Ajit Pawar / ସଡ଼କ ପଥ ଦେଇ ଯିବାକୁ ସ୍ଥିର କରିଥିଲେ ଅଜିତ ପାୱାର; ରାତିରେ କେମିତି ବଦଳିଲା ପ୍ଲାନ୍ ?
·1 month ago·2 min read

Key Points
ସମସ୍ତେ ଶୋକରେ ଡୁବି ରହିଥିବା ବେଳେ ଅଜିତ ପାୱାରଙ୍କ ଡ୍ରାଇଭର କହିଛନ୍ତି ବିମାନ କ୍ରାସ୍ ପୂର୍ବ ରାତିର କଥା । ଅଜିତ ପାୱାରଙ୍କ ଡ୍ରାଇଭର ସ୍ୟାମରାୱ ମଣୱେଙ୍କ ଅନୁସାରେ, ରାତିକ ଭିତରେ ହିଁ ଅଜିତ ପାୱାରଙ୍କ ଯାତ୍ରା ଯୋଜନା ବଦଳି ଯାଇଥିଲା ।
ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦୁଃଖଦ ମୃତ୍ୟୁକୁ ନେଇ ସମସ୍ତେ ଭାଙ୍ଗି ପଡ଼ିଛନ୍ତି । ସମସ୍ତେ ଶୋକରେ ଡୁବି ରହିଥିବା ବେଳେ ଅଜିତ ପାୱାରଙ୍କ ଡ୍ରାଇଭର କହିଛନ୍ତି ବିମାନ କ୍ରାସ୍ ପୂର୍ବ ରାତିର କଥା । ଅଜିତ ପାୱାରଙ୍କ ଡ୍ରାଇଭର ସ୍ୟାମରାୱ ମଣୱେଙ୍କ ଅନୁସାରେ, ରାତିକ ଭିତରେ ହିଁ ଅଜିତ ପାୱାରଙ୍କ ଯାତ୍ରା ଯୋଜନା ବଦଳି ଯାଇଥିଲା ।
୨୦୦୯ ମସିହାରୁ ଅଜିତ ପାୱାରଙ୍କ ସହ ଥିବା ଶ୍ୟାମରାୱ ମଣୱେ କହିଛନ୍ତି, "ମୁଁ ପ୍ରଥମ ସରକାରୀ ସେବାରେ ଥିଲି । ୨୦୧୩ରେ ଅବସର ନେବା ପରଠୁ ବିଗତ ୧୨ ବର୍ଷ ହେଲା ଘରୋଇ ଭାବେ ଦାଦା ଅଜିତ ପାୱାରଙ୍କ ସହ କାମ କରୁଛି । ଦାଦା ସମୟକୁ ନେଇ ବେଶ ପକ୍କା ଥିଲେ ଓ ସଫାସୁତୁରାର ଧ୍ୟାନ ରଖୁଥିଲେ ।"
ଏଥିସହ ପଢ଼ନ୍ତୁ: ଅଜିତ ପାୱାରଙ୍କ ମୃତ୍ୟୁ ଖବର ମାଆ ଜାଣିବେନି ବୋଲି କାଟିଦେଲେ TV କେବୁଲ୍; ମୋବାଇଲ୍ କରିଦେଲେ ଫ୍ଲାଇଟ୍ ମୋଡ୍
ଯଦି ଦାଦା କେବେ ସକାଳ ୬ଟାରେ ପ୍ରସ୍ତୁତ ରହିବାକୁ କହୁଥିଲେ, ତାହେଲେ ଆମେ ସକାଳ ସାଢ଼େ ୫ଟା ସୁଦ୍ଧା ପ୍ରସ୍ତୁତ ହୋଇ ରହୁଥିଲୁ । ଲୋକଙ୍କୁ ଲାଗେ ଦାଦା ଟିକିଏ ରାଗୀ ହୋଇଥିବେ କିନ୍ତୁ ତାହା ଭୁଲ୍ । ଦାଦା ସମୟାନୁବର୍ତ୍ତୀ ଥିଲେ, କୌଣସି କାରଣ ନ ଥାଇ କାହାରିକୁ କିଛି କହୁ ନଥିଲେ ବୋଲି କହିଛନ୍ତି ଅଜିତ ପାୱାରଙ୍କ ଡ୍ରାଇଭର ।
ସେଦିନ ରାତିରେ କ'ଣ ହେଲା ?
ସ୍ୟାମରାୱ ମଣୱେ ସେଦିନର ରାତି କଥା କହିଛନ୍ତି । ତାଙ୍କ ଅନୁସାରେ, "ମଙ୍ଗଳବାର କ୍ୟାବିନେଟ୍ ବୈଠକ ସରିବା ପରେ ସ୍ଥିର ହୋଇଥିଲା ଆମେ ସଡ଼କ ପଥରେ ପୁଣେ ଓ ବାରାମତି ଯିବୁ । ସକାଳ ୧୦ଟାରେ ବାରାମତିରେ ସଭା ଥିଲା । ଏଥିପାଇଁ ଶଙ୍କର ମଧ୍ୟ ଗାଡ଼ିରେ ସମସ୍ତ ବ୍ୟାଗ୍ ରଖିଥିଲା ।"
ରାତି ପର୍ଯ୍ୟନ୍ତ ୯୯ ପ୍ରତିଶତ ସ୍ଥିର ଥିଲା ଆମେ ଗାଡ଼ିରେ ହିଁ ଯିବୁ । କିନ୍ତୁ ବୈଠକ ପାଇଁ ରାତିରେ ବେଶ ବିଳମ୍ବ ହୋଇଥିଲା । ଏଥିପାଇଁ ଶେଷ ସମୟରେ ନିଷ୍ପତ୍ତି ବଦଳାଇ ସକାଳେ ବାରାମତି ବିମାନରେ ଯିବାକୁ ସ୍ଥିର ହେଲା ବୋଲି କହିଛନ୍ତି ଅଜିତ ପାୱାରଙ୍କ ଡ୍ରାଇଭର । ଏପରିକି ଅଜିତ ପାୱାର ବିମାନରେ ଯିବା ସ୍ଥିର ପରେ ସ୍ୟାମରାୱ ମଣୱେଙ୍କୁ କହିଥିଲେ, "ତୁମେ କାଲି ଗାଡ଼ି ନେଇ ପୁଣେ ଆସିଯାଅ, ମୁଁ ବାରାମତିରୁ ପୁଣେ ଆସିବି ।"
ଏଥିସହ ପଢ଼ନ୍ତୁ: ଦଳର ଚିହ୍ନକୁ ହାତରେ ପିନ୍ଧି ବୁଲୁଥିଲେ ଅଜିତ ପାୱାର; ଦାମ୍ କେତେ, କେଉଁ କମ୍ପାନୀର ?
ବିମାନ କ୍ରାସ୍ରେ ଅଜିତ ପାୱାରଙ୍କ ମୃତ୍ୟୁ
ବୁଧବାର ସକାଳେ ପୁଣେରେ ଏକ ଦୁଃଖଦ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀର ଲିୟରଜେଟ୍ ୪୬ ବିମାନରେ ବୁଧବାର ପୁନେ ଯାଉଥିଲେ ଅଜିତ ପାୱାର । ସକାଳ ପ୍ରାୟ ୮ଟା ୪୫ ମିନିଟ୍ । ମୁମ୍ବାଇରୁ ୩୫ ମିନିଟ୍ର ଉଡ଼ାଣ ପରେ ପୁନେ ଆକାଶରେ ପହଞ୍ଚିଥିଲା ବିମାନ ।
ବାରାମତି ବିମାନବନ୍ଦରରେ ଅବତରଣ କରିବା ବେଳେ ବିମାନ ନିୟନ୍ତ୍ରଣ ହରାଇ କ୍ରାସ୍ ହୋଇଥିଲା । ଉକ୍ତ ବିମାନରେ ଅଜିତ ପାୱାରଙ୍କ ସହ ତାଙ୍କ ପିଏସଓ, ସହାୟକ ଏବଂ ଦୁଇ ଜଣ କ୍ରିଉ ମେମ୍ବର ଥିଲେ । ବିମାନ କ୍ରାସ୍ରେ ସମସ୍ତଙ୍କ ମୃତ୍ୟୁ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories