Parliament / ପୂର୍ବତନ ସ୍ଥଳସେନା ମୁଖ୍ୟଙ୍କ ଅପ୍ରକାଶିତ ପୁସ୍ତକକୁ ନେଇ ସଂସଦରେ ଝଡ଼; ସରକାର ଦେଲେ କଡ଼ା ଉତ୍ତର
·5 months ago·2 min read

Key Points
ରାହୁଲ ଉଲ୍ଲେଖ କରୁଥିବା ପୁସ୍ତକ ପ୍ରକାଶିତ ହୋଇଛି କି ନାହିଁ ଏ ସମ୍ପର୍କରେ ଗୃହକୁ ଜଣାଇବା ଦରକାର । ଅପ୍ରକାଶିତ ପୁସ୍ତକର ଲେଖାକୁ ନେଇ ସେ କୌଣସି ଦାବି କରିପାରିବେ ନାହିଁ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ।
ନୂଆଦିଲ୍ଲୀ: ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ.ନରଓ୍ବାଣେଙ୍କ ଅପ୍ରକାଶିତ ପୁସ୍ତକକୁ ନେଇ ଲୋକସଭାରେ ଚର୍ଚ୍ଚା । ପୁସ୍ତକର ଲେଖାକୁ ନେଇ ସଂସଦର ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିବା ବେଳେ ଏହାର କଡ଼ା ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ଅପ୍ରକାଶିତ ପୁସ୍ତକର ପ୍ରସଙ୍ଗ ଉଠାଇବା ସଂସଦୀୟ ପରମ୍ପରା ବିରୋଧୀ ବୋଲି ଉଲ୍ଲେଖ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ.ନରୱାଣେଙ୍କ ଅପ୍ରକାଶିତ ପୁସ୍ତକକୁ ନେଇ ଲୋକସଭାରେ ଚର୍ଚ୍ଚା । ପୁସ୍ତକର କିଛି ଲେଖାକୁ ଉଦ୍ଧୃତ କରି ସୋମବାର ସଂସଦରେ ପ୍ରସଙ୍ଗ ଉଠାଇଥିଲେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।
ଏଥିସହ ପଢ଼ନ୍ତୁ: ସଡ଼କ ପଥ ଦେଇ ଯିବାକୁ ସ୍ଥିର କରିଥିଲେ ଅଜିତ ପାୱାର; ରାତିରେ କେମିତି ବଦଳିଲା ପ୍ଲାନ୍ ?
୨୦୨୦ରେ ଲଦାଖ ଅଞ୍ଚଳରେ ଭାରତ-ଚୀନ ମଧ୍ୟରେ ଦେଖା ଦେଇଥିଲା ମୁହାଁମୁହିଁ ପରିସ୍ଥିତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସତ୍ୟତା ଥିବା ସେ ଦାବି କରିଥିଲେ । ରାହୁଲଙ୍କ ଏଭଳି ମନ୍ତବ୍ୟର କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ରାହୁଲ ଉଲ୍ଲେଖ କରୁଥିବା ପୁସ୍ତକ ପ୍ରକାଶିତ ହୋଇଛି କି ନାହିଁ ଏ ସମ୍ପର୍କରେ ଗୃହକୁ ଜଣାଇବା ଦରକାର । ଅପ୍ରକାଶିତ ପୁସ୍ତକର ଲେଖାକୁ ନେଇ ସେ କୌଣସି ଦାବି କରିପାରିବେ ନାହିଁ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ପୁସ୍ତକ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନଥିବା ବେଳେ ରାହୁଲ କିପରି ଏହାକୁ ଉଠାଇଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ବାଚସ୍ପତି ଓମ୍ ବିର୍ଲା ମଧ୍ୟ ସଂସଦୀୟ ପରମ୍ପରା ବିଷୟରେ ଉଲ୍ଲେଖ କରିଥିଲେ । ଖବରକାଗଜ କିମ୍ବା ପୁସ୍ତକ ଯାହାର କିଛି ସତ୍ୟତା ନାହିଁ ତାହାକୁ ଗୃହରେ ଉପସ୍ଥାପନ କରାଯାଇପାରବ ନାହିଁ । ବାଚସ୍ପତିଙ୍କ ବିବୃତି ସତ୍ତ୍ଵେ ରାହୁଲ ଗାନ୍ଧୀ ବାରମ୍ବାର ଅପ୍ରକାଶିତ ପୁସ୍ତକ ପ୍ରସଙ୍ଗରେ ପାର୍ଲାମେଣ୍ଟରେ ଉଠାଇବାକୁ ଚେଷ୍ଟା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବୋହୂ ଉପରେ ରାଗ; ମିଠାରେ ଆର୍ସେନିକ ମିଶାଇ ୩ ଜଣଙ୍କୁ ମାରିଦେଲେ ଶ୍ଵଶୁର ଘର ଲୋକ
ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବା ପ୍ରସଙ୍ଗରେ ରାହୁଲଙ୍କୁ କଡ଼ା ନିନ୍ଦା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଏଭଳି କରିବା ଦ୍ବାରା ସେ ବିରୋଧୀ ଦଳ ନେତା ପଦର ଗରିମାକୁ ନ୍ୟୁନ କରୁଛନ୍ତି ।
୨୦୨୦ରେ ଗଲୱାନ ଘାଟିରେ ଭାରତ ଓ ଚୀନ ମୁହାଁମୁହିଁ ହୋଇଥିଲେ । କିଛି ଅଞ୍ଚଳକୁ ଦଖଲ କରିବାକୁ ଚୀନ ସେନା ଉଦ୍ୟମ କରିଥଲେ । ଭାରତୀୟ ସୈନ୍ୟ କିନ୍ତୁ ଏହାର କଡ଼ା ଜବାବ ଦେବା ସହ ଚୀନ ସେନାକୁ ଭାରତୀୟ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories