଟୋବର ୨୦୨୩
ଲସ୍କର ଆତଙ୍କବାଦୀ ଅଦନାନ ଅହମଦ, ଡିସେମ୍ବର ୨୦୨୩
ହିଜବୁଲ ଆତଙ୍କବାଦୀ ବଶିର ଅହମଦ ପୀର, ଫେବୃଆରୀ ୨୦୨୩
ଜୈଶ ଆତଙ୍କବାଦୀ ଜହୁର ଇବ୍ରାହିମ ମାର୍ଚ୍ଚ ୨୦୨୨
ପାକିସ୍ତାନ ISPR ଅଧିକାରୀ ମେଜର ଦାନିୟାଲ, ମାର୍ଚ୍ଚ ୨୦୨୫
ଲସ୍କର-ଏ-ତୋଇବା ଆତଙ୍କବାଦୀ ରିୟାଜ ଅହମ୍ମଦ, ସେପ୍ଟେମ୍ବର ୨୦୨୩
ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜାୱାର, ମେ ୨୦୨୩
ଏହା ବ୍ୟତୀତ ଏପରି ଆହୁରି ଅନେକ ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଅନେକ ଆତଙ୍କବାଦୀଙ୍କୁ ବିଗତ ବର୍ଷରେ ଅଜ୍ଞାତ ବନ୍ଧୁକଧାରୀ ଟାର୍ଗେଟ କରିଛନ୍ତି। ହେଲେ ପାକିସ୍ତାନ ସରକାର ଏହି ଘଟଣାରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି। ଏପରିକି ଏହାର ତଦନ୍ତ ସମ୍ପର୍କରେ ନୀରବତା ଅବଲମ୍ବନ କରିଛନ୍ତି।
ଗୁରୁବାର (ମେ ୨୧) ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ଟଳି ପଡ଼ିଥିବା ହମଜା ବୁରହାନକୁ ଗତ ୨୦୨୨ରେ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଥିଲେ। ଅରଜୁମନ୍ଦ ଗୁଲଜାର ଡାର ଓରଫ ହମଜା ବୁରହାନ ଓରଫ ଡାକ୍ତର, ବୟସ ୨୩, ଖାରବତପୋରା ରତ୍ନିପୋରାର ପୁଲୱାମା ନିବାସୀ। ଯାହାକୁ ୟୁଏପିଏ ଅନୁଯାୟୀ ନିଷିଦ୍ଧ ଅଲ-ବଦର ଆତଙ୍କବାଦୀ ସଙ୍ଗଠନର ଜଣେ ସହଯୋଗୀ ସଦସ୍ୟ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Unknown Gunmen Terror in PakistanUnidentified Gunmen Tandav in Pakistanterrorists killed in pakistan listmost wanted terrorists eliminated in pakistanunknown gunmen kills terrorists in pakistanindia wanted terrorists dead in paklashkar and jaish commanders killedlist of terrorists dead in past 2 yearsshadowy assassinations in pakistanuapa designated terrorists killed